Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

ଶକ୍ତି ଓ ପ୍ରଗତି

ଶକ୍ତି ଓ ପ୍ରଗତି

1 min
295



କୃଷକ ଭାଇଟି ସାରା ରାଇଜର

ପାଳନ କରତା ଚାଷୀ

ଦିନ ରାତି ଖଟି ପାଳୁଛି ପରଜା

ତଥାପି ରହୁଛି ଖୁସି ।


ଛଅ ତୁଣ ଆଉ ନଅ ଭଜା କେବେ

ଖାଇବାକୁ ନ ଖୋଜେ

ବାସି ପଖାଳ ଓ ତୋରାଣି ପିଇକି

ଆରାମେ କାମରେ ଲାଗେ ।


ନିଜକୁ ସନ୍ତୋଷ ତୃପ୍ତ ବୋଧ କରି

ନିଜ କାର୍ଯ୍ୟେ ମାତି ଥାଏ

ସାରା ଜଗତକୁ ପ୍ରଗତି ଦେଖାଇ

ନିଜେ ବି ଖୁସିରେ ରୁହେ ।


ସାରା ପରିବାର ନିଜ ଛୁଆପିଲା

ସଭିଙ୍କୁ ଏକତା ରଖେ

ନିଜେ ଦୁଃଖେ ଖଟି ଆରାମରେ ରଖେ

ସଭିଙ୍କୁ ନିଜର ଭାବେ ।


ଛୁଆ ପିଲା ପରି ଯତନେ ସଶ୍ଯ କୁ

ଛୋଟରୁ ବଢାଇ ଥାଏ

ସୁନାର ଫସଳ ପାଇଁ ତା'ର ଚିନ୍ତା

ମନରୁ କେବେ ନଯାଏ ।


ଖରା ବରଷାକୁ ଖାତିରି ନ କରି

ନିଜ କାର୍ଯ୍ୟେ ଲିପ୍ତ ରୁହେ

ଏଇ ପରା ଆମ ଚାଷୀ ବୀରତ୍ବର

ଶକ୍ତି ପରିଚୟ ଦିଏ ।


ତାହାରି ପାଇଁ ତ ଆମେ ବି ଗର୍ବିତ

ପ୍ରଗତି ର ଉନ୍ନତି ହୁଏ

ଅତି ଆନନ୍ଦ ରେ ଦିଇ ମୁଠା ଅନ୍ନ

ଆରାମରେ ମିଳିଥାଏ ।


ଉତ୍ତମ ବିଚାର ଚିନ୍ତା ଶକ୍ତି ତା'ର

କହିଲେ କେବେନ ସରେ

ସାରା ଦୁନିଆଁ ର ପାଳନ କରତା

ପ୍ରଗତି ପାଇଁ କି ଚାହେଁ ।



Rate this content
Log in

Similar oriya poem from Inspirational