Supriya Samal

Classics

3.5  

Supriya Samal

Classics

ମୋ ହିରୋ

ମୋ ହିରୋ

1 min
349



ଆଜି କଲେଜ ଗଲା ବେଳେ ଗୋଟେ ଦୁର୍ଘଟଣା ହେଇଥିଲା ଆମ କଲେଜ ଆଗରେ ନୂଆପଡା ଠାରେ | ମୁଁ ଆଉ ମୋ ଜୁନିଅର ଖୁସି ବହୁତ କଷ୍ଟରେ କଲେଜ ଗଲୁ | ଗୋଟେ ଅଟୋ ବହୁତ କଷ୍ଟରେ ମିଳିଲା ସେଥିରେ ଗଲୁ | ଆସିଲା ବେଳେ ମଧ୍ୟ ବହୁତ କଷ୍ଟ ସେ ଦୁର୍ଘଟଣା ପାଇଁ ଗାଡି ଚଳାଚଳ ବନ୍ଦ ଥିଲା | ଆଉ ମୁଁ ଆଜି ଖାଇକି ଯାଇ ନ ଥିଲି | ଦେହ ଖରାପ ଅଛି ଆଉ ଖାଇ ନ ଥିଲି ବୋଲି ଦେହ ବେଶୀ ଖରାପ ଲାଗୁ ଥିଲା |ଭାଗ୍ୟକୁ ଗୋଟେ ଅଟୋ ମିଳିଲା |ସଂଗୀତା ଆଉ ମୁଁ ସେଥିରେ ଆସିଲୁ | ସେ ଅଟୋ ଟି ଆମ ଘର ବସଷ୍ଟାଣ୍ଡ ଠୁ ଦୁଇ କିଲୋମିଟର ଦୂରରେ ଓଲ୍ହେଇ ଦେଲେ |ଆମେ ଦି ଜଣ ବହୁତ କଷ୍ଟରେ ଆସିଲୁ |ସେ ତା ଭାଇ ସହ ତାଙ୍କ ଘରକୁ ଗଲା |ମୁଁ ଘରକୁ ଆସିଲି ମୋ ସାଙ୍ଗ କହିଲା ଆଜି ଟ୍ୟୁସନ ଯା ନି | ଏତେ ଚାଲିଛୁ, କଷ୍ଟ ହବ |ମୁଁ ଗଲିଣି ଘରେ ରହିଲି | ଖଟରେ ପଡୁ ପଡୁ କେତ ବେଳେ ନିଦ ଲାଗି ଗଲା ଜାଣି ପାରିଲିନି | ମୋ ବାପା ଉଠେଇଲେ ଖାଇବା ପାଇଁ | ଖାଇ ସରିବା ପରେ ବାପାଙ୍କୁ କହିଲି ତମ ଅଣ୍ଟା ଦରଜ ହଉଚି ନା ମୁଁ ମାଡ଼ିଦେବି ? ବାପା କହିଲେ ଥାଉ ତୋ ହାତ କାଟୁନି, ତୋ ମାଆ ମାଡି ଦବ | ମୁଁ ଭାବିଲି ବାପା ସବୁ ବେଳେ କୁହନ୍ତି ମାଆ ଠୁ ମୁଁ ଭଲ ମୋଡି ଦିଏ ହେଲେ ଆଜି କଣ ପାଇଁ ଏମିତି କହିଲେ ? ତା ଟିକେ ପରେ ଭାବିଲି ଆଉ ଖୁସି ହେଲି ବାପା ମନା ଏଥି ପାଇଁ କଲେ ମୋତେ କଷ୍ଟ ହଉଚି ବୋଲି | ମୋ ବାପା କୁହନ୍ତିନି ସତ ହେଲେ ମୋତେ ବହୁତ ଭଲ ପାନ୍ତି |


Rate this content
Log in

Similar oriya story from Classics