ପ୍ରିୟତମା
ପ୍ରିୟତମା
ସେଦିନ ଯେଉଁଠି ଛାଡ଼ି ଯାଇଥିଲ
ଆଜି ମୁଁ ସେଇଠି ଠିଆ
ଦେଖି ଯାଅ ଥରେ ତୁମ ବିନା ମୁଁ
କେମିତି ବଞ୍ଚିଛିି ପ୍ରିୟା
ସଜାଇଥିଲି ମୁଁ ଗୋଲାପର ଶେଯ
କଣ୍ଟା ଦେଇଥିଲି କାଢି
ସେ କୋମଳ ଶେଯ କାଳ ହେଲା ମୋର
ସେଥିପାଇଁ ଗଲ ଭୂୂୂଲି
ରହିଛି ରହିିିବି ତୁୁମ ପ୍ରତୀକ୍ଷାରେ
କାଳ ଗଲେଯାଉ ସରି
ତୁମକୁ ଅପେକ୍ଷା ମୋପାଇଁ ତ ପ୍ରାୟ
ପ୍ରେମ କୁ ହେଉଛିି ଝୁରି