Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Others

4  

Nilamani Thapa

Others

ଶ୍ରଦ୍ଧା ଓ ପ୍ରେମ

ଶ୍ରଦ୍ଧା ଓ ପ୍ରେମ

1 min
274



ଭଜନ ଜଣାଣ ଗାଇ ଯାଉ ଦିନ

ତୁମ ନାମ ଗାଇ ଗାଇ

ମଦନ ମୋହନ ଆହେ ବେଣୁ ପାଣି

ତୁମେ ପ୍ରଭୁ ଭାବ ଗ୍ରାହି ।


ଶ୍ରଦ୍ଧା ଭକ୍ତି ସହ ତୁମନାମ ଗାଇ

ପ୍ରେମରେ ବିଭୋର ମୁହିଁ

ତୁମ ପ୍ରତିଛବି ପ୍ରତି ମୁହୁର୍ତ୍ତରେ

ମୋ ନୟନେ ଅଛି ରହି ।


ଏଇ ପ୍ରେମ ଆଉ ଶ୍ରଦ୍ଧା ଭକ୍ତି ଥାଉ

ତୁମଠି ଆଶ୍ରିତ ମୁହିଁ

ଆଉ ଅନ୍ୟ ଆଶା ନ ଆସୁ ଜୀବନେ

ତୁମ ପଥ ଅଛି ଚାହିଁ ।


ଏ ଜୀବନ ପ୍ରଭୁ ସବୁ ତୁମ ଦାନ

ତୁମ ପ୍ରେମେ ଅନ୍ଧ ଅଛି

ଏ ସାରା ସଂସାର କୁସୁମିତ ରହୁ

ଭାବୁଥାଏ ସଦା ମୁହିଁ ।


ମୁଁ ଛାର ଅବୋଧ ପ୍ରାର୍ଥନା କରୁଛି

ସତ୍ୟ ଧର୍ମ ପଥ ଚାହିଁ

ଅବାଟରେ ଗଲେ ପଥ ଦେଖାଇବ

ଏତିକି ଭାବୁଛି ମୁହିଁ ।


କାହିଁ କି କେଜାଣି ମିଛ ର ଜାଳରେ

ଛନ୍ଦି ରହିଅଛି ମୁହିଁ

ଏ ସାରା ସଂସାରେ ତୁମ ନାମ ଛଡା

କଣ ବା ପାଇବି ମୁହିଁ ।


ଏ ସାରା ସଂସାର ତୁମ ପରା ସୃଷ୍ଟି

ସବୁ ଠାରେ ତୁମ ଲିଳା

ଆଉ କି ବଣ୍ଣିବି ଆହେ ଚକାଡୋଳା

ଶ୍ରଦ୍ଧା ଓ ପ୍ରେମର ମାଳା ।



Rate this content
Log in