Lopamudra Parida

Action Inspirational

4  

Lopamudra Parida

Action Inspirational

ଶାଢୀ କ୍ଲାଡ

ଶାଢୀ କ୍ଲାଡ

5 mins
13


ଏମିତି ରଂଗ ଦେ ଲୋ ଫୁଲ,ଏମିତି ରଂଗ ଦେ ଯେଉଁ ରଂଗ ଥରେ ମୋ.....ଆ.....ଆ....ଆଲାଲା....ଲାଲାଆ.....ଆ...ଆ....ଆ

"ଆଲୋ ଏ ବୋହୂ, ଆଡେ ଆ ବା, ଦେଖେ ତୋ ଝୁଅ କୁ,ଆଲୋ କଣ ହେଲା କି'ଲୋ ତାର ? ଦେହ ପା ଭଲ ଅଛି ଟି ନ ହେଲେ କାଲି ଶନିବାରେ, ନେଇ ଯିବୁ ତ ଝାଡି ଆଣିବୁ ମଙ୍ଗଳାଙ୍କ ଠି । ଆ'ଲୋ ମା ଲୋ ,ଦିନେ ନାହିଁ କି କାଳେ ନାହିଁ, ଘମା ପୁନେଇ କି ଇଏ କି ନୂଆ କଥା,ଜୀବ ଥିଲେ କଣ ନ ଦେଖେ ନୟନ ।

"ହେ ମା ତୁ କାଇଁ ଗୋଟେ ସେମିତି ହଉ କହିଲୁ ସବୁ କଥାରେ।

"ବେବୀ ଡଲ ମେ ସୋନେଦି, ବେବୀ ଡଲ ମେ ......."

"ହଉ ନାନୀ ଥାଉ ।ସେ ବେବୀ ଡଲ ଗାନା ଆଉ।"

"କାଇଁ ତୋର କଣ ଗଲା ।ହୁଁ ....ହୁଁ..... ହୁଁ .....ହୁଁ: ( ଗୀତ ର ସୁର ଲହରିଛି)

"ଆରେ ତାକୁ ବା କରୋନା ପଜିଟିଭ ବାହାରିଛି କୁଆଡେ, ଧରା ପଡିଛି ।ତୁ ତା ଗୀତ ଗାଉଛୁ, ଡେଇଁବ ଯେ ।ହା ହା "

"ଏଁ ତତେ ତ ଭାରି ହସ ଲାଗୁଛି ।ରହ ବାପା ଙ୍କୁ କହୁଛି ।:"

"କହୁନୁ କହ । ମୁଁ ବି ବାପା ଙ୍କୁ କହିଦେବି ଯେ ତୁ ସେ ଜି.କେ ବହି ଆଉ ଆପ୍ଟିଚ୍ରୁଡ୍ ବହି ସେ ଥାକ ଉପରକୁ ଉଠେଇ ଦେଇଛୁ ଆଉ ଦିନ ରାତି ଖାଲି ଫୋନ ରେ ପଶୁଛୁ ।"

ସିମି ତା ଭାଇ ସିମୁନ୍ କୁ ଖତେଇ ହେଲା ଆଉ ଚିଲେଇଲା " ଏ...ଏ...........ବୋଉ ଦେଖିଲୁ ତୋ ପୁଅ କୁ କେମିତି ମୋ ଚୁଟି ଟାଣୁଛି, ମତେ ହଇରାଣ କରୁଛି "

"ନା ବୋଉ,ମୁଁ ମୋର ପଢୁଛି, ମୁଁ ଲାଗିନି ଜମା ,ସିଏ ମିଛେରେ କହୁଛି ।"ମିଛେଇ"

ବୋଉ ଆସିଲେ ସେପଟୁ, 

"ଏଇନେ ଘଣ୍ଟି କୁ ପାଞ୍ଚ, ଘାଗୁଡି କୁ ପାଞ୍ଚ ବସିଲେ ସବୁ ବାଟ କୁ ଆସିଯିବ।ଚାଲିଛି କଣ ଏଠି ଶୁଣେ ହାଁ ।ବାଘ ଘରେ ମିରିଗ ନାଟ ଚାଲିଛି ।ଆରେ ଏମାନଙ୍କୁ କିଛି ନ କହିଲାରୁ ଦିନ କୁ ଦିନ ମୁଣ୍ଡ ରେ ଚଢୁଛନ୍ତି । ବାପା ଆସିଲେ ପାଠ ଦେଖିବେ ଯେ ।ସରିଛି ତ । ଏଇ ଆଣିବୁ ଟି ତୋ ସାହିତ୍ୟ ବହି । ସରଳାର୍ଥ ପଚାରେ ।"

"ନା ବୋଉ ମୁଁ ଘୋଷୁଛି ରହ ଟିକେ ହଉ ଆଉ ପାଞ୍ଚ ମିନିଟ ।"

"ହଉ ଜଲ୍ଦୀ ସାର।"

"ହଁ ତୋର କଣ ହେଲା । ଏଡେ ବଡ ଝିଅ ଟେ ହେଲୁଣୁ ।କୋଉ ଦିନ ଟିକେ ବୋଉ କୁ ସାହାଯ୍ୟ କରିବା, କଣ କରିବା ।ନା ସେ କଥା ନାହିଁ ।ସାନ ଭାଇ ଟା ସାଙ୍ଗେ ରେ ଦିନ ରାତି କଟକଟ ଲାଗିଥା ।ଆଲୋ ଇଏ କଣ।ମୋ ପାଟ କାଇଁ କାଢିଛୁ? ଏମିତି କଣ ଗୁଡେଇଛୁ ।ଇଆଡେ ଆସିବୁଟି ।"

"ବୋଉ ଲୋ ! ମତେ ଟିକେ ପିନ୍ଧିବା ଶିଖେଇଦବୁ ପ୍ଲିଜ୍ ପ୍ଲିଜ୍ ।"

"ହଁ, ହେଲା ଯେ ।କିନ୍ତୁ ଆଜି କଣ ଜେମାଙ୍କର କାଇଁ ଶାଢୀ ପିନ୍ଧି ବାକୁ ମନ ବଳିଲା ଶୁଣେ ତ। ସୂର୍ଯ୍ୟ କେମିତି ପଶ୍ଚିମେ ଉଇଁଲେ ।"

ଆରେ ବୋଉ ବଡ ନାନୀ କୁ ଦେଖିଲୁ ନା ନାହିଁ ସିଏ ଆଉ ତା ସାଙ୍ଗ ସବୁ କେମିତି କେତେ ପ୍ରକାରରେ ଶାଢୀ ପିନ୍ଧା ଫଟୋ ସବୁ ଏଫ: ବି ରେ ଲଗଉଛନ୍ତି ଏବେ ବା ଶାଢୀ କ୍ଲାଡ୍ ଚାଲିଛି ।

ବୋଉ ଆବାକାବା ହେଇ ସିମି ମୁହଁ କୁ ଚାହିଁ ପଚାରିଲେ

" ଏଁ ସେଇଟା ପୁଣି କଣ ଲୋ।ଏଫ୍ ବି ମାନେ? ଆଉ ରିନି କଣ କରୁଛି? କଣ ବା ସେ internet ରେ କଣ ସବୁ ଫଟୋ ଛାଡିବା କଥା ନୁହଁ, କାଲି ପେପର ରେ ଦେଇଥିଲା, ବାପା ପଢୁଥିଲେ ।"

"ତୁ ପିନ୍ଧେଇ ଦେଲୁ ଆଗେ । ତୋର ଏ କଥା ସବୁ କିଛି ମୁଣ୍ଡ ରେ ପଶିବନି ।"ସିମି କହିଲା ।

"ହଁ ଲୋ ମା । ମୋ ମୁଣ୍ଡରେ କାଇଁ ପଶିବ, ମୋର ତ ଜଞ୍ଜାଳ ଦିନ କୁ ଦିନ ବଢୁଛି, ମତେ କୋଉଠି ସମୟ ଅଛି ସେ କ୍ଲାଡ୍ ଫ୍ଲାଡ୍ ଜାଣିବାକୁ ।"ବୋଉ ମୁହଁ ଫୁଲେଇ କହିଲେ ।

ସିମୁନ୍ ସାଙ୍ଗେ ସାଙ୍ଗେ କହିଲା 

" ଦେଖିଲୁ, ଦେଖିଲୁ ତ ମା ।କହୁନଥିଲି ଦିନ ରାତି ନାନୀ ର ଖାଲି ଫୋନ ଧନ୍ଦା ।"

"ହଉ ତୁ ଆଉ ଏତେ ଭଲେଇ ହନା,ନିଜ କାମ ରେ ମନ ଦେ ହେଲା।ଲାଭ ହବ।"ସିମି ସିମୁନ୍ କୁ ଲାଲି ଆଖି ଦେଖେଇଲା ।

ଆଲୋ ବୋଉ ଶୁଣୁ ଶାଢୀ କ୍ଲାଡ୍ ମାନେ ଆମେ ,ମାନେ ବଡ ନାନୀ ମାନେ ସବୁ ଶାଢୀ ପିନ୍ଧି ଫଟୋ ଅପ୍ଲୋଡ୍ କରିବେ ।ମୋର ବି ଟିକେ ମନ ହେଲା ତ"ସିମି ଫୁଲେଇ ହେଲା ।

"ହ ,ବା ମାଇକିନିଆ ଝୁଅ।ଶାଢୀ ପିନ୍ଧିବା କଥା ନାଉ । ଭଲ ଶିଖେଇ ଦେ ତାକୁ । ପିନ୍ଧୁଯା ହଉ। କାହା ମୁଣ୍ଡେରେ ଗୋଟେ ଭଲ କଥା ପଶିଛି । ସମତଙ୍କୁ ଶାଢୀ ପିନ୍ଧା ପୁଣି ଶିଖଉଛି ।ଭଲ ଝୁଅ ଟି ସିଏ ଯିଏ ହଉ।"ଜେଜୀ ଆମର କହିଲା ।

"ଏଁ ଏ ମା ର ସବୁ ଏମିତି କଥା । ଆଜିକ ଖାଲି ପିନ୍ଧି ଫଟୋ ଉଠେଇ ଲଗେଇ ଦେଲେ ସରିଲା ବୁଝିଲୁ । ହୁଁ ସବୁଦିନେ ପିନ୍ଧୁଥିଲି ନା ।"ସିମି ମୁହଁ ମୋଡିଲା ।

"ନାଇଁ କାଇଁ ପିନ୍ଧିବ,ସେ ଅଣ୍ଡିରିଚଣ୍ଡି ଭଳିଆ ପେଣ୍ଟଗଞ୍ଜି ଭାରି ମାନୁଛି ଆ ବଡ ବଡ ଭୁଆଶୁଣୀ ଝୁଅ ଗୁଡା ।ବାପଭାଇ ଘରେ ଏମିତି କଣ ବୁଲିବ ଲ ।"ମା ତାର କହିଲା ।

"ସେ ଅସିହା କାଳ ର ମସିହା କଥା ସେତିକି ଥାଉ ମା । "ଉତ୍ତର ଫେରେଇଲା ସିମି ।

ବୋଉ କହିଲେ "ମା ଙ୍କ ସାଙ୍ଗେ ଯୁକ୍ତି ନ କଲେ କଣ ହବନି ।ଗୁରୁ ଗୁରୁଜନଙ୍କୁ ଉତ୍ତର ପଣି ନ ଫେରେଇଲେ କଣ ମଯ୍ଯାଦାହାନୀ ହେଇଯିବ । ଶୁଣୁନୁ ଟିକେ । ବୟସ୍କ ଲୋକ ।କେତେ ଅଭିଜ୍ଞ । ଶାଶୁ ଘରେ ଯାଇ କେତେ ଖୁଣ୍ଟା ଖାଇବୁ କେଜାଣି ଏ ଉପର ମୁହାଁ ଗୁଣ ଯୋଗୁଁ ।ଦେ ବୁଲୁ କାନି ଟା ସଜାଡି ଦିଏ ।"

"Wow .ବୋଉ u r grt. Really କେତେ ସୁନ୍ଦର ପିନ୍ଧେଇଛୁ ନା । ୟେ ୟେ ।"ନାଚିଗଲା ସିମି ଘର ସାରା ।

"ରହ ରହ ଝୁଣ୍ଟି ପଡିବୁ ରହ।ଶାଢୀ ପିନ୍ଧି କିଏ ଏମିତି ଡିଏଁ କହିବ ଟି ।"ବୋଉ ଚିଡିଲା ।

"ଝୁଅ ପିଲେ ଧିର ସ୍ଥିର ହୁଅନ୍ତି କି ।ନିଚିପର, ସୁଚିମନ୍ତ, ସୁନ୍ଦର ଲକ୍ଷ୍ମୀ ପୁରାଣ, ପଦ୍ମପୁରାଣ, କାନ୍ଦଣା ବହି, ସଂଠଣା,ପିଠାପଣା ଗଢା, ଚିତା ପକା, ଭାତଗଳା, ବୁଣା ବୁଣି, ଛୁନ୍ଚି ଠୁ ହାତୀ ଯାଏ ସବୁ ଶିଖନ୍ତି କି ।ତା ହେଲେ ଯାଇ ଦୁଇ କୁଳ କୁ ହିତା ହବ।ତୋ ବୋଉ କୁ ଦେଖୁଛୁ ଟି ।ଘର ଠୁ ବାହାର ଯାଏ କଣ ନ ସମ୍ଭାଳୁଛି ଝୁଅଟି ।ସିଏ କଣ ଆମେ କଣ ।ଆମେ ସବୁ ବି କେଡେ ସୁକୁମାର ରେ ନ ବଢିଥିଲୁ।ମୁଁ ବା ନଅ ବରଷ ର ହେଇଥିଲି ରେ ।ବାହାପାଣି ପଡି ଥିଲା ।ତୋ ଜେଜେ ଯୋଉ ଦିନ ନ ବାକୁ ଆସିଥିଲେ ଆମ ଘରକୁ ପୁଆଣି କରି ମୋ ବୋଉ କେତେ କାନ୍ଦି କାନ୍ଦି ମତେ ଲାଲି ଶାଢୀ ପିନ୍ଧେଇ ସଜେଇ ବିଦା କରିଥିଲା ।ତୋ ଜେଜେ ଙ୍କୁ ସେତେବେଳେ ଅଠର ବରଷ।ହାଁ କରି ଚାହିଁ ରହିଲେ ଯେ ଗାଁ ଯାକ ଝୁଅ ହସିଲେ ଆଉ ମତେ ଯେତେ ଟାପରା କଲେ ଆଉ କହନା । କି ନାଜ କଥା ସିଏ ।ଆଉ ଘୋଡା ଭଳିଆ କିଏ ଡିଅଁନ୍ତି ସବୁ" ।ମା ଲାଜେଇଲା ।ଇସ୍ ମା ର କି ସୁନ୍ଦର ଲାଜ ।ମୁହଁ କୁ ଭାରି ମାନିଲା ।

"ହଁ ବୋଉ ଆଗ କାଳରେ ରେ କେତେ ପରୀକ୍ଷା ଦେବାକୁ ହଉଥିଲା ।ଆଜିକାଲିକା ପିଲେ କୋଉଠି ବୁଝିବେ ।ଏବେ ତ ତାଙ୍କର ପାଟି ରୁ ଫରମାଇସି ନ ସରୁଣୁ ଆଗେ ରେ ଥୁଆ ।ଆମେ ତ ଝିଅ ବେଳୁ ଶାଢୀ ପିନ୍ଧୁଥିଲୁ।ଏ ଡ୍ରେସ କୋଉ ଥିଲା ଯେ,ଏବେ ଜାଣି ଏତେ ରକମର ବାହାରିଲାଣି ।"

ସିମି କପାଳରେ ବୋଉ ଟିପା ଟିଏ ଲଗେଇ ଦେଲେ।

ସେ ଦର୍ପଣ ରେ ନିଜକୁ ନିଜେ ଦେଖି ଖୁସି ହୋଇଗଲା ଆଉ କହିଲା 

"ଏ ବୋଉ ତୁ କେମିତି ଜାଣିଲୁ ଏ ରେଟରୋ ଷ୍ଟାଇଲ ।ବାଃ।wonderful ।"

"ସେଇଟା ରେଟ୍ରୋ ନୁହେଁ ରେ,ସେଇଟା ବୋଉ ଷ୍ଟାଇଲ ।ବୁଝିଲୁ ବୋଉ ଦେଖିଲେ ଆପଣଙ୍କ ନାତୁଣୀ କୁ କେମିତି ଦିଶୁଛି "ବୋଉ ମା 'କୁ ପଚାରିଲା।

ମା ତାର ଇ ଟିଭି କର୍ଲସ ଓଡିଆ "ନୂଆ ବୋହୁ ସିରିଏଲ ରୁ ମୁଣ୍ଡ ଟେକି ସିମି କୁ ଚାହିଁ ରହିଲା ଆଉ ଦଶ ମିନିଟ ପରେ କହିଲା 

"ଏ ବୋହୂ, ତାକୁ କଳା ଠୋପେ ମାରିଦେ ବା, ନଜର ଦୋଷ କଟିଯାଉ "।

ସିମି ବରାଦ କଲା " ଏ ସିମୁନ୍ ବାପା ଙ୍କ ଫୋନ୍ ଆଣ୍ ଯା ଟିକେ ମୋ ଭାଇ ଟା ବା । ଯା ଲୋଚକଲେଟ୍ ଦେବି ଯା ଯା ।"

"କାଇଁ ମୁଁ ଯିବି।"ଇଏ ତ ଆରକ ।

"ହଉ ହଉ ଯା ନା ପ୍ଲିଜ୍ ।ତୋ ଡ୍ରଇଁ ରେ ସବୁ କଲର କରିଦେବି ଲୋ" ତେଲେଇଲା।  ଆଣି ଦବୁନି ତ।

"କରିଦବୁ ତ ପକ୍କା । ସିଓର ତ । ହଉ ଆଣୁଛି ।"ସିମୁନ୍ ପଚାରିଲା ।

ଦାଣ୍ଡ ପଟ ଘରୁ ଶୁଭୁଥାଏ " ବାପା ସିମିନାନୀ ତମ ଫୋନ ମାଗୁଛି ।ନା ନା ବୋଉ ମାଗୁଛି ।"

"କଣ ସବୁ ଚାଲିଛି କିରେ ସେପଟେ "ବାପା ଙ୍କ ପାଟି ଶୁଭିଲା ।

"କଣ ଗୋଟେ ଶାଢୀ କ୍ଲାସ୍ ବାପା ।"ହସି ହସି ସିମୁନ୍ ଆମର କହିଲା ।

ବାପ ପୁଅ ଦି ଜଣ ଏ ଘର କୁ ଆସିଲେ ।ସିମି କୁ ଶାଢୀ ପିନ୍ଧା ଦେଖି ବାପା ଙ୍କ ଆଖି ଛଳ ଛଳ ।ସେ ବୋଉ କୁ ଚାହିଁଲେ।

ବୋଉ ବାପା ଙ୍କୁ ଚାହିଁ କହିଲା

 " ହଉ ରହ ସିମି, ମୁଁ ଆସେ ଖିର ଟା ବସେଇ ଆସିଥିଲି, ଉତୁରି ଗଲା ନା କଣ।"ମା କହିଲା "ହ,ନିତିଆନି ଉତୁରା ବାସିଲା ତ,ଭଲ,ଶୁଭ ଲକ୍ଷଣ ।"

ସିମୁନ୍ କହିଲା "ପୋଜ ଦେ ନାନୀ ମୁଁ ବଢିଆ ଫଟୋ ଉଠେଇ ଦେବି । ମତେ ବଢିଆ ଆସେ ।"

ପିଲେ ତାଙ୍କର ଫଟୋ ଉଠା ରେ ବ୍ଯସ୍ତ ରହିଲେ ।କ୍ଲିକ୍, ସ୍ମାଇଲ୍, କ୍ଲିକ୍ ।ବୋଉ ର ଗୀତ ଶୁଭୁଥାଏ ବାରିପଟୁ 

ଚନ୍ଦ୍ର ମଲ୍ଲୀ ହସେ ଚିତ୍ରଲେଖା ଓଠେ .......ଲା ......ଲା ....ଲା.... ଲା ....ଆ.....ଆଆ.... ଲଜ୍ଜାନତ ମୁଖେ ତା ହାଏ ରକ୍ତ ଜବା ଫୁଟେ । 

ବୋଉ ବୋଧେ ତା ନୂଆ ନୂଆ ଶାଢୀ ପିନ୍ଧା ଦିନ ସ୍ମୃତି ରେ ହଜିଗଲା ।

କୋଇଲି ଟେ କୁହୁ କୁହୁ ଗାଇ ଗାଇ କଣ ଗୋଟେ ଭାବୁଥିଲା ଆଉ ଚାରି ଆଡେ ଆମ୍ବ ବଉଳର ବାସ୍ନା ଚହଟି ଯାଉଥିଲା ।


Rate this content
Log in

Similar oriya story from Action