Bidyadhar Mantry

Others

3  

Bidyadhar Mantry

Others

ଗାଁ ମଶାଣି

ଗାଁ ମଶାଣି

3 mins
118



ଶିବ ଏଇ କେତେ ଦିନ ହେଲା ଲକ୍ଷ୍ୟ କରୁଛି,ଗାଁ ଭିତରୁ ବାହାରି ଦୁଇ ସାଙ୍ଗ ସବୁଦିନ ସନ୍ଧ୍ୟା ହେଲେ କୁଆଡେ଼ ଯାଉଛନ୍ତି,ଆଉ ରାତି ଅଧ କୁ ନିଶାରେ ଟଳମଳ ହୋଇ ଗାଁ ମୁଣ୍ଡରେ ଥିବା ସ୍କୁଲ୍ ବାରଣ୍ଡାରେ ଶୋଉ-ଛନ୍ତି।ଶିବ ର ମୁଣ୍ଡ ବିନ୍ଧାର କାରଣ ହେଉଛି ସେଇ ଦୁଇ ସାଙ୍ଗ ଭିତରୁ ଜଣେ।

ଚନ୍ଦନ ଓ ଚରଣ ଭିତରୁ ଚନ୍ଦନ ହିଁ ଶିବ ର ମୁଣ୍ଡ ବିନ୍ଧାର କାରଣ।କାରଣ ହେଲା,ଶିବ ର ସାନ ଭଉଣୀ ପ୍ରତି ତାର ଏକ ତରଫା ପ୍ରେମ କାହାଣୀ।

ହେଲେ ଶିବ ର ସାନ ଭଉଣୀ ଆଡ ଆଖିରେ ବି ଚନ୍ଦନ କୁ ଦେଖୁ ନାହିଁ।ଚନ୍ଦନ କିନ୍ତୁ ଦିନ ରାତି ଶିବ ର ସାନ ଭଉଣୀ ଆଗରେ ଦେଖେଇ ହେଉଛି।ଶିବ କୁ ବୁଝିବାକୁ ଡେରି ହେଇନି।ତେଣୁ ଚନ୍ଦନ ପ୍ରତି ନଜର ରଖିଛି।

ଆଜି ଗାଁ ରେ ସାହି ଯାତ ହେଉଛି।ଚନ୍ଦନ ଯୋଜନା କଣ ଅଛି ଜାଣିବା ପାଇଁ ଶିବ ଜଗି ବସିଛି।ଠିକ୍ ସମୟରେ ଦୁଇ ସାଙ୍ଗ ସାହି ଭିତରୁ ବାହାରିଲେ।ମୁହଁ ସଞ୍ଜ ସମୟ।ଶିବ ମଉକା ଦେଖି

ଅତି ସନ୍ତର୍ପଣରେ ଦୁହିଁଙ୍କ ପଛେ ପଛେ ବାହାରି ସେମାନଙ୍କର ଗତି ବିଧି ଜାଣିବାକୁ ଚେଷ୍ଟା କଲା।

      ଏ କଣ,ସେମାନେ ଗାଁ ମଶାଣି ଆଡ଼କୁ ଯାଉଛନ୍ତି। ସନ୍ଧ୍ୟା ସମୟ।ମନରେ ଭୂତ ଭୟ।ତଥାପି ଶିବ ଆଗକୁ ବଢିଲା।ଦୁଇ ଜଣ ନ ଦେଖି ପାରିଲା ପରି ଏକ ବୁଦା ଆଢ଼ୁଆଳେ ଲୁଚି ରହି ସେମାନଙ୍କ କଥା ଶୁଣିବାକୁ ଅପେକ୍ଷା କଲା।

ଦୁଇ ସାଙ୍ଗ ମଦ ବୋତଲ ଖୋଲି ପିଇବା ଆରମ୍ଭ କଲେ। ମଦ ପିଉ ଥିବା ବେଳେ ହିଁ ଚନ୍ଦନ ତା ମନ କଥା କହିବାକୁ ଆରମ୍ଭ କଲା।ଶିବ ର ସାନ ଭଉଣୀ କାହିଁକି ପଟୁ ନାହିଁ, ତାର କାରଣ ଚରଣ ମୁହଁ ରୁ ଶୁଣିବାକୁ ଚାହୁଁ ଥିଲା।ଚରଣ କୁ ବି ନିଶା ହୋଇ ଗଲାଣି।ସାଙ୍ଗ ପାଇଁ କିଛି କରିବାକୁ ହେବ ଭାବି ଚନ୍ଦନ କୁ କହୁଥିଲା," ଭୟ କରନା ,ଯଦି ଶିବ ର ସାନ ଭଉଣୀ ପଟୁ ନାହିଁ,ଆମେ ଗୁଣିଆ ର ସାହାଯ୍ୟ ନେବା।ମୋର ଗାଁ ଗୁଣିଆ ସହିତ ଭଲ ସମ୍ପର୍କ ଅଛି।ତୁ ଯଦି ହଁ କହିବୁ,ତାହା ହେଲେ କଥା ଆଗକୁ ବଢେଇବା।କାମ ନିଶ୍ଚୟ ହେବ"

    ଚରଣ ର କଥା ଚନ୍ଦନ କୁ ବୋଧେ ଭଲ ଲାଗିଲା।ବଡ ଜୋରରେ ମୁଣ୍ଡ ହଲାଇ ହଁ ହଁ କହିଲା।ଯେମିତି ହେଉ, ଶିବର ସାନ ଭଉଣୀକୁ

ହାତକୁ ଆଣିବାକୁ ହେବ।

ପୁଣି ଆଉ ଗୋଟିଏ ବୋତଲ ଖୋଲି ପିଇବା ଆରମ୍ଭ କରିବା ପୂର୍ବରୁ ଶିବ ସେମାନଙ୍କୁ ଲକ୍ଷ୍ୟ କରି ଦୁଇ ଚାରି ଟା ପଥର ଫୋପଡ଼ିଲା।ଭାବିଲା,ଭୂତ ଭୟରେ ଉଠି ପଳେଇବେ ।କିନ୍ତୁ

ସେମିତି କିଛି ହେଲାନି। ମଦ ନିଶାରେ ଦୁଇ ବନ୍ଧୁ

ପାଟି କରି କହିଲେ,"ଭୂତ ଭାଇ, କାହିଁକି ବିରକ୍ତ କରୁଛ କହିଲ,ତୁମ କାମ ତୁମେ କର,ଆମ କାମ ଆମେ କରୁଛୁ।ସବୁଦିନ ତ ଆମେ ଏଇଟା ନିରାପଦ ଜାଗା ବୋଲି ଆସୁଛୁ।ଆଜି କାହିଁକି ଡରେଇବା ପାଇଁ ଚେଷ୍ଟା କରୁଛ ଯେ...ଆମେ କଣ ଡରିଯିବୁ ଭାବୁଛ,ଆଜିକାଲି ଆଉ ଭୂତ ଫୁତ କିଛି ନାହିଁ ମ,ଆମକୁ ଡରେଇବା ପାଇଁ କେଉଁ ମଣିଷ ଭୂତର ଏ କାମ,ଛାଡ କଣ ମିଳିବ;ସେ ଶଳା ଶିବର ସାନ ଭଉଣୀ ପାଇଁ ଏତେ କଥା।ଆଉ ନାହିଁ, ଉଠ ସାଙ୍ଗ ରାତି ହେଲାଣି,ଯାତ୍ରା ଆରମ୍ଭ ହେଲାଣି,ଘର କୁ ଯିବା"

ଶିବ ଆଉ କଣ କରିବ।ସବୁ ଶୁଣି ସେମାନଙ୍କ ଆଡ଼କୁ ଯିବାକୁ ଉଠିବା ବେଳକୁ,ସେ ଦୁହେଁ ଅନ୍ଧାର ରାତିରେ କୁଆଡେ଼ ଉଭେଇଗଲେ।

ଶିବକୁ ଡର ଲାଗିଲାଣି ,ସତକୁ ସତ ଯଦି ଭୂତ ଆସିବ,ଅବସ୍ଥା ଖରାପ ହେବ।ଶିବ ବି ଘର ମୁହାଁ ହେଲା।ମନରେ କିନ୍ତୁ ସେଇ ଗୁଣିଆ କଥା ।

ସାହିରେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଗାଁ ଠାକୁରାଣୀ ସାହି ପରିକ୍ରମା କରନ୍ତି ।ସେଇୟା ହିଁ ଆରମ୍ଭ ହୋଇଛି।ଶିବ ସାହି ଭିତରେ ସେ ଦୁଇ ଜଣଙ୍କୁ ଖୋଜିଲା।ହେଲେ ସେମାନଙ୍କର ଦେଖା ନାହିଁ।ସେମାନଙ୍କର ଯେଉଁ ଜାଗାରେ ଚଳ ପ୍ରଚଳ ହୁଏ,ସେଇ ଜାଗା ବି ଶିବ ଖୋଜି ସାରିଲାଣି।ତଥାପି ଦେଖା ନାହିଁ ।ମନରେ ସନ୍ଦେହ ଲାଗି ରହିଲା। ଗାଁ ମୁଣ୍ଡରେ ରହୁଥିବା ଗୁଣିଆ ଘର ଆଡେ ମୁହଁ ମାରିଲା।ସତକୁ ସତ ସେଇଠି ଅଛନ୍ତି।

ମଦ ନିଶାରେ ଦୁଇ ସାଙ୍ଗ ଟଳମଳ ହୋଇ ଗୁଣିଆ ପାଖରେ ହାଜର।ଯେମିତି ହେଲେ ବି ସେ ଶିବର ସାନ ଭଉଣୀକୁ ପଟେଇ-ବାକୁ ହେବ। ଗୁଣିଆ 

ସବୁ ଶୁଣି ଦୁହିଁଙ୍କୁ ଉପାୟ କହୁଥିବା ସମୟରେ ଶିବ ପୁଣି ଲୁଚି ରହି ଶୁଣିବାକୁ ଲାଗିଲା। ଉପାୟ ଅନୁଯାୟୀ ନିଶାର୍ଦ୍ଧରେ ଗାଁ ମଶାଣିରେ ଝିଅ ନାଁ  ରେ ୧୦୮ ମନ୍ତ୍ର ଜପ କରିବାକୁ ହେବ।ଆସନ୍ତା ଶନିବାର ରାତି ବାରଟା ପରେ କରିବାକୁ ହେବ।

    ଅତି ସନ୍ତର୍ପଣରେ ଶିବ ସେଠାରୁ ବାହାରି ଆସିଲା। ଗାଁ ରେ ସାହି ଯାତ୍ରା ବି ହେଲା।ହେଲେ ଶିବର ମନ ଯାତ୍ରାରେ ନାହିଁ । ଆସନ୍ତା ଶନିବାର କୁ ଅପେକ୍ଷା।

କ୍ରମେ ଯୋଜନା ଅନୁଯାୟୀ ଶନିବାର ରାତିରେ ଚନ୍ଦନ ଓ ସାଙ୍ଗ ଚରଣ ମଶାଣିରେ ସମୟ ପୂର୍ବରୁ ପହଞ୍ଚି ଗଲେ।ପୂର୍ବରୁ ଗାଁ ରୁ ପାଞ୍ଚ ଜଣକୁ କହି ଶିବ ସେମାନଙ୍କୁ ନେଇ ଲୁଚି ରହିଥାଏ।ସମୟ ଆସି ଯାଇଛି।ମନ ଧ୍ୟାନ ଦେଇ ଚନ୍ଦନ ଆଖି ବନ୍ଦ କରି ଦୀପ ଧୂପ ଦେଇ ମନ୍ତ୍ର ଉଚ୍ଚାରଣ ଆରମ୍ଭ କଲା ।

ଆଗରୁ ଲୁଚି ରହିଥିବା ଶିବ ଓ ସାହି ର ପାଞ୍ଚ ଜଣ

ଅତର୍କିତ ମାଡ଼ି ବସିଲେ ଚନ୍ଦନ କୁ। ଚରଣ ମାରିଲା ଛୁ ।ଉତ୍ତମ ମାଧ୍ୟମ ପରେ ସବୁ ସତ କଥା କହିବାକୁ ବାଧ୍ୟ ହେଲା।

ଗୁଣୀ ଗାରେଡ଼ି ଯନ୍ତ୍ର ମନ୍ତ୍ର ର ଚକ୍ରବ୍ୟୁହ ରୁ ଶିବ ର ସାନ ଭଉଣୀ ରକ୍ଷା ପାଇଲା।

ଏତିକିରେ ଶିବ ମନ ବୁଝିଲା ନାହିଁ। ମଶାଣିରେ ଆଲୋକ ବ୍ୟବସ୍ଥା କରିବା ପାଇଁ ଗାଁର ଯୁବକ ସଂଘକୁ ଜଣାଇଲା । କଥା ବି ସମସ୍ତଙ୍କ ମନକୁ ପସନ୍ଦ ଆସିଲା।

ଏବେ ମଶାଣିରେ ଆଲୁଅ ।ଭୂତ ରହୁ କି ନ ରହୁ ଏ ଜିଅନ୍ତା ଭୁତ ମାନଙ୍କର ଚଳ ପ୍ରଚଳ ଆଉ ଆଗ ପରି ନାହିଁ।


Rate this content
Log in