Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଜଞ୍ଜାଳ

ଜଞ୍ଜାଳ

2 mins
15



ନନ୍ଦିନୀ ଆଜି ଖୁସିରେ ମଶଗୁଲ୍ ।

ମନ ପସନ୍ଦର ଜୀବନ ସାଥି ପାଇଛି ।ଯାହାକୁ ମନେ ମନେ ଖୋଜୁଥିଲା ,ତା'ର ବାହୁ ବନ୍ଧନୀରେ ନିଜକୁ ହଜାଇ ଦେଇଛି ।ମନର ସବୁ ଅକୁହା କଥାକୁ ଆଜି କହିବାକୁ ସୁଯୋଗ ମିଳିଛି।ଆଉ ମୋବାଇଲ୍ ରେ ମେସେଜ୍ ତୁହାକୁ ତୁହା ପଠେଇବା କିଛି ଆବଶ୍ୟକ ନାହିଁ । ମେସେଜ୍ ପଢ଼ି ପୁଣି ମେସେଜ୍ ଦେଉଥିବା ଅନ୍ତରଙ୍ଗ ସାଙ୍ଗ ଆଜି ଜୀବନ ସାଥୀ ହୋଇଛି।

ଆଉ ତା ' ବିଷୟରେ ଭାବିବା କ'ଣ ହେବ ଯେ!

    ଏମିତି ଭାବୁ ଭାବୁ ରାତି ବେଶି ହେଲାଣି ,,ପ୍ରାୟ ୧୨ ପାଖାପାଖି।ମାଧବ ଶୋଇବାକୁ ମନ କଲାଣି।ବୋଧେ ଦିନ ଯାକ କାମ କରି କ୍ଳାନ୍ତ ହୋଇ ପଡ଼ିଛି।କିଛି ସମୟ ପରେ ପରେ ନିଦରେ ମାଧବ ନିର୍ଜୀବ ପରି ଶୋଇ ଗଲାଣି।ନନ୍ଦିନୀ ବି ମାଧବ ଛାତି ରେ ମୁଣ୍ଡ ଗୁଞ୍ଜି ଶୋଇଛି....


ସକାଳ ଆଠ ହେଲାଣି।ପୁରୁଣା କାଳିଆ ଶାଶୁ ପାଟି କରି ଘର କମ୍ପାଇ ବାରେ ଲାଗିଛି।ଏତେ ବେଳ ହେଲାଣି। ଚା ଟିକେ କିଏ ଦେଉ ନାହିଁ।ଏମିତି ଶୋଇ ରହିଲେ ଏ ଘର ଜଞ୍ଜାଳ କେମିତି ସମ୍ଭାଳି ହେବ।

  ଶାଶୁ ପାଟି ଶୁଣି ନନ୍ଦିନୀ ମୁହଁ ଧୋଇ ରୋଷେଇ ଘର ମୁହାଁ। ଫଟାଫଟ୍ ଚା ତିଆରି କରି ଶାଶୁ ହାତକୁ ବଢାଇ ଦେଲା।ଶାଶୁ କିନ୍ତୁ ବୁଝିବା ଅବସ୍ଥାରେ ନାହିଁ।

ନନ୍ଦିନୀ ର ହାତ ଧରି ପାଖରେ ବସିବାକୁ କହିଲା ।

ସୁନା ପିଲା ପରି ନନ୍ଦିନୀ ଶାଶୁ ମୁହଁକୁ ଚାହିଁ ରହିଲା।

   ସଂସାର କ'ଣ,ଜଞ୍ଜାଳ କ'ଣ ... ଏ ସବୁ ବିଷୟରେ ନନ୍ଦିନୀ କୁ ବୁଝାଇ ଚାଲିଲା।ନନ୍ଦିନୀ ର ବୟସ ବା କେତେ, ପାଠ ପଢା ସରିଲା ପରେ ବୋହୁ ହୋଇଛି । ଆଜିକାଲିର ଝିଅ । ଏ ଜଞ୍ଜାଳ ଶବ୍ଦର ଭାବାର୍ଥ ବୁଝିବାକୁ ଅସମର୍ଥ।ତଥାପି ହଁ ହଁ କରି ଚାଲିଛି । ଶାଶୁ ର ଲମ୍ବା ଭାଷଣ ଶୁଣି ଶୁଣି ମନେ ମନେ ବିରକ୍ତି ହେଲାଣି।ଜଞ୍ଜାଳ କ'ଣ ଯେ,ସକାଳୁ ଉଠି ଠିକ୍ ସମୟରେ ସମସ୍ତଙ୍କ କଥା ବୁଝିବାକୁ ହେବ । କି ' କଥା,ଯୁଗ ଯାଇ କେଉଁଠି ପହଞ୍ଚିଲାଣି।ଆଉ ଏ ସମସ୍ତଙ୍କର କଥା କିଏ ବୁଝିବ। ନିଜ କଥା ପରା ନିଜେ ବୁଝି ହେଉ ନାହିଁ । 

ଏମିତି ମନେ ମନେ ଭାବୁଥିଲା ବେଳେ,ହଉ ଯା,କହି ଶାଶୁ ବଡ ପାଟିରେ କହିବା ଶୁଣି ନନ୍ଦିନୀ ପ୍ରକୃତିସ୍ଥ ହେଲା।ତେଣେ ମାଧବ ନିଦରୁ ଉଠି ନନ୍ଦିନୀ ନନ୍ଦିନୀ ହେଲାଣି।ଭଲ କଥା ।ଯିଏ ଯା କାମ ସକାଳୁ କରିବା କଥା ।ନୂଆ ରେ ଏ ଘର କୁ ଆସିଛି,ଅଥଚ ସକାଳୁ ସକାଳୁ ସମସ୍ତେ ଶୁଣେଇ ଶୁଣେଇ କହି ଚାଲିଛନ୍ତି।ହେଉ ,ଦେଖା ଯାଉ, ଏ ଜଞ୍ଜାଳ ଭିତରେ ଜୀବନ କେମିତି ବିତିବ ।


କ୍ରମେ ସମୟ ଆଗେଇ ଚାଲିଛି।ସବୁ କାମ ହେଉଛି ଠିକ୍ ସମୟରେ,କିନ୍ତୁ ଆଉ ସ୍ୱାଧୀନତା ନାହିଁ ନନ୍ଦିନୀ ମନରେ।ସକାଳୁ ଉଠି ମୋବାଇଲ୍ ଧରି ବସିବା ଆଉ ସମ୍ଭବ ହେଉନି।ଫୁରୁସତ୍ ନାହିଁ । ମେସିନ୍ ପରି ଘର ସାରା କାମ ପୁଣି ସମସ୍ତଙ୍କର ସୁବିଧା , ଅସୁବିଧା କଥା ନ ବୁଝିଲେ ଆୟତ ନାହିଁ ।      କିଏ କଲିଙ୍ଗ-ବେଲ୍ ମାରି ଆସିବାର ସୂଚନା ଦେଲାଣି । ଏ ମୁହଁ ସଞ୍ଜ ବେଳ ରେ କିଏ ଆଉ ଆସିବ।କବାଟ ଖୋଲି ଦେଖିଲା ,ପିଲା ଦିନର ବାନ୍ଧବୀ ଓ ତା ସ୍ବାମୀ ସହ ଠିଆ ।ଘର ଭିତରକୁ ଆସିବାକୁ ଆମନ୍ତ୍ରଣ କରି,କିଛି ଖାଦ୍ୟ ପେୟ ର ବ୍ୟବସ୍ଥା କରିବାକୁ ନନ୍ଦିନୀ  ଇଛୁକ ଥିବା ଦେଖି,ବାନ୍ଧବୀ ରେଖା ହାତ ଧରି ବସିବାକୁ କହିଲା ।ଏଇ ବାଟେ ଯାଇଥିଲୁ,ଭାବିଲୁ ଟିକେ ଦେଖା କରି ଯିବାକୁ।କିଛି ଖାଇବା ପିଇବା ବ୍ୟବସ୍ଥା ନ ହେଉ।

ଆଉ ଏବେ କହ, ଏ ନୂଆ ଜୀବନ,ସଂସାର ସହିତ ଜଞ୍ଜାଳ ଭିତରେ କେମିତି ଅଛୁ,ଆଲୋ,ଛୁଆ ପିଲା ହେଲେ ଆହୁରି ଜଞ୍ଜାଳ ହିଁ ଜଞ୍ଜାଳ।କିଏ ଜାଣିଥିଲା,ବାହା ଘର ପରେ ଏ ଜଞ୍ଜାଳ ଭିତରେ ଘାଣ୍ଟି ହେବାକୁ।ତଥାପି ଘାଣ୍ଟି ହେବାକୁ ହେବ ହିଁ ହେବ ।କିଛି ସମୟ ପରେ ଦୁହେଁ ନନ୍ଦିନୀ ପାଖରୁ ବିଦାୟ ନେଲେ।

ବିଚରା ନନ୍ଦିନୀ ଜଞ୍ଜାଳ ଭିତରେ ବୁଡ଼ି ରହିବାକୁ 

ଚେଷ୍ଟା ଜାରି ରଖିଛି।ସେ ପଟେ ଶାଶୁ ବୁଢ଼ୀ ର ପାଟି ଶୁଭିଲାଣି।ବୋଧେ କିଛି ନୂଆ ଜଞ୍ଜାଳ ନେଇ ବୁଢ଼ୀ ଦେବାକୁ ଆସୁଛି।ଜଞ୍ଜାଳ କ'ଣ ମ,ବ୍ୟସ୍ତତା ଭିତରେ ଜୀବନ ବିତାଇବାକୁ ହେବ।

ବ୍ୟସ୍ତତା ଭିତରେ ରହି ନନ୍ଦିନୀ ଏବେ ସପନ ଦେଖୁଛି।ଆଉ କିଛି ଅଲଗା ଅନୁଭବ କଥା ମାଧବ କୁ କହୁଛି।ଏବେ ଦୁହେଁ ଜଞ୍ଜାଳ ଭିତରେ ।



Rate this content
Log in

Similar oriya story from Abstract