Aparajita Sarangi

Abstract Romance Classics

4  

Aparajita Sarangi

Abstract Romance Classics

ସ୍ୱାମୀ

ସ୍ୱାମୀ

4 mins
370


ବୁଝିଲୁ, ଦେଖି ଦେଖି ରାସ୍ତାରେ ଯିବୁ l କୁଆଡ଼କୁ ଚାହିଁବୁନି l ତଳକୁ ମୁହଁ ପୋତି ଯିବୁ ତଳକୁ ମୁହଁ ପୋତି ଆସିବୁ l ସେଇଟା ଉତ୍କଳ ୟୁନିଭରସିଟି l ପୁଅ ପିଲା ପଢ଼ନ୍ତି l ରମାଦେବୀ କଲେଜ ଭଳି ଖାଲି ଝିଅ ପିଲା ପଢ଼ନ୍ତିନି l ଝିଅଙ୍କ ଚରିତ୍ର ଧଳା କାଗଜ l ଦାଗ ଲାଗିଗଲେ ଗଲା l ବୋଉର ନିତି ଦିନିଆ ଭାଷଣ l ଯେହେତୁ ଝିଅ ପ୍ରଥମ ଥର କୋ ଏଜୁକେସନ ରେ ପାଠ ପଢ଼ିବାକୁ ଗଲା l ଆଗରୁ ତାଗିଦ କରାଗଲା l ସବୁବେଳେ ସେଇ ପୁରୁଣା ଟେପ ରେକର୍ଡର ବlଜେ l ସବୁଠୁ ବେଶି ଗୁରୁତ୍ୱ ଦିଆଯାଏ ବ୍ରାହ୍ମଣ ଘର ଆମର l ଯଦି ବାଛିବୁ ବ୍ରାହ୍ମଣ ପୁଅ ହୋଇଥିବ, ଚାକିରୀ କରିଥିବ... ଆଉ ବେଶି କିଛି କହି ହେବନି l

ବୋଉ ସରିଗଲା... ଏଥର ଯିବାକୁ ତ ଦେ, କହି ଦେଇ ମୁଁ କଲେଜ ପଳାଏ l ବାଟ ସାରା ଘୋଷି ଘୋଷି ଯାଏ ବୋଉ କଣ କହିଛି l ବାଣୀବିହାର ରେ ପାଦ ଦେଉ ଦେଉ ପୁରା ଶେରନି ସାଜେ l ଭାବେ କିଏ ଯଦି ଚାହିଁବ ତା ଆଖି ଫୁଟେଇବି l ସେଠାକାର ପିଲାବି ସତରେ ଖେଚଡ଼ l ସମୟ ଗଡି ଚାଲିଲା l ପାଠ ପଢ଼ା ଚାଲିଲା l ସାଙ୍ଗ ସବୁ ବାହାରକୁ ବୁଲି ଯାଆନ୍ତି l କିନ୍ତୁ ମୁଁ ଜାଣିଥିଲି ଗୋଟିଏ ରାସ୍ତା ଘରୁ କଲେଜ ଆଉ କଲେଜ ରୁ ଘର l କାନରେ ବlଜେ ଶବ୍ଦ, ତୁ ଝିଅ ପିଲା.... ବ୍ରାହ୍ମଣ ଜାତି l ଓଃ କି କଷ୍ଟ l ହଉ ଛାଡ଼ ସେ ଦିନ ତ ଗଲାଣି l ବୋଉ କଥା ମନେ ରଖି କାହାକୁ ଚାହିଁଲିନି l ୟାଡେ ଘରେ ବାହାଘର ଖୋଜା ଚାଲିଲା l କାଳେ ବର ମିଳିବନି ବୋଲି ବୋଉ ମୋର ଠାକୁରଙ୍କୁ ଡାକୁଥାଏ l ମୁଁ ଭାବେ କୋଡିଏ ବୟସରେ ବୋଧେ ମୁଁ ବୁଢ଼ୀ l ଆଉ ବାହାଘର ଟା ଜୀବନର ଶ୍ରେଷ୍ଠ ସତ୍ୟ l କାହାକୁ ବାହାହେବି ଭାବେନି ଭାବେ ବାହା ତ ହେବି l କେତେ ପ୍ରସ୍ତାବ ପଡିଲା l କେତେଜଣ ଭାଙ୍ଗି ଦେଲେ l ଏ ଝିଅଟା ଟିକେ ମୋଟି, କିଏ କହିଲା ଗେଡି ଆଉ କିଏ କହିଲା ଦେଖିବାକୁ ସେତେ ଆକର୍ଷଣୀୟ ନୁହେଁ l ମୁଁ ପୁରା ଡ଼ରିକି ଛାନିଆ l ଆରେ ଭାଇ ଯେତେ ଚେଷ୍ଟା କଲେ ସୁନ୍ଦର ହଉନି l ଶେଷରେ ଗୋଟିଏ ପ୍ରସ୍ତାବ ଆସିଲା l ଆମ ସାମନା ଘରେ କୁଆଡ଼େ ସେମାନେ ଆଗରୁ ରହୁଥିଲେ l କିନ୍ତୁ ଆମେ କେହି କାହାକୁ ଦେଖିନୁ l ବର ଘର ଦେଖିବାକୁ ଆସିଲେ l ସେମାନେ ସଙ୍ଗେ ସଙ୍ଗେ ରାଜି l କେଉଁ ଲୋକଟାକୁ ବାହା ହେବି ବୋଲି କଣେଇ ଚାହିଁଲି l ଦେଖିଲି ଗୋରା ହେଇ ଡେଙ୍ଗା ଲୋକଟେ l ମୋଠୁ ବହୁତ ଡେଙ୍ଗା l ସମସ୍ତେ କହିଲେ ମୋଠୁ ବହୁତ ଅଧିକ ସୁନ୍ଦର l ଆରେ ଭାଇ ମୋର ତ ଇଚ୍ଛା ଥିଲା ଶ୍ୟାମଳ ବର୍ଣ୍ଣ ଇଏତ ପୁରା ଗୋରା l ବର ଘର ବାହାଘର ପାଇଁ ଏତେ ବ୍ୟସ୍ତ କଲେ ଯେ ପାଠ ପଢ଼ା ନସରୁଣୁ ବାହାଘର ଦିନ ଠିକ ହେଲା ତା ପୁଣି ଅତିଥିରେ l ମତେ ସବୁ ଅଦ୍ଭୁତ ଲାଗୁଥାଏ l ବୁଝି ପାରିଲିନି ଏତେ ଶୀଘ୍ର ବାହା ମୁଁ କାହିଁକି ହେଉଛି l

ବାହାଘର ହେଲା l ଶାଶୂଘର କୁ ଆସିଲି l ସ୍ୱାମୀଙ୍କ ସହ କେବେ ଦେଖା ହେଇନି, ସେ ଦେଖିବାକୁ କିପରି ମୁଁ ଦେଖିନି, କେବେ ମଧ୍ୟ କଥା ହେଇନି l ଦେଖା ଦେଖିର କୋଡିଏ ଦିନରେ ବାହାଘର ଶେଷ l ଭାବିଲି ଲୋକଟା କେମିତି ହେଇଥିବ କେଜାଣି l ଏ ଅଚିହ୍ନା ସ୍ୱାମୀ ସହ ମୁଁ କେମିତି ରହିବି l ମନ ମୋର ପିଲାଳିଆ ଥିଲା l ବୟସ କମ l ଯାହା ପାରେ ଶାଶୂଘର ଲୋକଙ୍କ ଆଗେ ଫଟ ଫଟ ହୋଇ କହିଦିଏ l ସମସ୍ତେ ମୋ ଉପରେ ହସନ୍ତି l ଦେଖିଲି ସ୍ୱାମୀ ମୋର ଭାରି ଚୁପ ଚାପ ଲୋକ l ମୋ ମୁଣ୍ଡରେ ଚଡକ ପଡିଲା l କେମିତି ଏ ଅଚିହ୍ନା ସ୍ୱାମୀଟା ସହ ରହିବି l ଭାରି ଅହଙ୍କାରୀ ବୋଧେ l ମନେ ମନେ ବହୁତ କାନ୍ଦିଲି l ଭାବିଲି ବୋଉଲୋ, ତୋ ଝିଅ କଣ ପଚି ସଢ଼ି ଯାଉଥିଲା l ନଭାବି ନଚିନ୍ତି ବିଦା କରିଦେଲୁ l

ଯେଉଁଦିନ ପ୍ରଥମ ଥର ଆମର ଦେଖା ହେଲା ମୁଁ ଡ଼ରିକି ଥାଏ l ହଠାତ ମୋ ସ୍ୱାମୀ ଆସି ମତେ ଗାଳି ଦେବା ଆରମ୍ଭ କରିଦେଲେ l ପୁରା ତୁ ତା ରୁ ଆରମ୍ଭ l

- କଥା କହିବା ଯଦି ଶିଖିନୁ ଆ ଶିଖେଇବି l ପାଟିକୁ ଟିକେ ବନ୍ଦ ରଖ l ସମସ୍ତଙ୍କ ଆଗରେ ପାଗେଳୀଙ୍କ ଭଳି କଥା କହୁଛୁ ସେମାନେ ଆସି ପଛରେ ତୋ ଉପରେ ହସୁଛନ୍ତି l ତତେ କ୍ରିଟିଶlଇଜ କରୁଛନ୍ତି l ମତେ ଭାରି ଖରାପ ଲାଗୁଛି l ତିନିଦିନ ହେଲାଣି ସୁଯୋଗ ପାଉନଥିଲି ଆଜି ସୁଯୋଗ ମିଳିବାରୁ କହୁଛି l ସମସ୍ତେ ତୋ ଭଳିଆ ସାଧାରଣିଆ ନୁହନ୍ତି l

ମୁଁ ଖାଲି ଚୁପ ହୋଇ ବସି ମୁଣ୍ଡ ଟୁଙ୍ଗାରୁ ଥାଏ l ବୟସର ମଧ୍ୟାହ୍ନ l ଯୌବନ ର ନୂଆ ନୂଆ ସୋପାନ ରେ ମୁଁ ଉପଗତା l କିନ୍ତୁ ବୁଦ୍ଧିହୀନl ବୋଲି ମୁଁ ସେଇଦିନ ଜାଣିଲି l ଭାବିଲି ଇଏ କଣ ମୋ ବୋଉନl କଣ ଵା l କିନ୍ତୁ ସେ ଅଚିହ୍ନା ଲୋକଟାର ଗାଳି ମତେ ଭାରି ଚିହ୍ନା ଚିହ୍ନା ଲାଗିଲା l ହୁଏତ ଗାଳି ଖାଇବା ମୋର ପୁରୁଣା ଅଭ୍ୟାସ l ମୁଁ ସବୁ କଥାରେ ମୋ ସ୍ୱାମୀଙ୍କ ସହ କଳି କଲି, ଜିଦି କଲି l ସେ ମତେ ମାଆ ଲୋ ଧନଲୋ କହି ବୁଝାଉ ଥାଆନ୍ତି, ଆଉ କହନ୍ତି ତୁ କେବେ ବୁଝିବୁ କେଜାଣି l ସତ କହିବି ସେ ଅଚିହ୍ନା ସ୍ୱାମୀଟା ମୋର ଭାରି ନିଜର ଲାଗିଲା l ବୟସର ବ୍ୟବଧାନ କୁ ମୁଁ ଭୁଲିଗଲି l ଲାଗିଲା ମୋ ସହ ସମାନ l ସମୟ ଗଡ଼ି ଚାଲିଲା l ଆଜି ଆମେ ବୟସର ଅପରାହ୍ଣ ରେ ଉପନୀତ l ମୋର ପ୍ରକୃତି ଯଦିଓ ସେଇଆ ଅଛି କିନ୍ତୁ ସେ ଅଚିହ୍ନା ସ୍ୱାମୀ ଅନୁଯାୟୀ ମୁଁ ଧୈର୍ଯ୍ୟ ର ମୂର୍ତ୍ତିମନ୍ତ ପ୍ରତୀକ l ଏ ଶକ୍ତିହୀନ ଅବଶ ଶରୀର ସବୁବେଳେ ସେହି ଲୋକଟିର କାନ୍ଧ ଚାହିଁଥାଏ ମନ କଥା ବଖାଣିବାକୁ l ଗାଳି ଦେବାକୁ ଆଉ କାନ୍ଦିବାକୁ l ଆଜି ର ସମୟରେ ସେ ଅଚିହ୍ନା ସ୍ୱାମୀଟା ମୋର ସବୁଠୁ ନିଜର l



Rate this content
Log in

Similar oriya story from Abstract