Bidyadhar Mantry

Romance

3  

Bidyadhar Mantry

Romance

ଆମ ଭିତରେ କିଛି ଅଛି

ଆମ ଭିତରେ କିଛି ଅଛି

2 mins
11



ଛୁଟି ସରିଗଲା। ମୋତେ ପୁଣି ଅଫିସ ଯିବାକୁ ହେବ।ରାତିରେ ଖାଇ ବସିଥିଲା ବେଳେ,ମା ମୋ ବାହାଘର କଥା କହୁଥିଲା। ମୁଁ କୁଆଡେ଼ ଶୁଖି ଯାଉଛି।ଖିଆପିଆ ଭଲରେ ହେଉନି।ତେଣୁ ମୋ ବାହାଘର ପାଇଁ ଝିଅ ଖୋଜା ହେଉଛି କହିଲା। କଥା ଶୁଣେଇ ମା କହୁଥିଲା" ଯଦି କାହାକୁ ପସନ୍ଦ କରିଛୁ କହ,ତୋ ପାଇଁ ତାକୁ ବୋହୁ କରି ଆଣିବି। ନ ହେଲେ ତୋ ପିଲା ଦିନର ଝିଅ ସାଙ୍ଗ ଲଳିତା

ଆମକୁ ଭଲ ଲାଗୁଛି"

ମା କଥା ଶୁଣି ମୁଁ କିଛି ନ ଜାଣିଲା ପରି କଥା ବୁଲେଇ କହିଲି ଆଉ କେତେ ଦିନ ଯାଉ।ଏବେ ନୁହଁ। ହେଲେ ମା ତୋ ସପକ୍ଷରେ। ସେମିତି ତ କିଛି ନାହିଁ ଆମ ଭିତରେ।କାହିଁକି ତୋ କଥା ହିଁ ମା କହିଲା, ମୁଁ ରାତି ସାରା ଭାବୁଥିଲି। ସକାଳୁ ସକାଳୁ ମୁଁ ଅଫିସ ଯିବାକୁ ଘରୁ ବାହାରି ଆସିଛି।ତୋ ସହିତ ଆଉ ଦେଖା ହୋଇ ପାରିଲା ନାହିଁ।

ତୋ ସହିତ ପିଲାଦିନେ ଗାଁ ଦାଣ୍ଡରେ ବାଲିଘର ,ବୋହୁ ଚୋରି ,କଣ୍ଢେଇ ବାହାଘର ପରି କେତେ କଣ ଖେଳ ଖେଳିଛି।ତୁ ତ ଖାଲି ହସୁଥିଲୁ।କଥା କଥାରେ ହସ।କଥା କମ୍ ହସ ବେଶି ।ବେଳେବେଳେ ବିରକ୍ତି ଲାଗୁଥିଲା।କାହିଁକି ଏତେ ହସୁଛୁ ବୋଲି।କେତେ ଥର ତୋ କାନ ମୋଡ଼ି ଦେଇଛି।ତଥାପି ତୁ ହସୁଥିଲୁ।ସାହି ଝିଅ ବୋଲି ଆମ ଘରକୁ ସବୁ ଦିନ ଆସୁ ଥିଲୁ।ମୋ ଭଉଣୀ ନ ଥିବା ଯୋଗୁଁ ମା' ର ଘର କାମରେ ବେଳେବେଳେ ସାହାଯ୍ୟ କରୁଥିଲୁ।ମୋର ପ୍ୟାଣ୍ଟ୍ ସାର୍ଟ ସଫା କରି ଦେଉଥିଲୁ ।

ମା ପାଖେ ମୋ ସହିତ କଥା ହେଉ ନ ଥିଲୁ।କଣ କହିଲେ ଖାଲି ହସୁ ଥିଲୁ।ମା ମୋତେ କେତେ ଥର ପଚାରି ଥିବ,"ତୁ ଲଳିତା କୁ କଣ କହୁଛୁ କିରେ,ସେ ଖାଲି ହସୁଛି।କି ହସ କଥା ତାକୁ କହୁଛୁ। ମୁଁ ପଚାରିଲେ କିଛି ନ କହି ଖାଲି ତ ହସୁଛି"

କିଛି ଜାଣିବା ଆଗରୁ ଆମେ ବଡ ହୋଇଗଲୁଣି ବୋଲି ସାଙ୍ଗ ସାଥୀ , ଘରେ ବାହାରେ ସଭିଏଁ କହିଲେ।ହେଲେ ତୁ ଆଉ ଆଗ ପରି ହସିଲୁ ନାହିଁ।

ଆଉ ଗାଁ ଦାଣ୍ଡରେ ଖେଳିବା ବି ବନ୍ଦ ହୋଇଗଲା।

ଚାକିରି କରିବା ପାଇଁ ମୋତେ ବାହାରକୁ ଆସିବାକୁ ହେଲା ।ବ୍ୟସ୍ତ ରହି କେବଳ ଚିଠି ଲେଖି ଭଲ ମନ୍ଦ କଥା ମା କୁ ଜଣାଇ ଦେଉଥିଲି।ହଁ ମଝିରେ ମଝିରେ ତୋ କଥା ଲେଖିଥିଲି ,ତୁ ଆଉ ଆମ ଘର ଆଡେ ଆସୁଛୁ କି ନାହିଁ।

କଥା ସେତିକି।ଏବେ ମା ତୋ କଥା କହୁଛି।ହେଲେ ମୁଁ ବୁଝି ପାରୁନି,ଆମ ଭିତରେ କଣ ଅଛି, ମୁଁ ଜାଣିବାରେ ତ ସେମିତି କିଛି ହେଇନି....

ଏଇ ଚିଠି ତୋ ପାଇଁ ଅଲଗା ଲେଖି ମା ପାଖକୁ ପଠାଇଛି ।ତୋତେ ମା ଚିଠି ଦେବ।ଆମ ଭିତରେ କଣ ଅଛି ଲେଖି ଜଣାଇବୁ ।ହଁ ,ବେଶି ହସିବୁ ନାହିଁ...ଆମ ଭିତରେ କଣ ଅଛି, ଜାଣିବାକୁ ଅପେକ୍ଷାରେ ।



Rate this content
Log in

Similar oriya story from Romance