ମନେପଡେ ପିଲା ଦିନ
ମନେପଡେ ପିଲା ଦିନ
ସରିତ ଯାଇଛି ଅତିତ କାହାଣୀ ହେଲେ ମନେଥିବା କିମ୍ବା ଘଟି ଯାଇଥିବା ଘଟଣା କ'ଣ ଭୂଲି ହେବେକି? ପିଲା ବେଳ କଥାପଞ୍ଚମ ଶ୍ରେଣୀର , ଆମେ ସାଙ୍ଗ ସାଥି ହୋଇ ଘରୁ ସ୍କୁଲ କୁ ପଢି
ବାକୁ ବାହାରିଲୁ । ଯିବା ବାଟରେ ଚାରି ସାଙ୍ଗ ବିଚାରିଲୁ ଆମେତ ସବୁ ଦିନ ସ୍କୁଲ ଯାଉଛେ ଦିନେ ନ ଗଲେ କ'ଣ ହେବ, ଚାଲ ଆଜି ଯିବାନି । ଅଧା ବାଟ ବହି ବସ୍ତାନି ଧରି ଗଲୁ ତା' ପରେ ଗୋଟିଏ 'ବନ୍ଧ'' ପଡେ, ସେଇଠୁଁ ଆମେ କିଏ ଦେଖୁଛି କି ଦେଖ କୁହା କୁହି ହେଇ ଏପଟ ସେପଟ ଦେଖି ରାସ୍ତା ବଦଲେଇ ଅନ୍ୟ ଆଡେ ଚାଲିଗଲୁ ।
ଡର ତ ଲାଗୁ ଥାଏ, ହେଲେ କ'ଣ ବା କରିବୁ ଯେହେତୁ ପଢି ନ ଯାଇ ଲୁଚକାଳି ପଲେଇ ଆସିଅଛୁ, ଆଉ ଗୋଟିଏ ଜାମୁ ଗଛ ଉପରେ ସମସ୍ତେ ବସିକରି ମୁଡି ଟଣା ଖାଉଛୁ ହସି
ମଜା କରୁଛୁ । ଠିକ୍ ସେତେବେଳେ ଜଣେ ହଲିଆ ଘାସ କାଟି-ବାକୁ ସେଇ ବାଟେ ଆସିଥାଏ । ଆମକୁ ଦେଖି ପକେଇଲା ତା' ପରେ ସେଠାରେ ଆବାଚ୍ କଲା ଗାଳି ଦେଲା ସେଲ ପଢିନଯାଇ
ଗଛେ ଲୁଚିଛ , ପାଠ୍ ଚୋର ଗୁଡାକ ଯାଉଛି ତୁମ ଘର ମାନଙ୍କରେ କହିଦେବି । ଆମେମାନେ ଭୟରେ ଦୌଡି ପଳେଇଲୁ ।
ହଲିଆ ର ଖବର ପାଇ ଭକ୍ତ କାକା ମୋଫେଟ୍ ଲୁନା ରେ ଆମକୁ ଧରିଲେ ତା ପରେ ଗାଈ ବାଛୁରୀ ପରି ବାଡିରେ ପିଟି ପିଟି ସ୍କୁଲ କୁ ପହଞ୍ଚାଇ ଦେଲା । ସମୟ ପାଖା ପୁଖି ଏକ ଟା
ହେବ ଯାହା ମାଡ ଖାଇଲୁ ଖାଇଲୁ ତା ପରେ ଭକ୍ତ କାକା ଆସିବା ପରେ ମାଷ୍ଟର ର ପାଲି , ଗାଳି ଗୁଲଜ ଚାରି ପାଞ୍ଚ ଟା ବାଡି ଛିଣ୍ଡିବା ତକ ମାଡ ଖାଇଲୁ । ତା ପରେ ସ୍କୁଲ ଛୁଟି ହେବା
ଯାଏ ଆଣ୍ଠୁ ରେ ଦୁଇଟା ଲେଖା ଗୋଡି ଆଣ୍ଠେଇ ରହିଲୁ କିନ୍ତୁ ପଡିବାକୁ ସେ ଦିନ ମିଳିନ ଥିଲା ।
ଇସ୍କୁଲ ର ନିୟମ ଥିଲା ଯିଏ ପଢି ବାକୁ ଆସେନି ଆଜ୍ଞା କହୁଥିଲେ ପ୍ରକୃତ ରେ ତାର କଣ ହେଇଛି ? ତାଙ୍କ ଘର କୁ ତିନି ଚାରିଟା ପିଲା କୁ ପାଠ ଯାଉ ଥିଲା । ଯଦି ଜ୍ବର କାଶ କିମ୍ବା କିଛି ହୋଇଥାଏ ଦେଖି କି ଫେରି ଆସନ୍ତି, ନହେଲେ ଠକି ଛୁଟି କରିଥିଲେ ତାକୁ ବୋହିକି ନେଉଁ ଆସୁଥିଲେ । ଏଭଳି ଭାବରେ ଦଣ୍ଡ ବିଧାନ ଥାଏ । ଆଉ ଯାହା ମାଡ ଖାଇବା ମିଳେ ତ ମିଳେ ପଢିବାକୁ ନମିଳି ଗୋଡି ଦେଇ ଆଣ୍ଠେଇ ବାକୁ ପଡେ । ସ୍କୁଲ ର ନୀତି ନିୟମ କଡା ଷ୍ଟିକ୍ ଥାଇ ମଧ୍ୟ ଆମେ ଭୂଲିଯାଇ ଏପରି କାମ କଲୁ । ଯା ଦ୍ବାରା କି ଆମକୁ କ୍ଷମା ମିଳି ନ ଥିଲା ।
ଚାରି ସାଙ୍ଗ ସ୍କୁଲ ରୁ ଫେରିବା ରାସ୍ତା ରେ ନିଜ ନିଜ ଭିତରେ ଆମର କରାମତି ଚିନ୍ତା କଲୁ । ଘରେ ପହଞ୍ଚିଲୁ ମାବାପା ବି ବହୁତ ଗାଲି ଦେଲେ , ସେ ଦିନ ଠାରୁ ସୁଧୁରିଗଲୁ
କି ଏପରିକି କାମ କେବେ କରିବୁନି । ସଦା ବେଳେ ବଡ ଲୋକଙ୍କ କଥା ମାନିବୁ ଧ୍ୟାନ ଦେଇ ପାଠ ପଢିବୁ ଦିନେ ଆମେ ବଡ ହୋଇ ଦେଶର ସମ୍ମାନ ରଖିବୁ । ଏଇ ଅଭୂଲା କଥା କ'ଣ
ଜୀବନ ରେ କେବେ ଭୂଲି ହେବ ? ନାଇଁ ଭାଇ ଏଇ ହେଉଛି ଆମ ପିଲା ବେଳ ର ଲିପି ବଦ୍ଧ କାହାଣୀ ଯାହାକି ସର୍ବଦା ମନେପଡେ ପିଲାଦିନ ।