Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Inspirational Others

3  

Nilamani Thapa

Inspirational Others

ସୂର୍ଯ୍ୟ ବଂଶ

ସୂର୍ଯ୍ୟ ବଂଶ

1 min
178



ଯୁଗ ପରେ ଯୁଗ ବଦଳି ଗଲାଣି

ବର୍ତ୍ତମାନ କଳିଯୁଗ

କଳିର କରାଳ ଏପରି ବଢିଛି

ସତ୍ୟ ର ନାହିଁ ସୁଯୋଗ ।


କାହାକୁ କହିବ କିଏବା କାହାର

ବଚନ ରଖିବ କେବେ

ନିଜ ନିଜ ମଧ୍ୟେ ଠକେଇ ଚାଲିଛି

କ'ଣ ବା କହିବ ତେବେ ।


ବାପ ପୁଅ ମଧ୍ୟେ ଅଛି ଭେଦଭାବ

ସୁଧାର ନାହଁ ତ ଏବେ

ମନ ବଦଳିଲେ କଣ ବା ହେଉଛି

କା ଆଗେ କହିବା ତେବେ ।


କଳିଯୁଗ ପୁର୍ବେ ଆଉ ଅନ୍ୟ ଯୁଗେ

ପୁରାଣେ ବର୍ଣ୍ଣିତ ଯାହା

ସବୁ ଜାଣି ମଧ୍ୟ ଭୁଲ୍ କରୁ ଅଛି

କିଏ ବା ହୋଇବ ସାହା ।


ଏଇ କଳିଯୁଗେ ପରିବର୍ତ୍ତନ ର

ଦେଖା ଯାଉନାହିଁ ବାଟ

ଦିନକୁ ଦିନ ବଦଳି ଯାଉଅଛି

ହେଉଅଛି ନୁଆ ନାଟ ।


ରାଜାଙ୍କ ରାଜୁତି ଆଉ କାହିଁ ଅଛି

ଚାଲୁଆଛି ରାଜନୀତି

ଚକ୍ରବ୍ଯୁହ ପରି ଛନ୍ଦି ରହୁଅଛି

ଏବେ କାର ସବୁନିତି ।


ତ୍ରେତୟା ଯୁଗରେ ସୂର୍ଯ୍ୟ ବଂଶ

ପୁରାଣେ ବର୍ଣ୍ଣନା ଯାହା

ପଢି ଦେଖି ସୁଣି ଯାହା ଜାଣିଛେ

ରାଜା ମାନଙ୍କ ର ରାହା ।


ସତ୍ୟ ଧର୍ମ ନ୍ଯାଯ ପାଲି ଥିଲେ ରାମ

ପିତାଙ୍କ ବଚନ ରଖି

ବଂଶ ଗତ ଗୁଣ କାରନାମା ମାନ

ଲିପିବଦ୍ଧ ରହି ଅଛି ।


ଯୁଗ ପରେ ଯୁଗ ଯାଉଛି ବଦଳି

ଏବେ ତ କଳି ନିୟମ

କେଉଁ ବଂଶ କଥା ବର୍ଣ୍ଣିବି ମୁହିଁ ଯେ

ପାଇ ପାରୁନି ମରମ ।



Rate this content
Log in

Similar oriya poem from Inspirational