Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others Children

4  

Nilamani Thapa

Inspirational Others Children

ଏଇତ ଆମ ଜୀବନ

ଏଇତ ଆମ ଜୀବନ

1 min
356



ଖରାର ତାତିରୁ                ଡହଳ ବିକଳ

         ହେଉ ଅଛୁ ଛାତି ପିଟି

ଗରମ ପ୍ରଭାବ                ବଢି ଯାଉଅଛି

        ତାତି ଯାଉଅଛି ମାଟି ।


ବୃକ୍ଷ କମିଗଲା              ଧ୍ୟାନ ଦିଅ ଭାଇ

       ନହେଲେ ବୁଡିବ ଭେଳା

ଏସି ଫ୍ରିଜ କିଣି          ଆରାମ ଖୋଜିଲେ

       ଦିନେ ହେବା ଗୁଲଗୁଲା ।


ଦିନଟେ ଆସିବ               ଗରମ ପ୍ରଭାବ

       ସହି ପାରିବା ନି କେହି

ସେଥି ପାଇଁ ଆମେ          ଆଗକୁ ଭାବିବା

       ଆମ ଛୁଆ ପିଲା ପାଇଁ ।


ପ୍ରକୃତି ରାଣୀ କୁ              ସବୁଜ କରିବା

       ସଭିଙ୍କୁ ଏକତା କରି

ବରସା ରାଣୀ ର           ସମୟ ଆସିଲେ

        ଚାରା ଦେବା ଆମେ ବୁଣି ।


ଶୂନ୍ୟ ଯାଗା ଦେଖି        ଲଗେଇବା ଚାରା

         ଯତନ କରିବା ଯାଇ

ହୃଷ୍ଠ ପୃଷ୍ଠ କରି              ବଢେଇବା ତାକୁ

          ଆମେ ସର୍ବେ ଏକ ହୋଇ ।


ବୃକ୍ଷଟି ବଞ୍ଚିଲେ              ଆମେବି ବଞ୍ଚିବା

          ତାହାଠାରୁ ଖାଦ୍ୟ ପାଇ

ଅନେକ ପ୍ରକାର               ଲାଭବି ପାଇବା

           ସୁଖରେ ପାରିବା ରହି ।


ପ୍ରକୃତି ପୃଷ୍ଠରେ                 ସୁଖର ଲହରୀ

          ଖେଳୁଥିବା ଚାରି ପଟେ

ସବୁଜ ସୁନ୍ଦର                 ଚତୁର୍ଦ୍ଦିଗ ଶୋଭା

          ହୋଇଯିବ ସବୁ ଠାରେ ।


ହେଳା କରିବା ନି           ବେଳ ଥାଉ ଥାଉ

          ଦେବା ତାର ସଦା ଧ୍ଯାନ

ସଭିଙ୍କ ମଙ୍ଗଳ               ମନାସିବା ସର୍ବେ

          ଏଇତ ଆମ ଜୀବନ ।


Rate this content
Log in

Similar oriya poem from Inspirational