ମୁହୂର୍ତ୍ତ
ମୁହୂର୍ତ୍ତ
ଆମେ କଥା ହେଇ ଥିଲୁ ଘରକୁ ଆସିବେ, ଆଉ ଆମେ ଦେଖା କରିବୁ |ସେଦିନ ମୁଁ ଟ୍ୟୁସନ ରୁ ଘରକୁ ଆସିଲି ଟିଭି ରେ ଖବର ଦେଉଥିଲା ସ୍କୁଲ କଲେଜ ଖୋଲିଯିବ ବୋଲି | ଆମ ଦି ଜଣଙ୍କ ଦେଖାଯେ ଆଉ ସମ୍ଭବ ନୁହେଁ ଭାବିଲା ବେଳକୁ କୋହ ଭରି ଯାଉଥିଲା | ତାଙ୍କ ବଡ଼ ମାମୁଁ ମାଇଁ ଝାରସୁଗୁଡା ରେ ରୁହନ୍ତି, କଲେଜ ଛୁଟି ହେଲା ପରେ ସେ ସେଠି ଥିଲେ ସମସ୍ତେ ଏକାଠି ଆସିବେ ବୋଲି ସେ କିଛି ଦିନ ରହି ଯାଇ ଥିଲେ | ତା ପରେ ମନ କୁ ବୁଝେଇ ପରିସ୍ଥିତି କୁ ବୁଝିଲି | ସେ ଦିନେ ଫୋନ କରି କହିଲେ ମୋ ଡ୍ରେସ ତୁ କହିଥିଲୁ ନେବାକୁ ମୁଁ ଜଣଙ୍କ ହାତରେ ଦେବି ତୁ ଆସିକି ନେଇ ଯିବୁ? ମୁଁ ହଁ କହିଲି କିଏ ଆଣି ଦବ ପଚାରିବାରୁ ସେ କହିଲେ ତୁ ଜାଣିନୁ, ମୁଁ ବି ଆଉ ପଚାରିଲିନି |କହିଲି କଲେଜ ଗଲା ବେଳେ ନେଇ ଯିବି, ସେ ହଁ କହିଲେ | ତା ପରଦିନ ସକାଳୁ ଫୋନ କରି କହିଲେ ଜଲଦି ଆସିକି ନେଇ ଯିବୁ ମୁଁ ହଁ କହିଲି |କଲେଜ ପାଇଁ ବାହାରି ସରିବା ପରେ ମୁଁ ଆର୍ଯ୍ୟ କୁ ଫୋନ କାଲି କହିଲି ମୁଁ ଘରରୁ ବାହାରିଲି ସେ ଲୋକ କୁ କୁହ ଆଣି ଦେବା | ଆର୍ଯ୍ୟ କହିଲେ ସେ ଆସିକି ପନ୍ଦର ମିନିଟ ହେଲା ଅଛି ତୁ ଆସେ | ମୁଁ ପଚାରିଲି ତମେ କଣ କରୁଛ ? କହିଲେ ସେ ମୁଁ କଲେଜ ରେ ମାମ ଆସି ନା ହାନ୍ତି ସେଇଠି ପାଇଁ ତୋ ସହ କଥା ହଉଚି ମୁଁ ସେଇଠୁ ହଁ ହଉ କହିଲି |ମୁଁ ଚାଲିକି ଯାଉ ଥାଏ, ସେଇଠି ଆଉ କେହି ନୁହେଁ ଆର୍ଯ୍ୟ ଥିଲେ ମୋତେ ଖୁସି ଦବା ପାଇଁ ମିଛ ରେ କହି ଥିଲେ କି କଲେଜ ଗଲେଣି | ମୁଁ ପଛରୁ ଦୌଡ଼ି ଯାଇ ତାଙ୍କୁ ଧରି ନେଲି ଆଉ ମୋ ପାଦ ଖୁସିରେ ତଳେ ଲାଗୁ ନ ଥିଲା| ମୋତେ ସବୁ ସ୍ୱପ୍ନ ଭଳି ଲାଗୁ ଥିଲା | ତାଙ୍କ ଏ ଉପହାର ମୋ ପାଇଁ ବହୁତ ମୂଲ୍ୟବାନ | ମୋତେ କହିଲେ କେମିତି ଲାଗିଲା ? ମୋ ଆଖିର ଲୁହକୁ ଖୁଵ କଷ୍ଟରେ ଲୁଚେଇ ରଖି ମୁଁ ତାଙ୍କ ଆଗରେ ଥିଲି | ଦିନେ ଆମେ ତାଙ୍କ ମାମୁଁ ଙ୍କ ଗାଁ ଘର କୁ ଯାଇ ଥିଲୁ ମାଇଁ ମୋତେ ପଞ୍ଚଶହ ଟଙ୍କା ଦେଇ ଥିଲେ ସେଇ ଟଙ୍କା ସହ ମୁଁ ଆଉ କିଛି ଟଙ୍କା ମିଶେଇ ଆମ ଦି ଜଣ ଙ୍କ ପାଇଁ ହାତ ଘଣ୍ଟା କିଣି ଥିଲି| ସେ ମୋତେ ପିନ୍ଧେଇ ଦେଲେ ଆଉ ମୁଁ ତାଙ୍କୁ | ତାଙ୍କୁ ମୋ ସାମ୍ନାରେ ପାଇଁ ଜୀବନରେ ସବୁ ଖୁସି ପାଇଁ ଗାଲି ବୋଲି ମୋତେ ଲାଗୁ ଥିଲା | ବ୍ରେସଲେଟ ଗୋଟେ ତାଙ୍କୁ ମୁଁ ଦେଲି | ତାଙ୍କ ସହ ମୋ ସେ ମୁହୂର୍ତ୍ତ ସବୁ ବେଳେ ମନେ ରହିବ |ଆମେ ଦୁହେଁ ଭଗବାନଙ୍କ ଆଶୀର୍ବାଦରୁ ଏକାଠି ବହୁତ ଭଲରେ ଅଛୁ |