Supriya Samal

Others

3.4  

Supriya Samal

Others

ମୋ ଆର୍ଯ୍ୟ

ମୋ ଆର୍ଯ୍ୟ

2 mins
102


ଜୀବନରେ ସମସ୍ତଙ୍କର କିଛି ନା କିଛି ଇଚ୍ଛା ଥାଏ | ମୋର ବି ଅଛି, ମୋ ଆର୍ଯ୍ୟର ସବୁ ଇଚ୍ଛାକୁ ସତ କରିବାର ଇଚ୍ଛା |ଆର୍ଯ୍ୟ ମୋର ସବୁଠୁ ଭଲ ବନ୍ଧୁ |ଆମେ ଦିଜଣ ଜଣେ ଜଣଙ୍କ ବିନା ଅଧୁରା |ବାସ୍ତବିକ ତାର ମୋର ସମ୍ପର୍କ ସ୍ୱୟଂ ଭଗବାନଙ୍କ ଆଶୀର୍ବାଦ ମୁଁ ମନେ କରେ | ମନ କଥା ନ କହିବି ସବୁ କଥା ମୁହଁ ଦେଖି ପଢିନିଏ |ମୋ ଜୀବନର ପ୍ରତିଟି ପୃଷ୍ଠାରେ ତାର ହିଁ ନାଁ ବର୍ଣ୍ଣିତ ଥାଉ ଏତିକି କାମନା |ମୁଁ ଭାଗ୍ୟବତୀ ମୋ ଭାଗ୍ୟଲେଖକ ଆର୍ଯ୍ୟ ଭଳି ଭାଗ୍ୟ ମୋ ଭାଗ୍ୟରେ ଚିତ୍ରିତ କରିଛନ୍ତି | ସବୁ କିଛିକୁ ସାମ୍ନା କରି ଆଗକୁ ବଢିବାକୁ ସେ ମୋର ପ୍ରେରଣା |ମୋ ଜୀବନର ଛୋଟ ଗଳ୍ପରେ ତାର ସ୍ଥାନ ବହୁତ ବଡ଼ | ଏ ବିଶ୍ୱରେ ବହୁତ ମୂଲ୍ୟବାନ ଜିନିଷ ଉପଲବ୍ଧ | ହେଲେ ମୋ ପାଇଁ ସବୁ ଠାରୁ ମୂଲ୍ୟବାନ ଯଦି କିଛି ଥାଏ, ସେ ହେଲା ଆର୍ଯ୍ୟ | ମୋର ସମସ୍ତ ଇଚ୍ଛାର ଯତ୍ନ ସେ ନିଏ |ମୋ ବାପା ମାଆଙ୍କୁ ନିଜର ବାପା ମାଆ ବୋଲି ସମ୍ବୋଧନ କରେ ଆଉ ତାଙ୍କର ମଧ୍ୟ ସମସ୍ତ ବୁଝେ | ପିଲାଟି ଦିନୁ ଆଜି ଯାଏ ଆଉ ସାରା ଜୀବନ ମଧ୍ୟ ଆର୍ଯ୍ୟ ସବୁ ବେଳେ ମୋ ହାତ ଧରି ଚାଲିବ |ମୋର କେଉଁ କାର୍ଯ୍ୟ କଲେ ଉଚିତ କଣ ଅନୁଚିତ ସବୁ କଥା ସେ ବୁଝି ଥାଏ | ମୋର ପସନ୍ଦ ନା ପସନ୍ଦ ସବୁର ଠିକଣା ରଖି ଥାଏ |ସବୁ ଠାରୁ ଭଲ କଥା ଏହା କି ଆମ ଦି ଜଣଙ୍କର ପସନ୍ଦ ନା ପସନ୍ଦ, ଚିନ୍ତାଧାରା, ନିଷ୍ପତ୍ତି, ଭାବନା, ଇଚ୍ଛା, କାମନା ସବୁ ଥିରେ ସମାନତା | ମୋ ମନର ସାଧା କାଗଜରେ ଗୋଟିଏ ଛବି ଆଙ୍କି ଥିଲି |ସେ ଚିତ୍ରକୁ ସବୁ ଗୁଣର ରଙ୍ଗ ତୂଳୀରେ ଏପରି ସଜେଇ ଦେଲି ଯେ ରଙ୍ଗ ସବୁ ଶେଷ ହେଇ ଗଲା |ସେ ଛବିକୁ ଯେତବେଳେ ମୁଁ ସ୍ପର୍ଶ କଲି ସେ ଜୀବନ୍ତ ହେଇ ଉଠିଲା ଆଉ ସେ ମୋ ମନର ମଣିଷ ହେଇ ଗଲା |ଆଉ ତା ନାଁ 'ଆର୍ଯ୍ୟ' |ମୁଁ ଆଉ କାହା ଭଳି ନୁହେଁ ଖାଲି କେବଳ ଆର୍ଯ୍ୟକୁ ହିଁ ଚାହେଁ |ଆଉ କେହି ପ୍ରେମ ଚକ୍ଷୁରେ ଚାହିଁଲେ ମଧ୍ୟ ମୋ ପ୍ରେମର ଆଦ୍ୟ ଓ ପ୍ରାନ୍ତ କେବେଳ ଆର୍ଯ୍ୟ |ତାଙ୍କ ବିନା ମୁଁ ଅସମ୍ପୂର୍ଣ୍ଣ | ଜୀବନର ସମସ୍ତ ଅବସ୍ଥା ମୁଁ ତାଙ୍କ ସହିତ ଅତିବାହିତ କରିବାକୁ ଚାହେଁ |ତାଙ୍କୁ ସବୁ ମୁହୂର୍ତ୍ତରେ ତାଙ୍କ ସାଥିରେ ରହିବାକୁ ଚାହେଁ | ମୁଁ ମୋ ଜୀବନର ଅନ୍ତ ଯାଏ ତୁମକୁ ମୋ ହିଁ ଚାହେଁ | ଜାଣିନି ମୋ ଆୟୁଷ କେତେ ଦିନ? ହେଲେ ଯେତିକି ଦିନ ରହିବି ତୁମରି ହେଇକି ରହିବି |ଆର୍ଯ୍ୟ ମୋ ଜୀବନର ନିସ୍ଵାର୍ଥପର ଭଲ ପାଇବା |ମୋ ଭଗବାନଙ୍କ ପାଖରୁ ସବୁଠାରୁ ଶ୍ରେଷ୍ଠ ଉପହାର ତୁମେ ମୋ ପାଇଁ |ଜୀବନରେ ଆଉ କୌଣସି ଥିରେ ପ୍ରୟୋଜନ ନାହିଁ ବାସ ଆର୍ଯ୍ୟ ଥିଲେ ମୁଁ ସବୁ କିଛି ପାଇଁ ଯିବି |କାମନା ଏତିକି ମୋ ଆର୍ଯ୍ୟକୁ ଭଲରେ ରଖ |ଜୀବନରେ କଷ୍ଟ ଦୁଃଖ ସୁଖ ସବୁବେଳେ ଲାଗି ରହେ | ହେଲେ ଆମ ଦିଜଣଙ୍କୁ ସମସ୍ତ ସାମ୍ନା କରିବାକୁ ଶକ୍ତି ପ୍ରଭୁଙ୍କ ଠାରୁ ମିଳୁ |କେବଳ ଏ ଜନ୍ମ ନୁହେଁ ଆମ ଦି ଜଣଙ୍କୁ ସବୁ ଜନ୍ମରେ ଗୋଟିଏ ବନ୍ଧନରେ ବାନ୍ଧି ରଖ ଜଗନ୍ନାଥ ହେ ବାସ ଏତିକି କାମନା |


Rate this content
Log in