Supriya Samal

Classics Others

4  

Supriya Samal

Classics Others

ମୋ ସାଥି

ମୋ ସାଥି

3 mins
243


ଆମ ଗାଁରୁ ଗୋଟେ ପିଲା ମୋତେ ଭଲ ପାଏ ହେଲେ ମୁଁ ତାକୁ କେବେ ବି ସେ ଦୃଷ୍ଟିରେ ଦେଖିନି | କାହାସହ ପ୍ରେମର ମିଛ ନାଟକ କରି ଛାଡି ଅନ୍ୟ କାହା ସହ ଜୀବନ ବିତାଇବା ବିବାହ ବନ୍ଧନ ରେ ବାନ୍ଧି ହବା କେତେ ଯେ ଅନ୍ୟାୟ ସେଇଟା ଅବର୍ଣ୍ଣନୀୟ | କିନ୍ତୁ ଯିଏ ତୁମ ପାଇଁ ଉଚିତ ନୁହେଁ ତାର ଟଙ୍କା ଆଉ ଘର ଦେଖି କେବେ କଣ ତା ସହ ରହିବା କଥା କି? ମୁଁ ମଧ୍ୟ ନାହିଁ କଲି | ସେ ଏମିତି କାମ କରିଲା ଯାହା ଦ୍ଵାରା ମୁଁ ତା ହାତ ଗୋଡ ଧରିଲି | ସେ ମୋତେ ଚରିତ୍ରହୀନ ବୋଲି କହି ବହୁତ ଖରାପ କାମ କରୁ ଥିଲା | ମୁଁ ଏ ସବୁ ସହି ପାରିଲିନି ଆଉ ଆତ୍ମହତ୍ୟା କରିବାକୁ ଚେଷ୍ଟା ମଧ୍ୟ କଲି | ମୋ ବାପା ମାଆ ମୋତେ ବଂଚେଇଲେ | ମୋ ଭାଇ ମୋ ଭୁଲ କହି ମୁଁ ତା ପାଇଁ ମରିଗଲି ବୋଲି କହି ଦେଲା | ବାସ୍ତବିକ ମୁଁ ଭୁଲ ନୁହେଁ ଏ କଥା ମୁଁ ଜାଣିଛି | ମୋ ବାପା ମାଆ ମୋତେ ସବୁ କଥା ବୁଝେଇଲେ | କହିଲେ ତୁ କଣ ଆମେ ଜାଣିଛୁ କିଏ କଣ କଲେ କଣ ଗଲା?? ସେ କୁକୁର ତାର ମଣିଷପଣିଆ ନାହିଁ, ତା ଘରେ ମାଆ ଭଉଣୀ ନାହିଁ ବୋଲି ଏମିତି କରୁଛି | ସେ ଅନେକ ଚେଷ୍ଟା କଲା ମୋତେ ପାଇବାକୁ ହେଲେ ହାରିଗଲା | ମୁଁ ଭୁଲ କରିନି | ସେ ମୋ ପାଇଁ ଉପଯୁକ୍ତ ନୁହେଁ ମୁଁ ଜାଣିଥିଲି | ତା ହାତ ଧରି ମୁଁ ସାରା ଜୀବନ କେମିତି ରହି ଥାନ୍ତି | ଯିଏ ମୋତେ ସଂମାନ ଦେଈଜଣିନି | ମୋ ବାପା ମୋତେ ବହୁତ ବିଶ୍ୱାସ କରନ୍ତି ଆଉ ମୁଁ ଯଦି ଏମିତି ପିଲା କୁ?? କେବେ ନାଇଁ | ମୁଁ ଭଗବାନ ଙ୍କ ଉପରେ ବିଶ୍ୱାସ ରଖେ |ସେ ମୋତେ ସଠିକ ମାର୍ଗ ଦେଖେଇବେ ବୋଲି ମୁଁ ଜାଣିଛି | ସେ ସମୟରେ ମୁଁ ବହୁତ ଏକା ଆଉ କାଚ ଭାଙ୍ଗି ଗଲା ଭଳି ଭାଙ୍ଗି ଯାଇ ଥିଲି | ମୁଁ ଏକା ରହିବାକୁ ଭଲ ପାଉଥିଲି ଆଉ ସ୍ୱର୍ଗ ରେ ଥିବା ଜେଜେବାପା ଙ୍କୁ ମୋ ସବୁ କଥା କହୁ ଥିଲି | କୁହାଯାଏ ସତ ରେ ଥିଲେ ଭଗବାନ ନିଶ୍ଚୟ ସାହା ହୁଅନ୍ତି ମୋତେ ବି ସାହା ହେଲେ, ମୋ ଜୀବନରେ ଜଣେ ଦେବଦୁତ ପଠେଇଲେ | ଜୀବନରେ ମୁଁ ଦୁଃଖ କଷ୍ଟ ଲୁହ କଣ ଜାଣି ନଥିଲି ଆଉ ସେତବେଳେ ମୁଁ ସବୁ ଜାଣିଲି | ସେ ଦେବଦୁତ ଆଉ କେହି ନୁହେଁ ମୋ ବାଲ୍ୟ ବନ୍ଧୁ ଆର୍ଯ୍ୟ | ସେ ପାଠ ପଢି ଘରକୁ ଆସିଲା ପରେ ମୁଁ ତାକୁ ମୋ ଜୀବନରେ ହେଇଥିବା ଏ ସମସ୍ତ କଥା କହି ଥିଲି | ଆର୍ଯ୍ୟ ମୋତେ ପୁଣି ଗୋଟେ ନୂଆ ଜୀବନ ଦେଲା | ମୋ ଓଠ ରେ ପୁଣି ହସ ଫେରେଇଦେଲା | ମୋତେ ସହଯୋଗ କଲା | ସବୁ ନାରୀ ଙ୍କ ଜୀବନରେ ଜଣେ ପୁରୁଷ ବନ୍ଧୁ ହିଁ ପ୍ରକୃତ ବନ୍ଧୁ ମୁଁ ଆର୍ଯ୍ୟ ଠାରୁ ଜାଣି ବାକୁ ପାଇଲି | ସେ ମୋ ବହୁତ ଯତ୍ନ କରେ | ଆଗରୁ ଦୁଇ ତିନି ଥର ମୋତେ ସେ ପ୍ରେମ ନିବେଦନ କରି ଥିଲେ ହେଲେ ମୁଁ ତାଙ୍କ ପାଇଁ ଯୋଗ୍ୟା କି ନାଇଁ ବୋଲି ମୁଁ ମନା କରି ଦିଏ | ଆର୍ଯ୍ୟ ମୋ ମାନସିକ ପରିସ୍ଥିତି ଭଲ ହେଲା ପରେ ଗୋଟେ କଥା କହି ଥିଲେ ଯାହା ମୋର ସବୁ ଦିନ ପାଇଁ ମନେ ରହିଗଲା | କହିଥିଲେ ସୁପି "ମୁଁ ଚାକିରୀ ପାଇଲେ ଘରେ କହି ଆମ ବାହାଘର କଥା କହିବି, ମୁଁ ତତେ ସାରା ଜୀବନ ପାଇଁ ଚାହେଁ, ଆଉ ମୁଁ ସବୁ ପରିସ୍ଥିତି ରେ ତୋ ହାତ ଏମିତି ଧରି ଥିବି, ଆମେ ସାରା ଜୀବନ ଏକାଠି ରହିବା "ବାସ ଏ କଥା ମୋ ଆଖିର ଲୁହରେ ଆର୍ଯ୍ୟ କୁ ସ୍ପଷ୍ଟ କହିଦେଲା କି ହଁ ମୁଁ ତୁମକୁ ମଧ୍ୟ ଭଲ ପାଏ | ଆମେ ଦି ଜଣ ପିଲା ଦିନୁ ଖୁବ ଭଲ ବଂଧୁ ହେଲେ ସେ ମୋତେ ସାରା ଜୀବନ ତାଙ୍କ ଜୀବନ ସାଥି କରିବାକୁ ଚାହାଁନ୍ତି ଭାବି ମୁଁ ବହୁତ ଖୁସି ହେଇ ଗାଲି | ସେ ମୋ ପାଇଁ ଉପଯୁକ୍ତ ସେଇଟା ମୁଁ ଜାଣି ଥିଲି | ତାଙ୍କର ବିଶ୍ୱାସ, ଭରସା, ପ୍ରେମ ମୋ ପାଇଁ ଯଥେଷ୍ଟ | ଆର୍ଯ୍ୟ ମୋ ପାଇଁ ଯୋଗ୍ୟ ଆଉ ମୋ ପରିବାର ମଧ୍ୟ ଆର୍ଯ୍ୟ କୁ ବହୁତ ଭଲ ପାନ୍ତି | ସେ ଜଣେ ଭଦ୍ର, ନମ୍ର, ଶାନ୍ତ ପିଲା ଅଟେ | ଏ ସଂସାରରେ ଉପଯୁକ୍ତ କେହି ବି ନ ଥାନ୍ତି, ସମସ୍ତଙ୍କ ପାଖରେ କିଛି ନା କିଛି ଖରାପ ଗୁଣ ରହି ଥାଏ |ହେଲେ ଭଗବାନ ସେ ଲୋକ ସହ ତୁମ ଭାଗ୍ୟ ଡୋରି ବାନ୍ଧନ୍ତି ଯିଏକି ତୁମ ପାଇଁ ଉପଯୁକ୍ତ ହେଇ ଥିବେ | ମୋ ପାଇଁ ଆର୍ଯ୍ୟ ଉପଯୁକ୍ତ ଏଇଟା ମୋତେ ଭଗବାନ କହି ଦେଲେ |ମୁଁ ଆର୍ଯ୍ୟ ସହ ସାରା ଜୀବନ ଖୁସି ରେ ରହିବି ଏହା ମୋ ବିଶ୍ୱାସ |


Rate this content
Log in

Similar oriya story from Classics