Supriya Samal

Classics Children

3.4  

Supriya Samal

Classics Children

ମୋ ଗୁରୁ

ମୋ ଗୁରୁ

2 mins
173



କୁହାଯାଏ, ଯଦି ଜୀବନରେ ଜଣେ ଉତ୍ତମ ଗୁରୁଙ୍କ ଆଶ୍ରିବାଦ ରହିଥାଏ ସେ ନିଶ୍ଚିତ ସଫଳତା ର ଶୀର୍ଷ ଛୁଇଁବ |ମୋ ଜୀବନରେ ମୋ ଗୁରୁଙ୍କ ପାଇଁ ବହୁତ ଭାଗ୍ୟବତୀ ମନେ କରେ | ପିଲାବେଳର ଶିଶୁ ମନ୍ଦିର ଠୁ ନେଇ ଆଜି ର କଲେଜ ମଧ୍ୟରେ ମୋ ଜୀବନ ରେ ମୁଁ ଗୁରୁଙ୍କୁ ସଦା ସଂମାନ କରେ |ବହୁତ ଗୁରୁ ଙ୍କର ମୁଁ ପ୍ରିୟର ପାତ୍ର ହେବାର ସୌଭାଗ୍ୟ ଅର୍ଜନ କରିଛି |କଲେଜ ରେ ମୋ ଓଡ଼ିଆ ସାର ରଂଜିତ କୁମାର ଗୁରୁ ସାର ମୋର ବହୁତ ପ୍ରିୟ |ଅନ୍ୟ ସମସ୍ତେ ମଧ୍ୟ ପ୍ରିୟ |ସମସ୍ତ କାର୍ଯ୍ୟରେ ମୋତେ ଉତ୍ସାହିତ କରିବା ସହିତ ପ୍ରେରଣା ମଧ୍ୟ ଦିୟନ୍ତି |ତାଙ୍କ ଆଶ୍ରିବାଦ ମୋ ପାଇଁ ବହୁ ମୂଲ୍ୟ |ସାର ମୋତେ ତାଙ୍କ ଝିଅ ଭଳି ଭଲ ପାନ୍ତି | ମୋ ଭାଗ୍ୟ ସାର ମୋତେ ତାଙ୍କ ଝିଅ ଭାବନ୍ତି | ପ୍ରକୃତରେ ସାର ପ୍ରକୃତ ଗୁରୁଙ୍କର କର୍ତ୍ତବ୍ୟ ସମ୍ପାଦନ କରନ୍ତି | ମୋ ମନ ଦୁଃଖ କାହିଁକି, କାହିଁକି କାନ୍ଦୁଚି କହି ମୋ ପାଇଁ ଚିନ୍ତା ମଧ୍ୟ କରନ୍ତି |ମୋ ଆଖି ର ଲୁହ କୁ ମୁକ୍ତା କହି ନ କାନ୍ଦିବାକୁ କୁହନ୍ତି |ଖୁସି ଥିଲେ ଖୁସି ର କାରଣ ପଚାରନ୍ତି |ମୋତେ ତାଙ୍କର ସବୁ କାର୍ଯ୍ୟ କରିବାକୁ ଭଲ ଲାଗେ |ସାର ମଧ୍ୟରେ ତାଙ୍କର କିଛି କାମ ମୋତେ ମଧ୍ୟ କରିବାକୁ ଦିୟନ୍ତି |ତାଙ୍କର ଭରସା ଆଉ ବିଶ୍ୱାସ ପାଇଁ ମୁଁ ତାଙ୍କର ବହୁତ ପ୍ରିୟ |ସାର କଲେଜରୁ ଆସିଲା ବେଳେ ଅସୁବିଧା ହେଲେ ମଧ୍ୟ ତାଙ୍କ ଗାଡ଼ିରେ ଆଣି ଆମ ଘର ପାଖରେ ଛାଡି ଦିଅନ୍ତି |ମୋ ଉର୍ନତି ପାଇଁ ବହୁତ କୁହନ୍ତି | ଖାଲି ମୋ ପାଇଁ ନୁହେଁ ସମସ୍ତଙ୍କ ପାଇଁ | ସାର ଙ୍କ ସହ ମୁଁ ବହୁତ ଭଲରେ ମିଶିଛି | ଯୁକ୍ତ ଦୁଇ ପାଠ ସାରିଲା ପରେ ସାରଙ୍କ କଥା ବହୁତ ମନେ ପଡିବ | ବ୍ୟସ୍ତମୟ ଜୀବନ ମଧ୍ୟରେ ଜାଣିନି କେବେ ସାର ଙ୍କ ସହ ଦେଖା ହବ | ସାର ଙ୍କ ସହ ପ୍ରତେକ ଟି ମୁହୂର୍ତ୍ତ ମୂଲ୍ୟବାନ ଆଉ ସେ ମୁକ୍ତା ଭରା ମୁହୂର୍ତ୍ତ ମୋ ମନରେ ଚିରନ୍ତନ ରହିବ| ଗୁରୁ ସର୍ବଦା ନମସ୍ୟ |ତାଙ୍କ ଆଶ୍ରିବାଦ ପାଇଁ ମୁଁ ଆଗକୁ ବଢ଼ିବି | ସବୁବେଳେ ସବୁ କ୍ଷେତ୍ର ରେ ବିଜୟିନୀ ହେବି |ଧନ୍ୟବାଦ ସାର |ଆପଣ ସର୍ବଦା ମୋ ପୂଜ୍ୟ ଗୁରୁ ।


Rate this content
Log in

Similar oriya story from Classics