ସାଥୀଟିଏ
ସାଥୀଟିଏ
କିଏ ବl ନିଜର କହିବାକୁ ମୋର
କେଉଁଠି ସାଥୀଟେ ନାହିଁ
ଦୂରେ କି ପାଖରେ କେହି ଜଣେ ଥିଲେ
କିଛି ତ ପାରନ୍ତି କହି (୧)
ଆଖିରେ ଆଜି ମୋ ନିଦ ଆସୁ ନାହିଁ
ସପନ ଆସିବ କାହିଁ
ସବୁ ମୋ ସପନ ଆଖିର ଲୁହରେ
ଦୂରେଇ ଯାଇଛି ଭାସି (୨)
କିଛି ଗଲା କଥା ମୋ ମନର ବ୍ୟଥା
କାହାକୁ କହିବି ଆଜି
ସାଥୀଟିଏ ଥିଲେ କହିତ ପାରନ୍ତି
ନିଜ ମନ କଥା କିଛି (୩ )
ପାଖରେ ନହେଲେ ଦୂରରେ ବି ଥିଲେ
ନିଜର ମୋ ସାଥିଟିଏ
ବୁଝାଇ ଦିଅନ୍ତା ଲୁହ ପୋଛି ଦେଇ
କେବେ ମନ ଦୁଃଖ ହେଲେ (୪)