Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

4  

Nilamani Thapa

Inspirational Others

କର୍ତ୍ତବ୍ୟ ଓ ସେବା

କର୍ତ୍ତବ୍ୟ ଓ ସେବା

1 min
318


ପିତା ମାତା ତାଙ୍କ          କର୍ତ୍ତବ୍ଯ କରିଣ

        ଛୋଟ ରୁ ବଡ କରିଲେ

କେତେ ଅଳି ଆଉ            ଅଝଟ ସହିଣ

       ନାଆଟି ସାର୍ଥକ କଲେ  ।


ସର୍ବଦା ମଙ୍ଗଳ              କାମନା ମନାସି

        ଦୂରେଇ ଯାଉ ନ ଥିଲେ

ଯେତେ ଦୁଃଖ କଷ୍ଟ       ନିଜ ମୁଣ୍ଡେ ନେଇ

         ସୁଖରେ ତ ରଖୁଥିଲେ ।


ଅନେକରେ ଏକ           କର୍ତ୍ତବ୍ଯ କରିଣ

          ଆମରି ନାଆଁ ରଖିଲେ

ଆଜି ବଡ ହୋଇ         ଦୁନିଆରେ ଆମେ

          ଶିକ୍ଷିତ ଯୁବକ ହେଲେ ।


ଏଇ ଧରା ପୃଷ୍ଠେ          ପାଦ ପକାଇଛେ

          କେବଳ ତାଙ୍କରି କୋଳେ

ଅଣଦେଖା କେବେ         କରିବା ନାହିଁ ଟି

          ପାଖେ ଥିବା ସବୁ ବେଳେ ।


ଅମୂଲ୍ୟ ଏ ଋଣ          ସେବା ଓ କର୍ତ୍ତବ୍ୟ

         ଧ୍ୟାନ ଦେବା ସବୁ ବେଳେ

ସାରା ଦୁନିଆଁରେ            ନାଆଟି ରହିବ

          ବିପଦ ନ ହେବ କାଳେ ।


ବୁଢା ବାପା ମାଆ         ସୁଖରେ ରହିଲେ

          ଭାବୁ ଥିବେ ସବୁବେଳେ

ସୁନା ପୁଅ ଆଖ୍ଯା          ମିଳିବ ସବୁଠି

           ଏମିତିକା ସେବା କଲେ  ।


ସୁଖର ଲହରି               ଖେଳି ଉଠୁଥିବ

           ଏଇ ସମ୍ମାନଟା ଥିଲେ

ପରିବାରେ ସଦା               ଆଦର ମିଳିବ

           ଭାବୁଥିବା ସବୁବେଳେ ।


ନିଜେ ଶିଖିବା ଓ            ଅନ୍ଯଠୁ ଶିଖିବା

         ଆମେ ମାନେ ସଦା ବେଳେ

ତାହାହିଁ ତ ସତ୍ୟ        ଏଇ ସଂସାରରେ

         ଘଟୁଥାଉ ସବୁବେଳେ ।



Rate this content
Log in

Similar oriya poem from Inspirational