Bidyadhar Mantry

Abstract Classics Others

3  

Bidyadhar Mantry

Abstract Classics Others

ଯବନିକା

ଯବନିକା

3 mins
16



ଆଛା ଜେଜେ,ତୁମେ ତ ବୁଢ଼ା ହୋଇଗଲଣି।

ଜୀବନ ସାରା କେତେ ନାଟକ କରିଛ,ତା'ର ଅନୁଭୂତି ସହିତ ଆମକୁ କିଛି କୁହ,ହୁଏତ କେଉଁ ମୁହୂର୍ତ୍ତରେ ତୁମ ଜୀବନ ନାଟକର ଶେଷ ଯବନିକା ଟାଣି ହୋଇଯିବ।     ଉଦୁଉଦିଆ ଖରାବେଳେ କଲେଜ୍ ପଢୁଆ ନାତି ଟୋକାର ଏ ଥିଲା ଜେଜେଙ୍କ ପ୍ରତି ଜିଜ୍ଞାସା ।


ହଁ,ଭଲ କଥା ଟିଏ ପଚାରିଲୁ,ହୁଏତ ବେଶି ଦିନ ଆଉ ବଞ୍ଚି ହେଲାପରି ଦେଖା ଯାଉନି। ଏ ଜୀବନରେ ପ୍ରତି ଘଟଣା ଏକ ନାଟକୀୟ ମୋଡରେ ଆସିଥାଏ।ସେଇ ଅନୁଭୂତି ସ୍ମୃତି ପରି ରହିଛି।କେତେ ମଧୁର ଯନ୍ତ୍ରଣା ପୁଣି କେତେ ରୋମାଞ୍ଚକ ମୁହୂର୍ତ୍ତ ଏବେ ବି ମୋ ମାନସ ପଟରେ ଉଜ୍ଜୀବିତ। ହେଉ ,ଯାହା କାହାକୁ କହି ନ ପାରି,ଛାତି ଭିତରେ ଲୁଚି ରହିଛି,ସେଇ କଥା ହିଁ କହିବି।କହିଲେ ଯନ୍ତ୍ରଣା ଉପଶମ ହୁଏ ବୋଲି ଶୁଣିଛି ଓ ବିଶ୍ୱାସ ଅଛି ମଧ୍ୟ।ନାତି ଟୋକା ମାଧବ ଖାଲି ଚାହିଁ ରହିଛି ଜେଜେଙ୍କମୁହଁ କୁ। ବୁଢା କଳରେ ପାନ ନ ଜାକିଲେ ,କଥା ସେତେ ରସାଳ ହେବ ନାହିଁ। ହେଲେ ଘରେ ତ ପାନ ନାହିଁ।ଆଜିକାଲି ପୁଡିଆ ଚାଲିଛି।ନାଇଁ,ଗାଁ ମୁହଁ ପାନ ଦୋକାନରୁ ପାନ ଆଣି ଦେବାକୁ ହେବ।

   ଜେଜେ ଙ୍କୁ ପାନ ଆଣିବା ପାଇଁ ଯାଉଛି କହି,ଗାଁ ମୁଣ୍ଡ ପାନ ଦୋକାନ ଆଡେ ସାଇକେଲ ନେଇ ବାହାରିଛି।ବାଟରେ ନନ୍ଦିନୀ ର ଘର।ହଠାତ୍ ନନ୍ଦିନୀ ସହିତ ବି ଦେଖା ହୋଇଗଲା।ପାଖ କୂଅ ରୁ ପାଣି ପାଇଁ ଯାଉଥିଲା।ମାଧବ ର ସାମନା ସାମନି ହେବା ଭିତରେ ହସ କୁ ଚାପି ନ ପାରି ହସି ବି ଦେଇଛି।ଆଉ ମାଧବ ର ମନ ଉଡ଼ିଲା ସେଇ ଟିକିଏ ହସରେ।ଉଡ଼ି ଉଡ଼ି ଯାଇ , ପାନ ଆଣି ଜେଜେ ହାତରେ ଧରେଇ ଦେଇ ,ଜେଜେଙ୍କ ମୁହଁ ରୁ କଥା ଶୁଣିବା ପାଇଁ ବସି ରହିଲା।

ଜେଜେ ମାଧବ ର ମୁହଁକୁ ଲକ୍ଷ୍ୟ କରି ଜାଣି ଗଲେ,ନାତି ଟୋକା କୁ ଦେଖି ବୋଧେ କିଏ ମିଠା କଥା କହି ଦେଇଛି ।ଜେଜେ,ତାଙ୍କ ନିଜ କଥା କହିବା ଆଗରୁ ମାଧବ ର ଗାଲ କୁ ଟିକେ ଚିପି ଦେଇ,ଆଜି କ'ଣ ବେଶି ଖୁସି ହେଲା ପରି ଜଣା ପଡୁଛି।ଖୁସିର କାରଣ ଜେଜେଙ୍କୁ କହି ଦେଲେ,ଜେଜେ ବି ଟିକିଏ ଖୁସି ହେବେ,କହୁନୁ....

  ନାଇଁ ମ ଜେଜେ,ଆମ ସାହିର ସେ ଝିଅ ଟା,ନନ୍ଦିନୀ ମ, ମୁଁ ପାନ ପାଇଁ ଯିବା ରାସ୍ତାରେ ଦେଖା ହେଲା। ଦେଖା ତ ହେଲା,ହେଲେ ଦେଖେଇ ହେଲା ପରି ହସି ବି ଦେଲା ତ,ମୋତେ ବି ଟିକେ ହସ ହସ ଲାଗୁଛି....

ଠିକ୍ କହିଛୁ ,ମୋ କଥା ସେଇ ହସ ରୁ ଆରମ୍ଭ।

ଚାରିବର୍ଷ ହଷ୍ଟେଲ ରେ ରହି ଗାଁ କୁ ଆସିଥିଲି।ସେତେବେଳେ ଏକାଦଶ ଶ୍ରେଣୀ କୁ ମାଟ୍ରିକ କୁହା ଯାଉ ଥିଲା।ବାର୍ଷିକ ପରୀକ୍ଷା ଶେଷ ହେଲା ପରେ ହଷ୍ଟେଲ ଜୀବନ ସରିଗଲା। ରେଜଲ୍ଟ ବାହାରିବା ,ପୁଣି ଭବିଷ୍ୟତ ଉଚ୍ଚ ଶିକ୍ଷା କଥା ନିଜ ବିଚାର ଭିତରେ ଆବଦ୍ଧ ଥିଲା।ଘର ର ଆର୍ଥିକ ଅବସ୍ଥା ନିହାତି ଶୋଚନୀୟ ।ବାପା ଭାଇଙ୍କ କୌଳିକ ବୃତ୍ତିରେ ସହଯୋଗ କରିବା ନିହାତି ଏକ କର୍ତ୍ତବ୍ୟ ବୋଧ ଥିଲା।ଘରେ ରହି ରହି ବିରକ୍ତି ଅନୁଭବ ପରେ ,ଘରୁ ବାହାରକୁ ଆସିଲେ ସାହିର ଝିଅ ଟିଏ ମୋତେ ଦେଖିଲା ମାତ୍ରେ ହିଁ ହସୁ ଥିଲା।ପ୍ରଥମେ ପ୍ରଥମେ ଭୟ ,ପୁଣି ବୁଝି ହେଉ ନ ଥାଏ।କ୍ରମେ

ବୁଝି ହୋଇ ଗଲା।ଆଉ ଯେବେ ଦେଖା ହୁଏ,ଦୁହେଁ ହସୁ ଥିଲୁ। ସେ ହସ ବହୁତ ଦିନ ପର୍ଯ୍ୟନ୍ତ ଚାଲୁ ରହିଲା।ସାଙ୍ଗ ସାଥି,ଉଭୟ ପରିବାର ବର୍ଗ ଆମ ହସ କୁ ନେଇ ଚର୍ଚ୍ଚା କଲେ।କ୍ରମେ ହସ ର ଢେ଼ଉ ଆଉ ଉପରକୁ ଉଠି ନ ଥିଲା।ସେଇ ହସ ଥିଲା ଅନାବିଳ।ହୃଦୟ ଭିତର ଭାବ ହସ ରୂପରେ ପରିପ୍ରକାଶ ହେଉଥିଲା ।

କେହି ବୁଝିଲେ ନାହିଁ।ଜୀବନର ଗତି ପଥ ବଦଳି ଗଲା।ସେଇ ହସରେ ଯବନିକା ଟାଣି ହୋଇଗଲା।

ସେଇ ଯବନିକା ଆଢ଼ୁଆଳେ ହୃଦୟ ର ବେଦନା ବି ରହିଛି।

ଜୀବନରେ ସବୁ କିଛି ପାଇଁ କ୍ଷମା ଅଛି।କିନ୍ତୁ ଅନ୍ୟର ହସ ଓ ଖୁସିରେ ଯବନିକା ଟାଣି ଦେବା ଏକ କୁସ୍ଚିତ ମାନସିକତାର ପରିଚୟ।

ମୋର ଏଇ ପଦକ କଥା ମନେ ରଖିଥିବୁ।

ହସ ସହିତ ହସ ମିଶେଇ ଦେଲେ ଅପରାଧ ନୁହେଁ। କିନ୍ତୁ ଜାଣି ଶୁଣି ଅନ୍ୟର ହସ ଆଗରେ ଯବନିକା ଟାଣିବା ଏକ ହିନ ମାନବିକତାର ଦୃଷ୍ଟାନ୍ତ। ନାତି ଟୋକା ମାଧବ ର ଆଖି କୋଣ ରୁ ଲୁହ ଝରି ଆସୁଥିଲା।

ବୁଢ଼ା ଜେଜେ ର ଅକୁହା କଥା ଶୁଣି,ମାଧବ ର ଜେଜେ ପ୍ରତି ଆନ୍ତରିକତା ବଢି ଯାଇଛି।ଅଯଥା ଯବନିକା ମଣିଷ ର ଜୀବନକୁ କେମିତି ମର୍ମାହତ କରିପାରେ,ମାଧବ ଠିକ୍ ବୁଝିଛି,ଯେତେବେଳ 

ଜେଜେ ଯବନିକା ଶବ୍ଦ ଟି କହୁଥିଲା ବେଳେ,

ଜେଜେଙ୍କ ଉଚ୍ଚାରଣ ରେ ଶିଥିଳତା ପରିଲକ୍ଷିତ ହେଉଥିଲା।

ଏବେ ମାଧବ ର ଜେଜେ ଭଲ ସାଙ୍ଗ,ଜେଜେଙ୍କ ଅଙ୍ଗେ ଲିଭା କଥା ଶୁଣୁଛି।ଜୀବନର ପ୍ରତି ଘଟଣାର ଯବନିକା ଟାଣି ହେବା ପର୍ଯ୍ୟନ୍ତ କାହାଣୀ

କାହିଁକି କେଜାଣି ମାଧବ କୁ ଭଲ ଲାଗୁଛି। 

 ବୁଢ଼ା ଜେଜେ ନିଜ ଅନୁଭୂତି କଥା କହିବା ସହିତ  ମାଧବ କୁ ପଚାରି ବୁଝିଛି ନନ୍ଦିନୀ କୁ ଦେଖା ହେଲେ ହସା-ହସି ହେଉଛି ନା ନାହିଁ।


ମାଧବ ଆଉ କହିବ କ'ଣ,ଖାଲି ହସୁଛି ଆଉ ହସୁଛି ସେ ହସର ଯବନିକା ଟାଣି ହେବାକୁ ମାଧବ ଆଉ ଚାହୁଁ ନାହିଁ ।






Rate this content
Log in

Similar oriya story from Abstract