Nilamani Thapa

Others

3  

Nilamani Thapa

Others

ଆଲିଏନ

ଆଲିଏନ

1 min
138



 ଇଂରାଜୀ ଶବ୍ଦକୋଷ କହେ, ଆଲିଏନ ମାନେ ଅନ୍ୟ ଗ୍ରହରୁ ଆସିଥିବା ବ୍ଯକ୍ତି ବା ପଶୁ । ଆମେ ଏଇ ଯେଉଁ ବିଶ୍ଵରେ ଜୀବନ ଧାରଣ କରୁଛୁ, ଆମର ମନ, ଶରୀର, ଭାବନା ପ୍ରାୟତଃ ସୀମିତ ହୋଇ ରହିଯାଉଛି । ବାହାର ଦୁନିଆ ବିଶ୍ବ ଆଗରେ ବିଶ୍ବ ସମ୍ବନ୍ଧରେ ଆମେ ଅନଭିଜ୍ଞ ହୋଇପଡିଛୁ । କଥାରେ ଅଛି ଯାହା ନଦେଖିବ ନିଜ ନୟନେ, ପରତେ ନଯିବ ଅନ୍ୟ ବଚନେ । ବ୍ରହ୍ମାଣ୍ଡ ବାହାର ଦୁନିଆ ନା ଆମେ ଦେଖି ପାରିଛେ ନା ଦେଖିପାରିବା ତେଣୁ ନିଜ ନୟନରେ ଦେଖି ନପାରିବା ହେତୁ ଅଲଗ ଦୁନିଆଁର ସମ୍ଭାବନାକୁ ଏଡାଇ ଦେଉଛେ କାରଣ ଆମର ଦୁଇ ଆଖି ତାହା ଦେଖି ପାରିନି ।


    ଅନନ୍ତ ବ୍ରହ୍ମାଣ୍ଡ ପରେ ଥିବା ଆଉଏକ ବ୍ରହ୍ମାଣ୍ଡ ଯଦି ସମ୍ଭବ ଏବଂ ସେଠି ଯଦି ଜୀବ ଯନ୍ତୁ ମଣିଷ, ଗଛଲତା, ବୃକ୍ଷ ଥିବା ସମ୍ଭବ ଯାହାକୁ ଏଯାବତ ଆମର ଦୃଷ୍ଟି ପଡିପାରିନି ତେବେ ସେଠାରେ ସ୍ଥାୟୀ ବାସିନ୍ଦା ନିଶ୍ଚୟ ଥିବେ ଯେଉଁମାନେ ଆମ ମାନଙ୍କ ଠାରୁ ଖୁବ ଅଧିକ ବୁଦ୍ଧିମାନ ଓ ବିଜ୍ଞାନୀ। ଥରେ ଚକଚିତ୍ର ମାଧ୍ଯମରେ ଏଇ ଏଲିଅନଙ୍କ ଆଗମନ ସମ୍ପର୍କରେ ଆମେ ଅବଗତ ହୋଇଛେ । ତାଙ୍କର ମହାକାଶ ଯାନ ଅତିବ ଉନ୍ନତ ମାନର ବୈଜ୍ଞାନିକ କୁଶଳତା ପୂର୍ଣ୍ଣ ତାଙ୍କର ଦୃଷ୍ଟିଶକ୍ତି ଖୁବ ପ୍ରଖର ଭୂପୃଷ୍ଠରେ ଥାଇ ତାଙ୍କର ନିଜସ୍ୱ ଗ୍ରହ ବାସୀଙ୍କ ସହ ବିଭିନ୍ନ ଧ୍ବନି ସାହାଯ୍ୟରେ କଥା ହୋଇ ଦ୍ବିପାକ୍ଷିକ ବୁଝାମଣା ହୋଇଥାଏ । ଶାରୀରିକ ଚାପରେ ଭିନ୍ନତା ଥାଇପାରେ ହେଲେ ବୌଦ୍ଧିକତ୍ବ ଖୁବ୍ ଶକ୍ତିଶାଳୀ, ସେମାନେ ଅନ୍ୟ ଗ୍ରହରେ ଥାଇବି ଅହଂକାର ବର୍ଜିତ। କେହି ଶତ୍ରୃତା କରନ୍ତି ନାହିଁ । କଉଁସ୍ଥିତି ତାଙ୍କୁ ଯାତନା ଦିଏ ତଥାପି ସେମାନେ ଶାନ୍ତ ସରଳ ସ୍ବଭାବ ।


   ଅନ୍ୟର କ୍ଷତି ନହେଉ କିମ୍ବା ନିଜର କୌଣସି କ୍ଷତି ନହେଉ, ଏହା ସେମାନଙ୍କର ବୌଦ୍ଧିକତାର ଚାକ୍ଷୁତା ପ୍ରମାଣ ଏଇ ଦୃଷ୍ଟିରୁ ଏଇ ନିଃସଙ୍ଗ ଏକ ଏଲିଅନ ଧ୍ବନି ସଙ୍କେତ ଦ୍ବାରା ନିଜ ସ୍ପେସସିପ ସହ ସମ୍ପର୍କ ସ୍ଥାପନ କରି ନିଜ ଦୁନିଆକୁ ପ୍ରତ୍ଯାବର୍ତ୍ତନ କରିଥିଲା ତାଙ୍କର ଧ୍ବନି ସଙ୍କେତ ଖୁବ ମନଲୋଭା କରି ନିଜ ଆପଣାର ଧ୍ବନି ପରି ମନେ ହେଉଥିଲା ।


Rate this content
Log in