Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilamani Thapa

Others

4  

Nilamani Thapa

Others

ସୂର୍ଯ୍ୟାସ୍ତ

ସୂର୍ଯ୍ୟାସ୍ତ

1 min
320



ଜୀବନ ମରଣ ବିଧାତା ଲକ୍ଷଣ

କେତେବେଳେ କଣ ହୁଏ

କର୍ମ ଘେନି ଫଳ ସର୍ବଦା ମିଳଇ

ପରିଚୟ ପୁରା ଦିଏ ।


ଯୁଗ ଯୋଗାନ୍ତରୁ ଚାଲି ଅଛି ପ୍ରଥା

ଆମ ମାନଙ୍କ ମଧ୍ୟରେ

ଜନମରୁ ମୃତ୍ୟୁ ତିନି ପିଢି ଯାକ

ସିମିତ ତାରି ଭିତରେ ।


ଶିଶୁ ପରେ ଯୁବା ତାପରେ ବୃଦ୍ଧା ଟି

ଭାଗ୍ୟ ଅନୁସାରେ ହୁଏ

କିଏବା ଜାଣିଛି କାହାର କରମେ

କଣ ବା ସୁଚନା ଥାଏ ।


କରି କରାଉ ଥାଏ ନିଜ ଭାଗ୍ୟ ଚକ୍ର

କର୍ତ୍ତବ୍ୟ ନିଷ୍ଠା ଆକାରେ

ପାପ ପୁର୍ଣ୍ଣ ସବୁ ନିକିତି ଜଣାଏ

ଜୀବନ ପୂର୍ଣ୍ଣ ଶେଷରେ ।


ଦୀପ ଶିଖା ସିନା ଉଜ୍ଜଳ ଦେଖାଏ

ନିଜକୁ ଅନ୍ଧାର ରଖି

ନିଜ କର୍ମ ଫଳ ନିଜ ହାତେ ଅଛି

ଥିବା ତାହାକୁ ନିରେଖି ।


ନୁଆ ଜନ୍ମ ନେଇ ଶିଶୁ ଟି ଧରାରେ

ଖୁସିର କିରଣ ଦିଏ

ପରିବାରେ ଖୁସି ଆନନ୍ଦ ଲହରି

ଶୁଖ ଶାନ୍ତି ଭରି ଯାଏ ।


ଗୋଟିଏ ନୁହଁ କୋଟି ସୂର୍ଯ୍ୟ ଅଛି

ଜଳୁଛି ପୁଣି ଲିଭୁଛି

ଜୀବନର ଅନ୍ତ ସମୟ ଆସିଲେ

ପୁଣି ତ ଅସ୍ତ ହେଉଛି ।


କେତେବେଳେ କଣ ଘଟି ପାରେ ତାହା

କ'ଣ ବା ହୁଏ ପର୍ଯ୍ଯାପ୍ତ

ଆଉ କେତେବେଳେ ସମୟ ଟଳିଲେ

ତାହା ବି ହୁଏ ସୂର୍ଯ୍ୟସ୍ତ ।



Rate this content
Log in