Nilamani Thapa

Others

3  

Nilamani Thapa

Others

ବିବାହ

ବିବାହ

2 mins
166



                

                 ବିବାହ ଅର୍ଥ ଦୁଇ ବନ୍ଧୁ ଙ୍କର ମିଳନ,ଏହା ପୁର୍ବରୁ ଚଳିଆସୁଛି, ଏ ସମ୍ପର୍କର ଡେରୀ ସର୍ବଦା ଚାଲିଥିବ । ବିବାହ ର ରିତି ନିତି ଅନେକ ପ୍ରକାରେ କରାଯାଏ । କାରଣ ସମସ୍ତ ଙ୍କରି ଧର୍ମ ସମାନ ନୁହେଁ ହେଲେ ବିବାହରେ ତିନି ଜଣଙ୍କ ସାକ୍ଷୀ ରମତାମତ ରେ କରାଯାଏ । ପ୍ରଥମ ସାକ୍ଷୀ ହେଲେ ପିତା ମାତା, ଦ୍ବିତୀୟ ସାକ୍ଷୀ ଗ୍ରାମ ବାସୀ ଓ ତୃତୀୟ ସାକ୍ଷୀ ହେଲେ ଭଗବାନଏହି ତିନି ଲୋକଙ୍କ ଦ୍ବାରା ବିବାହ ସମ୍ପନ୍ନ ରେ କୌଣସି ତୃଟି ହୁଏନାହିଁ । ସେଥିପାଇଁ କଥାରେ ଅଛି ସର୍ବେ ଭବନ୍ତୁ ସୁଖିନଃ ।


         ବିବାହ ଏକ ସୋଳ ସଂସ୍କାର ର ଜୀବନ ମଧ୍ଯରୁ ଏକ ସଂସ୍କାର, ପ୍ରାପ୍ତ ବୟସର ଉଚ୍ଚୃଙ୍ଖଳାରୁ ଉଭୟଙ୍କୁ ବଞ୍ଚାଇ ପବିତ୍ର ରଖିବାର ମାଧ୍ୟମ । ମାନବବାଦ ସଂସ୍କୃତିକୁ ବଞ୍ଚାଇବାର କ୍ଷମତା କେବଳ ସ୍ତ୍ରୀ ଜାତିର ରହିଛି । ଆଜିର ଝିଅ କାଲିର ପ୍ରାପ୍ତ ବୟସ୍କା ଓ ବିବାହ ପରେ ନାରୀତ୍ବର ପୁର୍ଣ୍ଣତା ପାଇଥାଏ  । ସମାଜକୁ ଶୃଙ୍ଖଳିତ ପବିତ୍ର ଓ ଲଜ୍ଯାମୁକ୍ତ ରଖିବା ପାଇଁ ଏ ବିବାହ ପ୍ରଥାର ପରମ୍ପରା ବୈଦିକ ଯୁଗରୁ ପ୍ରଚଳିତ ।


       ନାରୀ ଯେତେବେଳ ଗୋଟିଏ ଯାଗାରେ ଘୃଣା, ଅପମାନ ପାଇ ବାଧ୍ୟରେ ମୁଣ୍ତକୁ ତଳ କରିଥାଏ, ଅନ୍ଯ ଯାଗାରେ ଯାଇ ଶୃଙ୍ଖଳାସହ ପ୍ରଶଂସିତ, ଗୌରବାନ୍ବିତ ହୋଇ ସମ୍ମାନର ସହ ମୁଣ୍ଡକୁ ଉଚ୍ଚା କରିଥାଏ, ଏ କ୍ଷେତ୍ରଟି ହେଲା ନୂତନ ସୃଷ୍ଟିର ଅୟମାରମ୍ଭ କ୍ଷେତ୍ର ।


       ଆଜ୍ଞା ହଁ ଶାଶୁଘର ହିଁ ଗୋଟିଏ ଝିଅର ନୂତନ ସୃଷ୍ଟି କରିବାର ପ୍ରକୃଷ୍ଟ କ୍ଷେତ୍ର । ବିଧି ସମ୍ମତ ବୟସ ପ୍ରାପ୍ତ ପରେ ଗୋଟିଏ ପୁଅ ଓ ଗୋଟିଏ ଝିଅର ଦ୍ବାଦଶ ସଂସ୍କାର କରି ବିବାହ କରାଯାଏ । ଫଳରେ ନାରୀ ପୁରୁଷ ଉଭୟଙ୍କର ହୃଦୟ, ଆତ୍ମା, ପ୍ରାଣ, ମନ, ବୁଦ୍ଧି ର ମିଳନ ହୁଏ । ଏହା ଦୁଇଟି ଆତ୍ମା ର ପବିତ୍ର ବନ୍ଧନ ବାପା ମାଆଙ୍କ ଠାରୁ ସଂସ୍କାରିତ ଜାତ ପୁତ୍ର ନିଜ କୁଳର ୨୧ ପୁରୁଷଙ୍କୁ ପାପ ମୁକ୍ତ କରିଥାଏ ।

       ମନ, ମାନସିକ, ଶାରୀରିକ ଅବସ୍ଥାର ସନ୍ତୁଳନକୁ ନିୟତ୍ରିତ ରଖିବାର, ଈଶ୍ବରଙ୍କ ସୃଷ୍ଟିକୁ ଆଗେ ବଢାଇବାର, ପୁରୁଷର ପୁର୍ଣ୍ଣ ପୁରୁଷତ୍ବ ଓ ନାରୀର ପୁର୍ଣ୍ଣ ନାରୀତ୍ବର ବିକାଶ ପାଇଁ ଯାହା ଆବଶ୍ୟକ ତା ହେଲା 'ବିବାହ'।


Rate this content
Log in