Aparajita Sarangi

Abstract Classics Inspirational

4  

Aparajita Sarangi

Abstract Classics Inspirational

ବିଶ୍ୱାସର ଆଳୟ

ବିଶ୍ୱାସର ଆଳୟ

5 mins
8


ଆଳୟ ଟିଏ ଗଢିବାକୁ ଭଲା କାହାର ଇଚ୍ଛା ନହୁଏ l ପ୍ରୀତି ସରାଗ ଭରା ଉପବନ ଭିତରେ ପ୍ରେମର ଆଳୟ l ହଁ କାନ୍ଥ ବାଡ଼ ତ ତିଆରି ହୋଇଥିବ ସିମେଣ୍ଟ ଆଉ ଇଟାରେ କିନ୍ତୁ ଭଲପାଇବା ର ରୁଣୁଝୁଣୁ ଧ୍ଵନି ଅହରହ ପ୍ରତିଧ୍ୱନିତ ହେଉଥିବ ସେ ଅଗଣାରେ l

ପୁରା ଫିଲ୍ମ ଡାଇଲଗ ଭଳି ଲାଗୁଛି, କହି ହସି ଉଠିଲେ ମୋ ସ୍ୱାମୀ ମୋ କଥା ଶୁଣି l

ପୁଣି ମଜାକ କଲ... ତମକୁ କେତେ ଥର କହିଲିଣି ମୁଁ ମଜାରେ କୌଣସି କଥା କୁହେନି l ମୁଁ ମୋ ଅନ୍ତର ର କଥା କହୁଛି କିନ୍ତୁ ତମ ମନରେ ଭାବିବା ବୁଝିବା ଶକ୍ତି ଥିଲେ ସିନା ତମେ ଏକଥା ବୁଝିବ... ତମେ ହେଉଛ ମ୍ୟାଟରିଆଲିସ୍ଟିକ ମେଣ୍ଟାଲିଟି ର ଲୋକ... ତେଣୁ ତମେ କାହିଁକି ମୋ ମନର କଥା ବୁଝିବ...

କହିଦେଇ ସୁକୁସୁକୁ ହେଇ କାନ୍ଦି ମୁଁ ଘର ଭିତରକୁ ପଶିଗଲି l ଅନିଲ ଆରେ ରାଗିଗଲ ଯେ କହି ମୋ ପଛରେ ଘର ଭିତରକୁ ପଶି ଗଲେ l ମୋର ଆଉ ଅନିଲଙ୍କର ବିବାହ ର ପାଞ୍ଚ ବର୍ଷ ବିତି ଗଲାଣି l ଅନିଲ ଙ୍କର ସବୁ କଥାରେ ମଜା କିନ୍ତୁ ମୁଁ ପୁରା ସିରିଏସ କିସମ ର ପିଲା l ମୋର ଭାରି ଇଚ୍ଛା ଘରଟିଏ କିଣିବି ନିଜ ପସନ୍ଦର l ଯେଉଁଠି ଲୋକ ମତେ ଭଡାଟିଆ କହିବେନି l ସେଇଠି ମୁଁ ଆଉ ଅନିଲ ଖୁସିରେ ରହିବୁ l

ରାତି ହେବାକୁ ବସିଲାଣି l ଏପର୍ଯ୍ୟନ୍ତ ଅନିଲ ଆସି ନାହାନ୍ତି l ମୁଁ ବ୍ୟସ୍ତ ହୋଇ ଘର ବାହାର ହେଉଥାଏ l କେବେ ନ ଜଣେଇ ତ ରହନ୍ତିନି l ଫୋନ ବି ତ ସୁଇଚ ଅଫ ଦେଖାଉଛି l ଧୀରେ ଧୀରେ ରାତି ବଢ଼ିବାରେ ଲାଗିଲା l ଭୟରେ ଶିହରୀ ଉଠିଲି ମୁଁ l ହଠାତ କବାଟ ରେ ଠକ ଠକ ଶବ୍ଦ ଶୁଣି ଦଉଡ଼ି ଗଲି l କବାଟ ଖୋଲି ଦେଖେ ତ ଅନିଲ ଠିଆ ହୋଇଛନ୍ତି l ଓଦା ଜୁଡୁବୁଡୁ l

ଆରେ ବର୍ଷା ତ ଜମାରୁ ନାହିଁ ତମେ ଓଦା ହେଲ କିପରି, ମୁଁ ବ୍ୟସ୍ତ ହୋଇ ପଚାରିଲି l

କଥା କଣକି ମୁଁ ଟିକେ ପାଖ ସହର କୁ ଯାଇଥିଲି ସେଠି ବର୍ଷାରେ ଓଦା ହୋଇଗଲି l

ତମର ଏତେ ଡେରି କାହିଁକି ହେଲା..

ଅଫିସ କାମ ଥିଲା...

ଆଗରୁ କେବେ ତ ଏମିତି ହେଇନି...

କି ଅଦ୍ଭୁତ ଆଗରୁ ହେଇନି ବୋଲି କଣ ହେବନି... ଆଉ ବିରକ୍ତ କରନି..

ଅନିଲ କହିଦେଇ ବାଥରୁମ ଭିତରକୁ ଡ୍ରେସ ବଦଳେଇବାକୁ ପଶିଗଲେ l ମତେ ଲାଗିଲା ଅନିଲ ଯେମିତି କିଛି ଲୁଚାଉଛନ୍ତି l ଅନିଲ ଆସିଲେ ଚୁପ ଚାପ ଖାଇ ଦେଇ ଶୋଇବାକୁ ଚାଲିଗଲେ l ମୋ ଆଖିରେ ରାତି ସାରା ନିଦ ନଥାଏ l ସକାଳେ ଉଠି ଦେଖେ ତ ଅନିଲ ଅଫିସ ଯିବାକୁ ବାହାରିଲେଣି l

ଆରେ ତମେ ଜଳଖିଆ ଖାଇବନି କି...

ନାଁ... ଟିକେ କାମ ଅଛି...

ଏମିତି କି କାମ ସକାଳୁ ସକାଳୁ...

ମୁଁ ଅଫିସ ଯାଉଛି ମଜା ମlରୁନି ସେଠି...

ଅନିଲ ବ୍ୟାଗ ଧରି ଯିବାକୁ ବାହାରିଲେ l ମୋ ମୁଣ୍ଡ କୁ ସେତେବେଳେ ରାଗ ଉଠିଲାଣି l ମୁଁ ଦୁମ ଦୁମ ହେଇ ଯାଇ ବାଲକୋନୀ ରେ ଲାଗିଥିବା ଦୋଳି ରେ ବସି ପଡିଲି l ହଠାତ ଅନିଲ ମୋ ପାଖକୁ ଆସି କହିଲେ,

ତମର କଣ ଘର କିଣିବା ନିହାତି ଦର୍କାର.... ଭଡା ଘରେ ରହିଲେ କଣ ହେବନି..

ଅନିଲ ଙ୍କର ଏଭଳି ପ୍ରଶ୍ନ ରେ ମୁଁ ଆଶ୍ଚର୍ଯ୍ୟ ହେଇଗଲି l କିନ୍ତୁ ମୁଣ୍ଡ ରେ ସେତେବେଳେ ମୋର ରାଗ ଥାଏ l ମୁଁ ବିରକ୍ତ ହୋଇ ଚିଲ୍ଲେଇ କହିଲି , କଣ ଦେଇଛ କି ମତେ ଜୀବନ ରେ ଖାଲି ଦୁଃଖ ଦାରିଦ୍ର୍ୟ...

ଅନିଲ କିଛି ନକହି ଚାଲିଗଲେ l ମୁଁ କହି ତ ଦେଲି କିନ୍ତୁ ମୋ ମନ ଟା ଭାରି ଖରାପ ଲାଗିଲା l ମୁଁ ଅନିଲ ଙ୍କ ପ୍ରତି ଏତେ ଶକ୍ତ ଆଉ ଅଭଦ୍ର କେମିତି ହେଇ ପାରିଲି l ଇଚ୍ଛା ନଥିଲେ ମଧ୍ୟ ମୁଁ ଉଠିକି ଗଲା ଲୁଗା ସଫା କରିବାକୁ l ବାଥରୁମ ରୁ ଅନିଲ ଙ୍କ ସର୍ଟ ଧରି ୱାସିଂ ମେସିନ ପାଖକୁ ଯାଉଛି ହଠାତ ଦେଖିଲି ସର୍ଟ ରେ ଲିପସ୍ଟିକ ଦାଗ ଅଛି l ମୋ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଲା l ଆଖି ମୋର ଲୁହ ଛଳ ଛଳ ହୋଇଗଲା l ଅନିଲ ତାହେଲେ ଆଉ କୋଉ ସ୍ତ୍ରୀ ଲୋକ ସହ...

ଆଉ ଆଗକୁ ଭାବି ପାରିଲିନି l ରାଗ ଆଉ ଦୁଃଖ ରେ ମୋ ଦେହ ଥରୁ ଥାଏ l ହଠାତ କଲିଂ ବେଲ ଶବ୍ଦ ରେ ମୋ ଭାବନା ରେ ପୂର୍ଣ୍ଣଚ୍ଛେଦ ପଡିଲା l ମୁଁ କବାଟ ଖୋଲି ଦେଖେ ତ ଅନିଲ ଙ୍କ ଅଫିସ ରେ କାମ କରୁଥିବା ମହାପାତ୍ର ବାବୁଙ୍କ ସ୍ତ୍ରୀ ଠିଆ ହୋଇଛନ୍ତି l ମୋତେ ଦେଖି ସେ ପାଖକୁ ଆସି ଧୀରେ କିନା କହିଲେ, ଶୁଣନ୍ତୁ ମ୍ୟାଡମ ଆଜିକାଲି ଯୁଗ ଖରାପ l ଅନିଲ ବାବୁଙ୍କ ଉପରେ ଟିକେ ଆଖି ରଖିଥିବେ l ଅଫିସ କୁ ଜଣେ ନୂଆ ମ୍ୟାଡମ ଅନିଲ ବାବୁଙ୍କ ଉପର ଅଫିସର ହେଇ ଆସିଛନ୍ତି l ଶୁଣିଲି କୁଆଡ଼େ ତାଂକର ଆଉ ଅନିଲ ବାବୁଙ୍କର ନିବିଡ଼ତା ବଢ଼ିବାରେ ଲାଗିଛି l

ମୋର କାନ ମୂଳ ଝାଇଁ ଝାଇଁ ହେଇଗଲା l ମୁଁ ଯାହା ଶୁଣିଲି ସହଜରେ ତାକୁ ଗ୍ରହଣ କରି ପାରୁ ନଥାଏ l ମହାପାତ୍ର ବାବୁଙ୍କ ସ୍ତ୍ରୀ କହିଦେଇ ଚାଲିଗଲେ l ମୁଁ ଆଉ କିଛି ନକହି ଘର ଭିତରେ ପଶିଗଲି ଏପରି କି କବାଟ ଦେବାକୁ ଭୁଲିଗଲି l ମୋର ସହିବାର ଶକ୍ତି ନିୟନ୍ତ୍ରଣ ବାହାରକୁ ଚାଲିଗଲା l ମୁଁ ଘରର ଜିନିଷ ସବୁ ଏଣେ ତେଣେ ଫୋପାଡିବା ଆରମ୍ଭ କରି ଦେଇଥାଏ l ମଝିରେ ମଝିରେ ରହି ରହି ଚିତ୍କାର ଛାଡୁଥାଏ l କିଛି ସମୟ ପରେ ମୁଁ ନିଜକୁ ଶକ୍ତି ହୀନ ମନେ କଲି l

ଶୋଇବା ଘର କାନ୍ଥ ରେ ଆଉଜି ତଳେ ବସିଥାଏ ମୁଁ l ଆଖିରୁ ଲୁହ ଧlର ବହି ଚାଲିଥାଏ l ଅନିଲ ମୋ ସହ ଏମିତି କରିବେ ମୁଁ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲି l ମଣିଷ ଜୀବନ ରେ ଯାହାକୁ ସବୁଠୁ ଅଧିକ ବିଶ୍ୱାସ କରେ ସେ ହିଁ ବିଶ୍ୱାସ ରେ ବିଷ ଦିଏ l ଅଖିଆ ଅପିଆ ହେଇ ମୁଁ ସେମିତି ବସିଥାଏ l ଧୀରେ ଧୀରେ ମୋର ଆଖି ମୁଦି ହୋଇ ଆସିଲା l କେତେବେଳେ ସନ୍ଧ୍ୟା ଗଡି ଯାଇଥିଲା ତା ମଧ୍ୟ ମୁଁ ଜାଣି ପାରି ନଥିଲି l

ହଠାତ କାହାର ହାତ ର ସ୍ପର୍ଶ ରେ ମୁଁ ଆଖି ଖୋଲି ଚାହିଁଲି l ଆରେ ଏ କଣ ଅନିଲ ମୋ ପାଖରେ ବସିଛନ୍ତି l ମୁଁ ଝରକା ବାହାରକୁ ଚାହିଁଲି l ଚାରିଆଡ଼ ଅନ୍ଧକାର l ତା ଅର୍ଥ ରାତି ହେଇ ଗଲାଣି l ପ୍ରେମିକା ସହ ସମୟ ବିତେଇ ସାରି ଅନିଲ ଏଥର ଘରକୁ ଫେରିଛି l ଏହି କଥା ଭାବିଲା ବେଳକୁ ମୋର ଛାତି ବିଦାରି ଉଠୁଥାଏ l

ହଠାତ ଅନିଲ କୋହ ଭରା କଣ୍ଠରେ କହିଲେ,

 ସରି... ମତେ କ୍ଷମା କରିଦେବ...

ମୁଁ ଘୃଣା ଭରା ଆଖିରେ ଅନିଲ କୁ ଚାହିଁ ମନେ ମନେ କହିଲି , କଅଣ ଡିଭୋର୍ଶ ଦର୍କାର କି... କିଛି ନାହିଁ ଅନିଲ ତମକୁ ଯେତିକି ଭଲ ପାଇଛି ତାକୁ ଭାବି ତମର ଖୁସି ପାଇଁ ତମକୁ ମୁକ୍ତ ମଧ୍ୟ କରିଦେବି l

ଆଉ ଅଧିକ କିଛି ଭାବି ପାରିଲନି ମୁଁ l ଆଖି ମୋର ଲୁହରେ ଭରି ଯାଇଥିଲା l

ଅନିଲ ମୋ ଆଡ଼କୁ କାଗଜ ଖଣ୍ଡେ ବଢ଼ାଇ ଦେଉ ଦେଇ କହିଲେ, କ୍ଷମା କରିଦେବ ମୁଁ ତମର ଇଚ୍ଛା ରଖି ପାରିଲିନି... ତମ ପାଇଁ ସ୍ୱପ୍ନ ର ଘର କିଣି ପାରିଲିନି ଆଉ...

ଅନିଲ ଆଉ କିଛି ନକହି ଭୋ ଭୋ ହୋଇ କାନ୍ଦି ଉଠିଲେ l ମୁଁ ଥର ଥର ହାତରେ କାଗଜଟିକୁ ଆଣିଲି l ହଁ ମୁଁ ଡିଭର୍ସ ଦେଇ ଦେବି l ଚାଲିଯିବି ଅନିଲ ଜୀବନ ରୁ ସବୁଦିନ ପାଇଁ l କାଗଜ ଖୋଲି ଦେଖିଲି l ଇଏ କଣ ମୁଁ ଦେଖୁଛି l ଅନିଲ ଙ୍କ ଇସ୍ତଫା ପତ୍ର l ସେ ଅଫିସ ରୁ ଇସ୍ତଫା ଦେଇ ଦେଇଛନ୍ତି l ମୁଁ ଆଶ୍ଚର୍ଯ୍ୟ ହେଇ ଅନିଲ ମୁହଁ କୁ ଚାହିଁଲି l

ଘର କିଣିବା ପାଇଁ ଅଫିସ ରେ ମୋ ଚାକିରୀ ରଖିବା ପାଇଁ ମୋ ଲେଡି ଵସ କହିଲେ ମତେ ତାଙ୍କ ସହ ରହିବାକୁ ପଡ଼ିବ... ତାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ପଡ଼ିବ କାରଣ ସେ ମୋ କଲେଜ ବେଳର ପ୍ରେମିକା l କିନ୍ତୁ ମୁଁ ତ ବିବାହ ପରଠୁ ତମକୁ ହିଁ ଚାହିଁଛି l ମୋ ପାଇଁ ମୋ ଜୀବନ ର ସବୁକିଛି ତମେ l ଆମେ ଦୁଇଟି ଶରୀର କିନ୍ତୁ ଆତ୍ମା ବୋଧେ ଆମର ଏକା l ମୁଁ ଇସ୍ତଫା ପତ୍ର ଦେଇ ଚାଲି ଆସିଲି l ମତେ କ୍ଷମା କର l

ମତେ ଲାଗୁଥାଏ ସତେକି ମୁଁ ସ୍ୱପ୍ନ ଦେଖୁଛି l ମୁଁ ଭେଁ ଭେଁ ହୋଇ କାନ୍ଦି ଉଠି ଅନିଲ କୁ କୁଣ୍ଢାଇ ପକାଇ କହିଲି , ଅନିଲ ମୋ ସ୍ୱପ୍ନ ର କାଚ ଘର ଭାଙ୍ଗି ଗଲା l କାରଣ ସେ ଘରଠାରୁ ବେଶୀ ମୋର ତମେ ଦର୍କାର l କାଚ ଗଢ଼ା ଘର ନୁହେଁ l ଆଜି ମୁଁ ଖୁସି କାଚ ଘର ନାହିଁ କିନ୍ତୁ ଆମ ବିଶ୍ୱାସ ର ସିମେଣ୍ଟ ଘର ଆଜି ମଜବୁତ ହେଇଛି l ହଁ ଏଇଟାହିଁ ତ ମୋ ସ୍ୱପ୍ନ ର ଆଳୟ ଯେଉଁଠି ବିଶ୍ୱାସ ହିଁ ପ୍ରେମର ଡୋର l


ଆମେ ଦୁହେଁ ଦୁହିଁଙ୍କୁ ଜାବୁଡ଼ି ଧରି କାନ୍ଦି ଉଠିଳୁ ସ୍ୱପ୍ନ ର ଦର ଭଙ୍ଗା କାଚ ଘର ଉପରେ ମାତ୍ର ବିଶ୍ୱାସ ର ଆଳୟ ରେ l



Rate this content
Log in

Similar oriya story from Abstract