Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Abstract

4  

Kalandi pal

Abstract

ଜଳୁଛି ଦୀପାଳି

ଜଳୁଛି ଦୀପାଳି

1 min
5



ଜଳୁଛି ଦୀପାଳି      ଆଜି ମନମାରି

     ଦୀପାବଳି ଉତ୍ସବରେ

ନିଲଠା ମୁହଁରେ   ହସି ଦେଇ ଟିକେ

    ଜୁକୁ ଜୁଜୁ ହୋଇ ଜଳେ ।।


ଦୀପ ସଜ୍ଜା ହୁଏ    ଘିଅ ବାଳିତାରେ

     ନାମଟି ତାର ଦୀପାଳି

ନାହିଁ ମାଟି ଦୀପ    ବଳିତା କି ଘିଅ

     ଜଳୁଛି ଘରେ ବିଜୁଳି ।।


କେତେ ରଙ୍ଗେ ସଜ୍ଜା ବାଜେ ଡେଗ ବାଜା

    ବାଣ ଫୁଟେ ଘରେ ଘରେ

ପ୍ରକୃତି ହେଉଛି       ଶ୍ୱାସରୁଦ୍ଧ ଆଜି

     ବିଷାକ୍ତ ବାଣ ଧୁଆଁରେ ।।


ହୋମ ଯଜ୍ଞ ବିଧି      ବାୟୁର ପରିଧି

      କରାଏ ଶୁଦ୍ଧ ନିର୍ମଳ

ଆମ ସଂସ୍କୃତିର     ଯାହା ମୂଳ ପିଣ୍ଡ

      ଭୁଲି ଗଲେଣି ସକଳ ।।


ଉତ୍ସୁଙ୍ଖଳ ଆଜ      ମାନବ ସମାଜ

    ସ୍ୱାର୍ଥକୁ କରି ସାରଥୀ

ପାଳେ ପରମ୍ପରା ମନେ ହୋଇ ତୋରା

    ପାଶ୍ଚାତକୁ କରି ସାଥୀ ।।


ପୂରୁବ ପୁରୁଷେ     ମଧ୍ୟମ ଆକାଶେ

     ବିକଳେ ଅଛନ୍ତି ଚାହିଁ

ଧରାରେ ପ୍ରକୃତି     ହେଲାଣି ବିକୃତି

     ଫେରିବାକୁ ବାଟ ନାହିଁ ।।


ପୁଣ୍ୟ ଟିକେ ପାଇଁ    ରହିଛନ୍ତି ଚାହିଁ

     ସରଗକୁ ଯିବା ପାଇଁ

ପୁଣ୍ୟ ବଦଳରେ    ଏଠି ବଂଶଧରେ

    ପାପକୁ ନିଏ କୋଳେଇ ।।



Rate this content
Log in

Similar oriya poem from Abstract