Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Supriya Samal

Others

3  

Supriya Samal

Others

ଝିଅ

ଝିଅ

1 min
454


ବାସ୍ତବିକ ଗୋଟେ ଝିଅ ହବା ବହୁତ କଷ୍ଟକର | ବହୁତ ସହଜ ଆଉ ସରଳ ଲାଗେ ନାଁ ଟା ହେଲେ, ଝିଅର ଜୀବନ କୁ ଯଦି ପଢିବା ତାହେଲେ ଜାଣିବା କଣ | ମାତୃ ଗର୍ଭ ରୁ ସେ ଜୀବନ ପାଇଁ ସଂଗ୍ରାମ କରେ | ଜନ୍ମ ହେଲା ପରେ ସାହି ପଡିଶା ଝିଅ ବୋଲି ନାନା କଥା ଶୁଣେଇବେ | ସେ ସବୁବେଳେ ସବୁ ଚୁପ ହେଇକି ଶୁଣେ କାରଣ ସେ ଗୋଟେ ଝିଅ | ନାରାରକ୍ଷସ ର ଖରାପ ଦୃଷ୍ଟି ପଡି କେତେ ଝିଅ ଙ୍କ ଜୀବନ ଚୁନା ଚୁନା ହେଇ ଯାଇଛି | ସେ ଝିଅ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବାକୁ ମଧ୍ୟ ଡର ଭୟ ଲାଗିରହିଥିବ | ବିବାହର ବନ୍ଧନରେ ବାନ୍ଧି ହେଇ ସୁଖର ସଂସାର କରିବ ଭାବି ବିବାହ କରେ ହେଲେ ଶାଶୁ ଶଶୁର, ସ୍ୱାମୀ ଙ୍କ ପାଇଁ ଯୌତୁକ କଷ୍ଟ ଯନ୍ତ୍ରଣା ରେ ବହୁତ ମୃତ୍ୟୁ ବରଣ କଲେଣି | ଝିଅ ଟିଏ ବହୁତ କଷ୍ଟ ରେ ତା ଜୀବନରେ ଆଗକୁ ବଢେ | କିଛି ଲୋକ ଇର୍ଷାକରି ତାକୁ ତଳେ ପକେଇ ଦେଉଛନ୍ତି | ପଡ଼ିକିବି ସେ ହାର ମାନେନି ପୁଣି ସଫଳତା ଶୀର୍ଷ କୁ ଛୁଏଁ | ସମସ୍ତଙ୍କ ଘରେ ଲକ୍ଷ୍ମୀ ପ୍ରତିମା ଝିଅ ଅଛି | ସମସ୍ତଙ୍କ ଚିନ୍ତାଧାରା ସମାନ ନୁହେଁ ବାସ ଏହା ଫରକ | ଝିଅ ଙ୍କୁ ସମ୍ମାନ କର ଭଗବାନ ତୁମ ସବୁ କାର୍ଯ୍ୟ କୁ ଦେଖୁଛନ୍ତି | କାହାକୁ କଷ୍ଟ ଦେଲାଭଳି କାମ ଆଦୌ କରନି | ଝିଅର ହୃଦୟ ଫୁଲ ଠୁ ବି କୋମଳ ବାସ ତାକୁ ଯତ୍ନ ର ସହ ରଖିବା ଦରକାର | ନାରୀକୁ ସମ୍ମାନ କର, ପୁରୁଷ ମଧ୍ୟ ସମ୍ମାନ ପାଇବେ | ଦୁହେଁ ଆଜିକା ସମୟରେ ସମାନ | କେହି ବଡ଼ ସାନ ନୁହେଁ |


Rate this content
Log in