ସଉତେନ୍
ସଉତେନ୍
ସୁନା ଆରୁ ମୁନି ହଉଛନ୍ ଛୁଆ ଦିନର୍ ସାଙ୍ଗ ବିଧାତା ଏନ୍ତା ଜୁଟେଇଛେ ଯେ ସେମାନେ ଦୁହେଁ ବିହା ହଇଛନ୍ । ଦୁହେଁ ଦୁହିଁକୁ ଘାଏ ବି ଛଡା ଛଡି ନାଇଁ ହନ। ହେଲେ କାଁ କରବ୍ ତାଙ୍କର ଫଟା କପାଲ୍ ଛୁଆ ପିଲା କିହେ ନାଇଁ ବଢା ଜାଗାନୁ ଗୁନିଆ ବଏଦ ଡକ୍ଟର୍ ଦେଖେଇ ସାରଲେନ୍ କେତେ ଗୁଡି ଗମ୍ଭିରା ବି ଗଲେନ୍ ଛୁଆ ପିଲା ନାଇଁ ବଲି ବଢା କଥା ସୁନବାର୍ ଘରେ ଶାସ୍ ବୁଢି ହଟହଟା ବିହା ହେବାର୍ ଦଶ ବଛର୍ ହେଲା ବାଞ୍ଚଟା ମୁହୁଁ ଦେଖଲେ ଜଏ ନାଇଁ ବିଚରି ମୁନି ସବୁବେଲେ ମଉନ୍ ହେଇ ରହିଥିସି ।
ମନର୍ କଥା ମନ ଜାନସି କାଣା ଆର୍ କାହାକେ କହେବା ସୁନା ଆରୁ ମୁନି ବିଚାର୍ କଲେ ମୁନି କହେଲା ଆର ଗୁଟେ ବିହା ହଇ ପକ୍ ଆର କେତେ କଥା ସୁନମା । ସୁନା କହେଲା ହାଏରେ ତୁଇ ଇଟା କାଣା କହୁଛୁ ,ଏଡକି ବଡ କଥା କାଏଁ ଯେ କହୁଛୁ ଆମର୍ ଭବିଷ୍ୟତ କାଣା ହେବା କାଏଲକେ ବୁଢା ବୁଢି ହେମା ଯଦି ଏଛେନ୍ କିଛି ନାଇଁ କରମା ଆମର୍ ଅବସ୍ଥା ହେବା କେନ୍ତା । ତୁମେ ମୋର କଥା ମାନ ଆଉ ଘାଏ ବିହା ହଇ ପକ୍ ମୁଇଁ ସଥେଁ ଗୋ କହୁଛେଁ ମାନିଜ୍ ।
ସୁନା ସବୁକେ ଭାବ ବିଚାର୍ କଲା ଆରୁ ଆର ଗୁଟେ ବିହା ହେଲା ,ହେଲେ ଯାହା ହେଲେବି ସଉତେନ୍ ଆଏ ମୁନି ନିଜର୍ ବହେନ ଲେଖେଁ ସଉକ୍ କରେ । ଜାଣାବି କରନ୍ ସଭେଁ ମିଶି କରନ୍ ପରିବାରଥିଁ ଭଗବାନ୍ ଦୟା ନୁ ଗୁଟେ ପୁଓଟେ ହେସି ବଢା ଖୁସଥି ପଡା ପାଠକେ ମିଠା ବାଁଟସନ୍ କୁଷ୍ଟଗୁରୁ କରି ପିଲାର ନାଁ ରଖସନ୍ ସୁଦାମ । ବହୁତ ବଛର୍ ପରେ ତାକର ଘରେ ଖୁସିର୍ ଦିନ ଆଏସି ସୁନା ଆର ମୁନି ସଉତେନ ହେଲା ଟୁନି ନାଁଟା ଯେନ୍ତା ହେଇଛେ ତାକର୍ ଚଲନବି ସେନ୍ତା ଠିକ୍ ଅଛେ ।
ସଉତେନ୍ ଆଏଲେ ଘରକେ କେତେ ଯାଗାନେ ବଢା ଗାଲି ଗୁଲଜ୍ ହେଲେଁ ସୁନା ଡରୁଥାଏ ସୁନିର୍ କଥା ମାନି ଆଏଜ ଘରେଁ ସଭେଁ ବଢା ଉଏନ୍ ଅଛନ୍ ଆରୁ ତାକର କୁଟୁମେ ଖୁସି ଛାଇ ଖେଲିଛେ । ଭଗବାନ କରୁନ୍ ଏନ୍ତା ସବୁ ଦିନ୍ ଖୁସଥୁଁ ଥାଉନ୍ ।