Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Romance

3  

Jyochhna rani Devi

Romance

ଚିରନ୍ତନ ମହକିବ

ଚିରନ୍ତନ ମହକିବ

1 min
181



ଫଗୁଣ ଫୁଲର ମହକ ପରା ତୁ ଆଲୋ ମୋର ଆମ୍ବକଷି

ହସି ଦେଉଥିଲେ ମୁକୁତା ଝରଇ ଅଗଣା ମୋ ଉଠେ ହସି 

କୃଷ୍ଣଚୂଡା ରଙ୍ଗ ମନରେ ବୋଳି ତୁ ଗଭାରେ ଗଜରା ନାଉ

ନାଲିନାଲି ଚୁଡି ନାଲିଆ ପାଟରେ କେତେଲୋ ସଜେଇ ହେଉ।


ରକ୍ତିମା ଅଧରେ ଶୁଭ୍ର ଦନ୍ତପନ୍ତି କିଣିନିଏ ମୋର ମନ

କେତେ ତ ଫୁଲେଇ ହେଉଥାଉ ସଦା ଆଲୋ ମୋ ପୁନେଇଜହ୍ନ

ପହିଲି ଆଷାଢ ବତୁରା ମାଟି ତୁ ମୋ ଦେହେ ତ ନେସି ହେଉ

ବଇଶାଖି ତାତି ସଂଜୁଆ ବାଆରେ ପୀରତି ପଖାଳି ଦେଉ ।


ଶ୍ରାବଣୀର ପୂର୍ଣ୍ଣ ଗର୍ଭିଣୀ ନଈ ଲୋ ଚଗଲି ଚହଲା ମନ

କେବେ ନେଉ ସେଇ ସୁଅରେ ଭସେଇ ମୋର ଯେତେକ ସପନ

ଭୋଦୁଅ ଆକାଶ ନିରିମଳ ତାରା ନିଳିମାକୁ ମାଗି ଆଣୁ

ଅଶିଣ ସଂଜୁଆ ଜହ୍ନିଫୁଲ ତୁ ଲୋ ଅଭିସାରେ ମନ କିଣୁ ।


ମୋ ମନ ଆକାଶ ଇନ୍ଦ୍ରଧନୁ ତୁ ଲୋ ଆଲୋ ମୋ ସରଗ ପରୀ

ସପତ ରଙ୍ଗରେ ରଙ୍ଗେଇ ଦେବୁଲୋ ଧରି ମୋ ଜୀବନ ଡୋରି

ଆମରି ପୀରତି ଅମଳିନ ଗାଥା ଚିରଦିନ ରହିଥିବ

ଧରଣୀ ବୁକୁରେ ଅଲିଭା ଅକ୍ଷରେ ଚିରନ୍ତନ ମହକିବ ।


Rate this content
Log in

Similar oriya poem from Romance