ଫୁଲ ଦେବୀ
ଫୁଲ ଦେବୀ
ମାଆ ଫୁଲ ଦେବୀ ଚାଲିଗଲେ. ଝୁରୁଛି ପରିବାର ଓ କର୍ମସ୍ଥଳୀ ପ୍ରେସ ସହ ପ୍ରେସ ସହ ଜଡିତ ସମସ୍ତ କର୍ମୀ, ବନ୍ଧୁ ଓ ସ୍ୱଜନ. ସ୍ୱାମୀ ପରେଶ କହୁଥିଲେକି ସମସ୍ତେ କହନ୍ତି ଜଣେ ସଫଳ ପୁରୁଷ ପଛରେ ଜଣେ ସଫଳ ନାରୀର ପ୍ରଚ୍ଛର୍ଣ୍ଣ ହାତ ଥାଏ. ଏବେ ପରିବାର ଓ ପ୍ରେସ ସମ୍ଭାଳିବାରେ ତାଙ୍କୁ ଅସୁବିଧା ହୁଏନା ଯେହେତୁ ସ୍ତ୍ରୀ ଏବେବି ବଞ୍ଚିଥିଲେ କର୍ମ ପ୍ରେରଣା ଭିତରେ ତାଙ୍କ ହୃଦୟରେ. ଏମିତି ଝିଅ ଯିଏ ବୋଉକୁ ହୃଦୟରେ ରଖି ପିତାଙ୍କ କେଶ ଲଢ଼ି ତାଙ୍କୁ ନିର୍ଦ୍ଦୋଷରେ ଜେଲରୁ ମୁକୁଳାଇବା ସହ ବଞ୍ଚିଥିଲା ପର୍ଯ୍ୟନ୍ତ ନିଜ ପାଖରେ ରଖି ବୋଉର ଆତ୍ମାକୁ ଗତି ମୁକ୍ତି ପ୍ରାପ୍ତି କରାଇଥିଲେ. ଏଥର ପୁଅ କହୁଥିଲା କର୍ତ୍ତବ୍ୟ କର୍ମରେ ନିୟୋଜିତ ରହିବାକୁ ଶିକ୍ଷା ଦେଇ "ମନ ଡେ ବ୍ଲୁ "ଛଡେଇ ଥିଲା ଆମ ଭାଇ ଭଉଣୀଙ୍କ ପାଖରୁ. ଅର୍ଥାତ ସପ୍ତାହନ୍ତ ଶେଷ ରବିବାର ଦିନ ମଜ୍ଜା ମସ୍ତି କରି ସୋମବାରଦିନ ପୁଣି କାମ କରିବାକୁ ଅମନଯୋଗୀ ହେବା ହିଁ "ମନ ଡେ ବ୍ଲୁ." କିନ୍ତୁ ସେସବୁକୁ ଆମ ଭିତରୁ ଦୂରେଇ ମାଆ ମତେ ଓ ମୋ ଭଉଣୀଙ୍କୁ ପ୍ରେରଣା ଦେଉଥିଲେ କି ମଣିଷର କର୍ମ ପ୍ରତି ବିମୁଖ ହେବା ଅନୁଚିତ.ଏହା ସହ ଧର୍ଯ୍ୟ,ସାହାସ, ଶକ୍ତି ଓ ସାମର୍ଥ୍ୟ ବଢ଼େଇ ଚାଲିଥିଲେ ଆମ ଦୁହିଁଙ୍କ ଭିତରେ . ଝିଅ ସେହିକଥାକୁ ସମର୍ଥନ କରି ମାଆ ତାର ଦେବୀ ଥିବାରୁ ସଧବା ସିନ୍ଦୁର ନାଇ ବାପାଙ୍କୁ ବସେଇ ଆଗେ ସ୍ଵର୍ଗାଅରୋହଣ କରିଗଲା କହୁଥିଲା ବେଳେ ଜୋଇଁ ମଧ୍ୟ କହୁଥିଲେକି ମାଆ କେବେ ମତେ ପରପୁଅ ବୋଲି ନଭାବି ତାଙ୍କର ଦୁଇ ପୁଅ ବୋଲି କହୁଥିଲେ.
ବୋହୁ କାନ୍ତି କହୁଥିଲା ଏ ଘରକୁ ବୋହୁ ହୋଇ ଆସିବା ପୂର୍ବରୁ ଆମ ଘରେ ମତେ ମୋ ଜେଜେମା, ଆଈ, ନିଜ ମାଆ ଲାଗିପଡି ସଂଠଣା ଅର୍ଥାତ ଓଡ଼ିଆ ବୋହୁର କର୍ତ୍ତବ୍ୟ ଓ ଶାଳୀନତା ଅକ୍ଷୁର୍ଣ୍ଣ ରଖିବାକୁ ଶିଖାଇ ଥିଲେ. ବୋହୁ ହୋଇ ଆସିବାର ପ୍ରଥମ ରୋଷେଇ ପାଳି ଦିନ ମୁଁ ଉଠିବା ଆଗରୁ ମୋ ଶାଶୁ ରନ୍ଧାବଢ଼ା ସବୁ ସାରି ବନ୍ଧୁବାନ୍ଧବ, ସାଇପଡିଶା ଓ ପରିବାର ଲୋକମାନଙ୍କୁ ପରଷିବା ବେଳେ ବୋହୁ କାନ୍ତି ସବୁ କରିଛି କହି ତାଙ୍କ ପ୍ରତି ମୋ ହୃଦୟରେ ସ୍ଥାନ ରଖିଦେଇ ଥିଲେ. ତେଣୁ ସ୍ୱାମୀ ମୋ ପାଇଁ ଆଣିଥିବା ସମ୍ବଲପୁରୀ ଡ୍ରେସ ବଦଳରେ ମୁଁ ସମ୍ବଲପୁରୀ ପାଟ ପିନ୍ଧି ପ୍ରଥମ ଥର ବାପାଙ୍କ ଘରକୁ ବାହାରିବା ବେଳେ ଶାଶୁ ମତେ ବାଧ୍ୟ କରିଥିଲେ ତାଙ୍କ ପୁଅ ଆଣିଦେଇଥିବା ସମ୍ବଲପୁରୀ କପଡ଼ାର ଡ୍ରେସ ପିନ୍ଧି ଯିବାକୁ. ଘରେ ସମସ୍ତେ ମତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ତ ମୁଁ କହିଥିଲି ମୋ ଶାଶୁ ଜଣେ ଦେବୀ ।
ଏହି ସମୟରେ ଫୁଲ ଦେବୀଙ୍କ ପୁଅର ପୁଅ ନାତି କାହ୍ନା ଓ ଝିଅର ଝିଅ ନାତୁଣୀ ଶିବନ୍ୟା ହାତରେ ଢେର ସାରା ସମ୍ବର୍ଦ୍ଧନା ଅର୍ଥାତ ପ୍ରାଇଜ ସହ ସାର୍ଟିଫିକେଟ ନେଇ ସ୍କୁଲରୁ ଆସି ପହଞ୍ଚିଥିଲେ. କଣ ପାଇଁ ତୁମେ ପୁରସ୍କୃତ ହୋଇଛ କହିବାକୁ ଯାଇ ସେ ଦୁହେଁ ଯଥାକ୍ରମେ ଜେଜେମା ଓ ଆଈଙ୍କ କଥା ହିଁ କହୁଥିଲେ. ଆର୍ଯ୍ୟଭଟ୍ଟଙ୍କ ଗପରୁ ତାଙ୍କର ଗଣିତ, ବିଜ୍ଞାନ ତଥା ତ୍ରିକୋଣମିତି, ଵୀଜଗଣିତ ବା ଆଲଜେବ୍ରା ଏବଂ ସମତଳ ତ୍ରିକୋଣମିତି ଆଦି ବିଷୟରେ ଆଗାଧ ପାଣ୍ଡିତ୍ୟ ଥିଲା ବୋଲି ଜେଜେମାଙ୍କ ଠାରୁ ଶୁଣି ଗଣିତ ପ୍ରତି ମୋର ଆଗ୍ରହ ଥିବାରୁ ତଥା ତ୍ରିଭୁଜର କ୍ଷେତ୍ରଫଳ, ଗୋଲକର ଆୟତନ, ବର୍ଗମୂଳ ଓ ଘନମୂଳ ସହ ବୃତ୍ତ ସମ୍ବନ୍ଧୀୟ ସୂତ୍ରାବଳୀ ଓ ପାଇର ମୂଲ୍ୟ ନିରୂପଣ ଆର୍ଯ୍ୟଭଟ୍ଟ ହିଁ ତାଙ୍କ ଗ୍ରନ୍ଥ ଆର୍ଯ୍ୟଭଟ୍ଟୀୟ ଗ୍ରନ୍ଥରେ ନିଖୁଣ ଭାବେ ଲେଖିଛନ୍ତି ବୋଲି ଜେଜେମାଙ୍କଠାରୁ ଶୁଣି ମୁଁ ଗଣିତ ପ୍ରତି ରୁଚି ରଖିଥିବାରୁ ଆଜି ଗଣିତରେ ସର୍ବୋଚ ନମ୍ବର ରଖି ବିଦ୍ୟାଳୟ ବାର୍ଷିକ ଉତ୍ସବରେ ପୁରସ୍କୃତ ହୋଇଛି.ସେହିପରି ଶିବନ୍ୟା ଦି ଆର୍ଯ୍ୟଭଟ୍ଟଙ୍କ ଜ୍ୟୋତିଷ ଶାସ୍ତ୍ର ବିଷୟରେ କହିବାକୁ ଯାଇ ସେ କିପରି ସର୍ବପ୍ରଥମେ ପୃଥିବୀ ଗୋଲାକାର,ନିଜ ଅକ୍ଷ ଚାରିପଟେ ଘୁର୍ଣ୍ଣନ କରି ପରିଭ୍ରମଣ କରେ, ଦିବାରାତି ହେବାର ତଥ୍ୟ , ଋତୁ ପରିବର୍ତ୍ତନର କାରଣ ଏବଂ ଚନ୍ଦ୍ର ପୃଥିବୀର ଉପଗ୍ରହ ଓ ପୃଥିବୀ ଚାରିପଟେ ଘୁରୁଛିର ସତ୍ୟତା ପ୍ରମାଣ ଦେଖାଇବା ସହ ଆର୍ଯ୍ୟଭଟ୍ଟଙ୍କ ପ୍ରଦତ୍ତ ତଥ୍ୟାବଳୀ ଆଧାରିତ ଫଳ ଆଜିର ବାର୍ଷିକୀ କ୍ୟାଲେଣ୍ଡର ଓ ପାଞ୍ଜି ଇତ୍ୟାଦି ଭାଷଣ ଦେଇ ପୁରସ୍କୃତ ହୋଇଛି.ଶିବନ୍ୟା କହୁଥିଲା ଏସବୁ ମୁଁ ମୋ ଆଈଙ୍କ ପାଖରୁ ଶିଖିଛି. ସମସ୍ତଙ୍କ ଆଖିର ଅମାନିଆଁ ଲୁହ ରୋକି ହେଉନଥିଲା. ଫୁଲ ଦେବୀ ନିଶ୍ଚୟ ଗତି ମୁକ୍ତି ପ୍ରାପ୍ତି ହୋଇଥିବେ ବୋଲି ନାହାକ ଓ ପଣ୍ଡିତମାନେ ଆଶ୍ଵାସନା ଦେଉଥିଲେ ।