Supriya Samal

Others

2  

Supriya Samal

Others

ମୋ ମାମାଙ୍କ ରାଣ

ମୋ ମାମାଙ୍କ ରାଣ

2 mins
77


ସେଦିନ ସେ ବେଳାରେ ଶୋଇ ପଡି ଥିଲେ। ଅଧିକା ସମୟ ହେଲାଣି କିଛି ଅସୁବିଧା ହେଲାକି କଣ ବୋଲି ଭାବିକି ମୁଁ ଫୋନ କରିବାକୁ ଗଲି । ସେ ଉଠେଇଲେନି ବାସ ମୁଁ ଆଉ ଫୋନ କଲିନି । ମୋ ଭାଉଜ ଆସିଲେ ତାଙ୍କ ସହ କଥା ହେବେ ବୋଲି କହିଲେ ତ ମୁଁ ପୁଣି ଫୋନ କାଲି । ସେ ଉଠେଇଲେନି । ମୋତେ ଟିକେ ଚିନ୍ତା ଲାଗିଲା । ତାଙ୍କ ସାଙ୍ଗ ଙ୍କୁ କହିଲି କିଛି ଅସୁବିଧା ହେଇଚି କି? ଟିକେ ଫୋନ କରି ୟାଙ୍କୁ ପଚାରିବାକୁ । ସେ ସମୟରେ ତାଙ୍କର ମେସେଜ ଆସିଲା କି ଫୋନ କରିବାକୁ ।

ଫୋନ କରି ଜାଣିବାକୁ ପାଇଲି ସେ ଶୋଇ ଥିଲେ । ମୋ ସବୁ ଚିନ୍ତା କମି ଗଲା । ତାଙ୍କୁ କହିଲି ତମେ ଫୋନ ଉଠେଇଲେନି ବୋଲି ତମ ସାଙ୍ଗ କୁ ଫୋନ କରି ଥିଲି । ମୁଁ ଜାଣି ନ ଥିଲି ଏଇଟା ମୋ କି ଭୁଲ। ହେଲେ ତାର ଦଣ୍ଡ ହିସାବରେ ସେ ତାଙ୍କ ମାମା ଙ୍କ ରାଣ ନେଇ କହିଲେ ତାଙ୍କ ପରୀକ୍ଷା ନ ସରିବା ଯାଏ କଥାବାର୍ତ୍ତା କରିବେନି ବୋଲି । ମୁଁ କେବେ ବି ଦେଖିନିକି ତାଙ୍କ ମାମା ମୋ ମାମା ଅଲଗା । ଦି ଜଣ ମୋ ପାଇଁ ସମାନ । ସେ ମାମା ଙ୍କ ରାଣ ନେଲେ ବୋଲି ମୁଁ ବହୁତ ମନ ଦୁଃଖ କାଲି ଆଉ ରାଗିଲି ।


ତାଙ୍କର ବହୁତ ରାଗ ଆମ ଦିଜଣ କୁ ବହୁତ ବଡ଼ ଦଣ୍ଡ ଦେଇ ଦେଲା । ମୋ ମାମା ଙ୍କ ପାଇଁ ମୁଁ ତାଙ୍କ ସହ କଥା ହେଲିନି । ମାମା ଙ୍କ ସହ କଥା ନ ହେଲେ ମଧ୍ୟ ମୁଁ ମାମାଙ୍କୁ ବହୁତ ଭଲ ପାଏ । ତାଙ୍କ ସହ ଆଠ ଦିନ କଥାବାର୍ତ୍ତା ବନ୍ଦ ବୋଲି କିଛି ନାହିଁ ହେଲେ ମୋ ମାମା ଙ୍କର କିଛି ନ ହଉ ବୋଲି ମୋତେ ସେ ଦିନ ନିଦ ହେଲାନି । ସକାଳୁ ଉଠୁ ଉଠୁ ମୁଁ ମନ୍ଦିର ଯାଇକି ମୋ ମାମାଙ୍କ ନାଁ ରେ ଜଳ ଅଭିଷେକ କରିଲି । ମୋ ପରିବାର କୁ ଭଲରେ ରଖ କହିଲି । ତାଙ୍କ ପରୀକ୍ଷା ଭଲ ହଉ ବୋଲି କହିଲି । ମୋ ମାମା ମୋ ଜୀବନ ବାସ ସେ ଭଲରେ ଥାନ୍ତୁ, ଆମ ସମ୍ପର୍କ ତ ଜନ୍ମ ଜନ୍ମର । ବାସ ଟିକେ ରାଗ ରୁଷା ଅଭିମାନ ଅଛି । ହଁ କଥା ହାଉନୁ କାହା କଥା ଜାଣିପାରିନୁ ଦୁଃଖ ଲାଗୁଛି ହେଲେ ଆଉ କଣ କରିବି ହେବ । ବାସ ତାଙ୍କ ପରୀକ୍ଷା ସାରିବାକୁ ଅପେକ୍ଷା । ସାରାଜୀବନ ଯାହାକୁ ଚାହିଁଛି ତା ପାଇଁ କଣ ଏ ଦିନ ଆଠଟା ଅପେକ୍ଷା କରି ପାରିବିନି । ବାସ ତାଙ୍କୁ ଭଲରେ ରଖ ଠାକୁରେ । ମୁଁ ଜାଣିଛି ସେ ରାଗରେ ଏତେ ସବୁ କହି ଦେଇ ଛନ୍ତି ହେଲେ ମୋତେ ସେ ବହୁତ ଭଲ ପାନ୍ତି ଏଇଥିରେ ଟିକେ ହେଲେବି ଛଳନା ନାହିଁ ।


Rate this content
Log in