Aparajita Sarangi

Abstract Romance Classics

4.4  

Aparajita Sarangi

Abstract Romance Classics

ସ୍ୱପ୍ନ

ସ୍ୱପ୍ନ

3 mins
145


ସବୁଦିନ ତୁମକୁ ମୁଁ ଦେଖେ.... ତୁମର ବଡ଼ ବଡ଼ ଆଖି ଆଉ ଚିଡ଼ ଚିଡ଼ା ମୁହଁ ମତେ ବହୁତ ଭଲ ଲାଗେ l ସତ କହିବି ତମକୁ ମୁଁ ଭଲ ପାଏ l ତୁମେ ହିଁ ମୋର ପ୍ରଥମ ଓ ଶେଷ ପ୍ରେମ l ବହୁତ ଶୀଘ୍ର ତୁମେ ତୁମ ପ୍ରଥମ ପ୍ରେମର ଠିକଣା ପାଇଯିବ l ଚିଠିଟି ପଢ଼ି ଦେଇ ମୋ ମୁଣ୍ଡ ଖରାପ ହେଇଗଲା l ଆରେ ମୋ ଭଳିଆ ସ୍ତ୍ରୀ ଲୋକଟାକୁ ଚିଠି କିଏ ଦେଲା l ଦେଖତ ସାହସ ପୁଣି ମୋ ଘର କବାଟ ତଳେ ଗଳେଇ ଦେଇ ଗଲା l କୋଉ ଜନ୍ମ ରେ କୋଉ ପୁଣ୍ୟ କରିଥିଲି କେଜାଣି ସ୍ୱାମୀଙ୍କ ହାତରେ ପଡିନି ନହେଲେ ଆଜି ଘରେ କୋର୍ଟ କଚେରୀ ବସି ଥାଆନ୍ତା ଆଉ ମତେ ଦୋଷୀ ସାବ୍ୟସ୍ତ କରାଯାଇ ଥାଆନ୍ତା l ହେ ପ୍ରଭୁ ଘୋର କଳିଯୁଗ l ଚାରିଟା ଛୁଆର ମାଆ, ପୁଣି ଦର ବୁଢ଼ୀ l କଣ କରିବି l ଚୁପ କିନା ଚିଠିଟା ନେଇ ଆଲମାରୀ ଭିତରେ ରଖିଦେଲି l ପୁଣି ଘର କାମରେ ଲାଗିଗଲି l

ମୁଁ ଏକ ଆପାର୍ଟମେଣ୍ଟ ର ପଞ୍ଚମ ମହଲାରେ ରହେ l ଶାଶୁଙ୍କର ପୁଅ ଇଚ୍ଛା ଥିଲା ବୋଲି ପୁଅକୁ ଚାହିଁ ଚାହିଁ ଚାରିଟା ଝିଅ ହେଇଗଲେ l ନହେଲେ ଆଜି କାଲିକା ଯୁଗରେ, ହଉ ଛାଡ଼ ସେ କଥା l ଏମିତି ଵି ମୁଁ ଦେଖିବାକୁ ଶ୍ୟାମଳ ବର୍ଣ୍ଣ ଆଉ ସୌନ୍ଦର୍ଯ୍ୟ ର ପରିମାଣ ମଧ୍ୟ ମୋର ବହୁତ କମ l ଘରେ କାମ କରି ସ୍ୱାମୀ ଛୁଆଙ୍କ ଜଞ୍ଜାଳ ବୁଝି ମୋର ସ୍ୱଭାବ ମଧ୍ୟ ଟିକେ ଚିଡଚିଡା ହେଇ ଗଲାଣି l ଘର କାମ, ବଜାର ସଉଦା ସବୁ କରିବାକୁ ପଡ଼େ, ପୁଣି ତା ସହ ଘରର ଜଞ୍ଜାଳ l ପାନ ରୁ ଚୂନ ଖସିବନି l ସନ୍ଧ୍ୟା ସମୟରେ ସାନ ଝିଅକୁ ନେଇ ପାର୍କ ଯାଏ l ତା ଵି ଖୁଵ କମ ସମୟ ପାଇଁ l ତେଣୁ ୟା ଭିତରେ କିଏ ମତେ ଦେଖି ଘରେ ଚିଠି ଗଲେଇଦେଲା ଯେ ମୁଁ ତାର ଟେର ପାଇଲିନି l ଆଜିକାଲିଆ ଟୋକା ନା ବୟସ ଦେଖୁଛନ୍ତି ନା... ଛି ଛି ଭାବୁ ଭାବୁ ବାହାରେ କଲିଂ ବେଲ ସାଉଣ୍ଡ ଶୁଭିଲା l ମୋ ଛାତି ଧଡ଼ ଧଡ଼ ହେଲା l ସ୍ୱାମୀଙ୍କୁ ଖବର ମିଳିଗଲା କି l ସ୍ୱାମୀ ମୋର ରିଟାୟାର୍ଡ଼ ଆର୍ମି ଅଫିସର l ଘରେ ପୁଣି ତାଙ୍କ ପାଖେ ଲାଇସେନ୍ସ ଦିଆ ବନ୍ଧୁକ ଅଛି l ଯଦି ଟିକେ ଏପଡ଼ ସେପଡ଼ ହେବ ଘରେ ହିଁ ଫଇସଲା ସୁନିଶ୍ଚିତ l ଧୀରେ ଧୀରେ ଯାଇ କବାଟ ଖୋଲିଲି l ଦେଖିଲି ସ୍ୱାମୀ ହସ ହସ ମୁହଁରେ ଠିଆ ହୋଇଛନ୍ତି l ତା ଅର୍ଥ ତାଙ୍କୁ କିଛି ଜଣା ନାହିଁ l ମୁଁ ମଧ୍ୟ ସବୁ କିଛି ଠିକ ଠାକ ଚାଲିଛି ଦେଖାଇବା ପାଇଁ ସ୍ୱାଭାବିକ ବ୍ୟବହାର ଦେଖାଇବାକୁ ଚେଷ୍ଟା କଲି lହଠାତ ସ୍ୱାମୀ କହିଲେ ଚାଲ ଆଜି ଟିକେ ବୁଲି ଆସିବା l ମୁଁ ଆଶ୍ଚର୍ଯ୍ୟ ହୋଇଗଲି l ଆରେ ଯାହା ଗୋଡ ଧରିଲେ ଵି ଶୁଣନ୍ତିନି କି ବାହାରକୁ ନିଅନ୍ତିନି ସେ ଆଜି ବୁଲିବାକୁ ଯିବାକୁ କହୁଛନ୍ତି l ମୁଁ ସଙ୍ଗେ ସଙ୍ଗେ ରାଜି ହେଇ ବାହାରି ପଡ଼ିଲି l ଆମେ ମଲ ଗଲୁ ମୋ ମନ ପସନ୍ଦର ଜିନିଷ କିଣିଲୁ l ଶେଷରେ ସମୁଦ୍ର କୂଳରେ ଯାଇ ବସିଲୁ l ସାଗରର ନୀଳ ଲହରିମlଳl ମତେ ଖୁଵ ଭଲ ଲାଗେ l ତେଣୁ ମୁଁ ସମୁଦ୍ରର ବେଳା ଭୂମିକୁ ଉପଭୋଗ କରୁଥିଲି l ହଠାତ ମୋ ସ୍ୱାମୀ କହିଲେ ଆଜି ଭାରି ସୁନ୍ଦର ଦିଶୁଛ l ମୁଁ ଆଶ୍ଚର୍ଯ୍ୟ ହେଇଗଲି କାରଣ ପୂର୍ବରୁ ସେ ମତେ କେବେହେଲେ ମଧ୍ୟ ଏପରି କହିନଥିଲେ l ମୋ ପାଇଁ ବାହାଘର ଗୋଟେ କାମ ହିଁ ପରିଗଣିତ ହୋଇଥିଲା l କାରଣ ବାହାଘର ପରେ ମୋ ଜୀବନଟା ମେସିନ ଠୁ କମ ନଥିଲା l ଆଜି ସ୍ୱାମୀଙ୍କ ମୁଖରୁ ଏସବୁ ଶୁଣି ମୁଁ ଖୁସିରେ ଆତ୍ମହରା ହୋଇଗଲି l

ହଠାତ ଭାବିଲି ମୋ ସୁନା ସଂସାର ରେ ପାଚେରୀ ପକେଇବାକୁ କିଏ ଚାହୁଁଛି l ଦୁନିଆରେ କଣ ସୁନ୍ଦର ଝିଅଙ୍କର ଅଭାବ ହେଲାକି ଏ ଚାରି ଛୁଆର ମାଆ, ଦର ବୁଢ଼ୀ, ଲୋକଙ୍କୁ ଦିଶିଲା l ସତରେ ଆଜିକାଲି କା ଟୋକାଙ୍କର ଜାତି ଗୋତ୍ର ଆଉ ନାହିଁ l ସେ ଟୋକାକୁ ଧରି ନିଁସ୍ତୁକ ମାରିବି ବୋଲି ମନେ ମନେ ଠିକ କଲି l ସେଦିନ ଝିଅକୁ ପାର୍କ ନେବାବେଳେ ବାଡ଼ିଟେ ଵି ସାଙ୍ଗରେ ନେଲି l ଚାରିଆଡକୁ ଚାହୁଁଥାଏ l କେହିତ ଦିଶୁ ନାହାନ୍ତି l ସନ୍ଧ୍ୟା ହେବାରୁ ଘରକୁ ଆସିବାକୁ ବାହାରିଲି l କବାଟ ଖୋଲି ଘରେ ପଶି ଦେଖିଲି ସ୍ୱାମୀ ମୋର ଡୁପ୍ଲିକେଟ ଚାବିରେ ତାଲା ଖୋଲି ଘରେ ଆସି ବସିଛନ୍ତି l ସେ ମତେ ଏକା ଆଖିରେ ଚାହିଁଛନ୍ତି l ମୁଁ ଦଉଡିଯାଇ ତାଙ୍କୁ କହିଲି ତମେ ମତେ ଖରାପ ଭାବନି ମୁଁ କିଛି ପାପ କରିନି l ମୋର ଦୋଷ ନାହିଁ l କିଏ ଗୋଟେ ମତେ ଚିଠି ଦେଇ ହଇରାଣ କରୁଛି l ଧରା ଵି ପଡୁନି ନହେଲେ ଆଜି ତା ପିଠି ଫାଟିଯାଇଥାନ୍ତା l ମୋ ଜୀବନରେ ମୁଁ ତମ ଛଡ଼ା କାହା କଥା ଭାବିନି l ସ୍ୱାମୀ ମୋର ହସି ଦେଇ ପିଠି ଦେଖାଇ କହିଲେ ତାହେଲେ ଫଟାଇ ଦିଅ ମୋ ପିଠି l

ସତ କହିବି ତମର ଚିଡଚିଡା ମୁହଁଟା ମୁଁ ବହୁତ ଭଲ ପାଏ l ତୁମ ସହ ମଜାକ କରୁଥିଲି l ଏବେ ପାଇଲ ପ୍ରଥମ ପ୍ରେମର ଠିକଣା l ସ୍ୱାମୀ କହି ଦେଇ ହସି ହସି ଗଡ଼ିଗଲେ l ତା ଅର୍ଥ ମୋ ସ୍ୱାମୀ ହିଁ ସେ ବ୍ୟକ୍ତି l ରାଗ ଓ ଲଜ୍ଜାରେ ମୋ ମୁହଁ ଲାଲ ହେଇଗଲା l ଯାହାର ଏକ ନୂତନ ବ୍ୟକ୍ତିତ୍ୱ ସମ୍ବନ୍ଧରେ ମୁଁ ଏତେ ବର୍ଷ ପରେ ଅବଗତ ହେଲି l ସତରେ ମୋ ସ୍ୱାମୀଙ୍କ ଭିତରେ ମୁଁ ଏତେଦିନ ପରେ ମୋ ସ୍ୱପ୍ନର ପୁରୁଷକୁ ପାଇଲି l



Rate this content
Log in

Similar oriya story from Abstract