Supriya Samal

Children Stories

3.7  

Supriya Samal

Children Stories

ଦୁର୍ଘଟଣା

ଦୁର୍ଘଟଣା

1 min
318



କାଲି ମୁଁ କଲେଜ ରୁ ଆସିକି ମୋ ସାଙ୍ଗ ସହ କଥା ହେଲି | ତା ପରେ ସେ ମୋତେ ଟ୍ୟୁସନ ଦେଖିକି ଯିବାକୁ କହିଲା | ମୁଁ କହିଲି ହଁ |ତାପରେ ଫୋନ ରଖିକି ମୁଁ ଟ୍ୟୁସନ ଯିବାକୁ ବାହାରିଲି | ବାଟରେ ଗଲା ବେଳେ ମୋର ଜଣେ ଅଦ୍ଭୁତ ଲୋକ ର ବାଇକ ରେ ଧକ୍କା ହେଲା | ସେ ଲୋକ ମନେ ମନେ ବୋଧେ ଭାବୁଥିଲା ଆକାଶ ରେ ତା ଗାଡି ବୋଲି |ତା ପରେ ମୁଁ ପଡି ଗାଲି |ସେ ଲୋକ ମୋତେ ଠିଆ ହେଇକି ଦେଖୁ ଥିଲା | ମୁଁ ରାଗିକି କହିଲି ମୋ ସାଇକେଲ ଉଠା? ମୋ ଟ୍ୟୁସନ ସମୟ ବି ହେଇ ଗଲାଣି | ସେ ଲୋକ ଆସିକି ମୋ ସାଇକେଲ ଉଠେଇଲା | ମୁଁ ନିଜେ ଉଠିକି ଟ୍ୟୁସନ ଗଲି | ସେଠୁ ଫେରିଲା ପରେ ମୋ ସାଙ୍ଗ କୁ କହିଲି ତ ପାଇଁ ଗୋଟେ ଭଲ ଖବର? ସେ କହିଲା କଣ? ମୁଁ ତାକୁ ମେସେଜ କରି ଦେଇଥିଲି ମୁଁ ଆଜି ସାଇକେଲ ରୁ ପଡି ଗଲି ବୋଲି | ତା ପରେ ସେ ଫୋନ କରି କହିଲା ଏଇଟା ମୋ ପାଇଁ ଭଲ ଖବର?? ତା ପରେ ମୋତେ ପଚାରିଲା କିଛି ହେଇନି ତ? ସେମିତି ଆମେ କଥା ହେଲୁ |ସେ କହିଲା କାଲି ଦେଖା କରିବି | ମୁଁ ହଁ କହିଲି | ସେ ଦିନ ସେ ଦୁର୍ଘଟଣା ପାଇଁ ହାତ ଖୁବ ଜୋରରେ ମାଡ଼ ହେଇ ଥିଲା | ମାମା ମୋତେ ତାଙ୍କ ହାତରେ ଖୁଏଇ ଦେଲେ | ମୁଁ ଖୁସି ଥିଲି ଯାହା ହଉ ଏ ଦୁର୍ଘଟଣା ଯୋଗୁଁ ମାମା ଙ୍କ ହାତରୁ ତ ଖାଇବାର ସୁଯୋଗ ମୋତେ ମିଳିଲା | ବେଳେ ବେଳେ କିଛି ଦୁର୍ଘଟଣା ହେଲେ ଭଲ ଲାଗେ | ଆଉ କାଲି ମୁଁ ବି ଖୁସି ଥିଲି ।


Rate this content
Log in