Bidyadhar Mantry

Romance Classics Others

4  

Bidyadhar Mantry

Romance Classics Others

ବାଘ ବେଶରେ ପ୍ରେମିକ

ବାଘ ବେଶରେ ପ୍ରେମିକ

2 mins
7



ଘର ଠାରୁ ସ୍କୁଲ ପ୍ରାୟ ଦୁଇ କିଲୋ ମିଟର।ନନ୍ଦିନୀ ଏବେ ଦଶମ ଶ୍ରେଣୀରେ ପଢୁଛି।ସ୍କୁଲ କୁ ପ୍ରାୟ ଚାଲି ଚାଲି ଯାଏ ଓ ସ୍କୁଲ୍ ଛୁଟି ହେବା ପର୍ଯ୍ୟନ୍ତ ସେଇଠି ହିଁ ରହି ଯାଏ। ଖରା ବେଳ ଖାଇବା ପାଇଁ କିଛି ସମୟ ମିଳିଲେ ବ୍ୟାଗ୍ ରେ ନେଇଥିବା ଟିଫିନ୍ ଖୋଲି ଖାଇ ଥାଏ।ସ୍କୁଲ୍ ଯିବା ବାଟରେ ନନ୍ଦିନୀ ସବୁବେଳେ ମାଧବ ସହିତ ଦେଖା ହୁଏ ।ମାଧବ କଲେଜ ରେ ପଢୁଛି।ନନ୍ଦିନୀ ଯେତେ ସଞ୍ଜତ ହେଲେ ବି ମାଧବ କୁ ଦେଖି ଫିକ୍ କରି ହସି ଦିଏ।ଆଉ ସେହି ହସରେ ମାଧବ ଘାଇଲା ।

କ୍ରମେ ମାଧବ ସହିତ ନନ୍ଦିନୀ ର ଭାବ ଦିଆ ନିଆ ଆଗକୁ ବଢିଲା ।ନନ୍ଦିନୀ ର ଘର ଲୋକେ ଜାଣିଲା ପରେ ନନ୍ଦିନୀ କୁ ଆକଟ କଲେ। ପାଠ ପଢାରେ ମନ ଦେବାକୁ କହିଲେ।କିନ୍ତୁ ନନ୍ଦିନୀ ଓ ମାଧବ ଦୁହେଁ ଦୁହିଁଙ୍କୁ ନ ଦେଖି ରହି ପାରୁ ନ ଥିଲେ।

ଖରା ଦିନ ପାଇଁ ସ୍କୁଲ୍ ଛୁଟି ହେଲା ।ନନ୍ଦିନୀ ସହିତ ଆଉ ମାଧବ ର ଦେଖା ହୋଇ ପାରିଲା ନାହିଁ।

ନନ୍ଦିନୀ ର ଘର ପାଖକୁ କେତେ ଥର ଆସି କେବଳ ଦୂର ରୁ ଦେଖିବାକୁ ହୁଏ।କିଛି କଥା ବାର୍ତ୍ତା ହେବାକୁ ସୁଯୋଗ ମିଳୁ ନ ଥାଏ।

ସୁଯୋଗ କୁ ବାଘ ନିକଟ ଜଙ୍ଗଲ ରୁ ରାତି ହେଲେ ଆସୁଥିବା କଥା ଗାଁ ରେ ପ୍ରାୟ ମୁଖ୍ୟ ଆଲୋଚନାର ବିଷୟ ହେବାକୁ ଲାଗିଲା।ପୁଣି ଗାଁ ରେ ଦୋଳ ଯାତ୍ରା ପାଖେଇ ଆସିଲାଣି।ମାଧବ ଏଥର ବାଘ ବେଶ ହୋଇ ଗାଁ ଯାତ୍ରା ରେ ନାଚ କରିବାକୁ ମନେ ମନେ ସ୍ଥିର କଲା।ବାଘ ବେଶରେ ଥାଇ ନନ୍ଦିନୀ କୁ ଦେଖିବାର ସୁଯୋଗ ମିଳିବ।

ଦୋଳ ବିମାନରେ ଠାକୁର ।ଆଗରେ ବାଘ ନାଚ।

ବାଘ ବେଶରେ ଥାଇ ମାଧବ ନାଚୁଛି।ହେଲେ ମନରେ ନନ୍ଦିନୀ କୁ ଦେଖିବାର ଇଚ୍ଛା।ମାଧବ ବାଘ ବେଶ ହୋଇ ନାଚୁଛି ବୋଲି ନନ୍ଦିନୀ ଶୁଣିଛି। ଦୂରରେ ଥାଇ ନନ୍ଦିନୀ ବାଘ ନାଚ ଦେଖୁଛି।କ୍ରମେ ମାଧବ ନନ୍ଦିନୀ କୁ ଦେଖି ପାରିଛି ।ବାଘ ବେଶରେ ଥାଇ ନନ୍ଦିନୀ ପାଖକୁ ଯାଇ କିଛି କଥା ବାର୍ତ୍ତା ହୋଇ ପୁଣି ଠାକୁରଙ୍କ ବିମାନ ଶୋଭା ଯାତ୍ରାରେ ଖୁସିରେ ନାଚୁଛି।ଠାକୁର ଦୋଳ ବେଦୀରେ ବିରାଜମାନ କଲା ପରେ ବାଘ ନାଚ ସରିଲା।

ରାତି ବେଶି ହେଲା ଜାଣି ନନ୍ଦିନୀ ଘର ଲୋକ ସହିତ ଘର କୁ ଫେରି ଆସିଛି।

ବିଚରା ମାଧବ ଯାତ୍ରା ସାରା ଖୋଜୁଛି।ନନ୍ଦିନୀ ର କେତେ ସାଙ୍ଗ ମାନଙ୍କୁ ପଚାରି ଜାଣି ପାରିଲା ଯେ,ନନ୍ଦିନୀ ଘର କୁ ଫେରି ଗଲାଣି।ସକାଳେ ଦେଖା ହେବ ବୋଲି ନନ୍ଦିନୀ ଟିକିଏ ଆଗରୁ କଥା ହେଲା ବେଳେ କହିଛି।ତେଣୁ ଆଉ ମନ ଦୁଃଖ ନ କରି ବାଘ ବେଶ ବାହାର କରି ସକାଳ କୁ ଅପେକ୍ଷା କରି ବସିଛି।ପୁଣି ସକାଳୁ ବାଘ ବେଶ ହେବାକୁ ପଡିବ।ଠାକୁର ଦୋଳ ବେଦୀ ରୁ ମନ୍ଦିର କୁ ଫେରିବେ।

ସକାଳ ହେଲା।ଦିନ ଦଶ ଟା ବେଳେ ପୁଣି ଠାକୁର ଫେରିବେ।ଦୋଳ ବିମାନରେ ଠାକୁର ଯାତ୍ରା କଲା ବେଳେ ନନ୍ଦିନୀ ର ଘର ପାଖ ଦେଇ ଯିବ।ନନ୍ଦିନୀ ସହିତ କଥା ନ ହୋଇ ପାରିଲେ ବି ଟିକିଏ ଦେଖା ହୋଇ ପାରିବ ତ!!

 ବାଘ ବେଶରେ ପ୍ରେମିକ ପ୍ରବର ଏବେ ନନ୍ଦିନୀ ଘର ଆଗରେ ନାଚୁଛି,ପୁଣି ସତ ସତିକା ବାଘ ଠାଣି ରେ।ନନ୍ଦିନୀ ର ବି ଖୁସି କହିଲେ ନ ସରେ।

ଠାକୁର ଙ୍କ ଦୋଳ ବିମାନ କେତେ ବେଳୁ ଚାଲି ଗଲାଣି,ତଥାପି ମାଧବ ଏକ ଲୟରେ ଏକୁଟିଆ ନାଚୁଛି ।

 



Rate this content
Log in

Similar oriya story from Romance