Aparajita Sarangi

Abstract Romance Classics

3  

Aparajita Sarangi

Abstract Romance Classics

କଳା

କଳା

5 mins
205


ଜୀବନରେ ମୁଁ ଅନେକ କଳା ବିଷୟରେ ଶୁଣିଛି, ଯେମିତି କି ଗୀତ ନାଚ ଡ୍ରଇଁ... କହୁ କହୁ ଫେଁ କିନା ହସିଦେଲି l ମୟଙ୍କ ଆଶ୍ଚର୍ଯ୍ୟ ହେଇ ମତେ ଚାହିଁ କହିଲା ଆରେ ଏଥିରେ ହସିବାର କଣ ଅଛି ଯେ...କଳା ଟା ତ ଜନ୍ମଗତ... ଆଛା କହିଲ ଦେଖି ତମ ପାଖରେ କି କଳା ଅଛି l

ସତରେ ସେଦିନ ମୟଙ୍କ ର ପ୍ରଶ୍ନ ଶୁଣି ମୁଁ ଟିକେ ସମୟ ଭାବିଲି l କାରଣ ତା ଆଗରୁ ମୁଁ ମୋ କଳା ସମ୍ବନ୍ଧରେ ଅବଗତ ନଥିଲି ତେଣୁ ଏ ପ୍ରଶ୍ନ ମୋ ପାଇଁ ଏକ କଷ୍ଟ ପ୍ରଶ୍ନ ଥିଲା l କିଛି ସମୟ ଭାବିବା ପରେ ମଧ୍ୟ ମୁଁ ଉତ୍ତର ନଦେଇ ପାରିବାରୁ ମୟଙ୍କ ମତେ କହିଲା ମୁଁ କିନ୍ତୁ ୟାର ଉତ୍ତର ଜାଣେ l ମୁଁ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁଲି ଓ ପଚାରିଲି ମୋ ବିଷୟରେ ମୋ ଠାରୁ ବେଶି ତତେ ଜଣା l ଆଛା କହତ ଦେଖି l ସେ ହସି ଦେଇ କହିଲା, ଚୁପ ଚାପ ହସି ହସି ଅଳ୍ପ କଥା କହି ମନକୁ ଚୋରେଇବା l ମୁଁ ଏଭଳି ଅଦ୍ଭୁତ ଉତ୍ତର ଶୁଣି କାବା ହେଇଗଲି ଓ କହିଲି ମତେ ଏ ଉତ୍ତର ଜମା ପସନ୍ଦ ଆସିଲାନି l ମୟଙ୍କ ମତେ ଚିଡେଇ କହିଲା ଆଜିକାଲି ପରା ସତ କହିଲେ ଦୋଷ l ଏତକ କହିଦେଇ ଆମେ ବସିଥିବା ସ୍ଥାନରୁ ମୟଙ୍କ ଉଠି ଚାଲିଗଲା l ମୁଁ କିଛି ସମୟ ତା ଚଲା ପଥକୁ ଚାହିଁ ତା ଉତ୍ତର କୁ ତଉଲୁ ଥିଲି l

ମୟଙ୍କ ମୋର କଲେଜ ସାଙ୍ଗ l ଦେଖିବାକୁ ଖୁଵ ସାଧାରଣ ଏବଂ କଥା ବାର୍ତ୍ତା ମଧ୍ୟ ଖୁଵ ମାର୍ଜିତ l ଯେଉଁଦିନ କଲେଜ ରେ ପାଦ ଦେଲି ସେଦିନର ମୟଙ୍କ କଥା ଭାବିଲେ ମତେ ହସ ମାଡ଼େ l କାରଣ ଏଭଳି ଏକୁଟିଆ ବାହାଡା ପିଲା ଦେଖି ଭାବିଲି, ହେ... କି ବୋରିଂ ଆଉ ଫାଲତୁ ପିଲା l ଯାହା ହେଲେବି ୟା ସହ ମୁଁ ଜମା ମିଶିବିନି l କିନ୍ତୁ ଵିଧି ର ଖେଳ ଥିଲା ବିପରୀତ l କଲେଜ ର ଅର୍ଦ୍ଧାଧିକ ସମୟ ବିତିଯିବା ପରେ ଧୀରେ ଧୀରେ ତାର ନୀରବତା, ସଚୋଟ ପଣିଆ ମତେ ଆକୃଷ୍ଟ କଲା l ଧୀରେ ଧୀରେ ଆମେ ଘନିଷ୍ଠ ବନ୍ଧୁ ହୋଇଗଲୁ l ଘଣ୍ଟା ଘଣ୍ଟା କଥା ହେଲେବି ଆମ କଥା ସରେନି l ଅନେକ ସାଙ୍ଗ ମତେ ପଚାରନ୍ତି ତୁ ତା ସହ ଏତେ କାହିଁକି ମିସୁଛୁ l ତମ ଦୁହିଁଙ୍କ ର ସମ୍ପର୍କ କଣ l ମୁଁ କିନ୍ତୁ ସବୁବେଳେ ବେପରୱା l ତେଣୁ ହସି ଦେଇ କହେ ଯିଏ ଯାହା ଭାବୁଛ ଭାବ ମୁଁ ଖାତିର କରେନି l କିନ୍ତୁ ମୋର ଏଭଳି ଉତ୍ତର ରେ ମୁଁ ଦେଖିଲି ମୟଙ୍କ ଧୀରେ ଧୀରେ ବିରକ୍ତ ହେଲା l ହଠାତ ସେ କିଛି ଦିନ ପାଇଁ କଲେଜ ଆସିଲାନି l ମୁଁ ତା ସାଙ୍ଗ ହରିଶ କୁ ପଚାରିଲି ମୟଙ୍କ କାହିଁକି ଆସୁନି l ସେ କହିଲା ହଷ୍ଟେଲ ରେ ତ ଅଛି ଘରକୁ ଯାଇନି କିନ୍ତୁ କାରଣ ମୁଁ ଜାଣେନି l ମତେ ବହୁତ ବିରକ୍ତ ଲାଗେ l କାରଣ ତାର ମୋର ଭଲ ସାଙ୍ଗ ପାଲଟି ଯାଇଥିଲୁ l ହଠାତ ଦିନେ ମୟଙ୍କ ଆସିଲା l ମୁଁ ତାକୁ ପଚାରିଲି ତୁ କାହିଁକି ଆସୁ ନଥିଲୁ l ସେ କହିଲା, ତୋ ପାଇଁ l ମୁଁ ଆଶ୍ଚର୍ଯ୍ୟ ହେଲି l କହିଲି, ଆରେ ମୁଁ କଣ କଲି l ସେ କହିଲା ତୁ ତ ଏତେ ଵି ଅଜଣା ଚାଉଳ ଭାତ ଖାଇନୁ l ଜାଣି ପାରୁନୁ ମୁଁ ତତେ ଭଲ ପାଏ l ଆଉ ଯଦି ତୁ ମୋ ସହ ସାରା ଜୀଵନ ରହିବୁ ମତେ ହିଁ ବିବାହ କରିବୁ ତାହେଲେ ମୁଁ ତୋ ସହ ସାଙ୍ଗ ହେବି l ମୁଁ ବଡ଼ ହରଡ଼ ଘଣାରେ ପଡ଼ି ଗଲି l ଆଛା କଥା କହୁଛି l ହଁ ସାଙ୍ଗ ଠିକ ଅଛି l ଭଲ ପାଇବା ଅର୍ଥ ବୁଝିବାକୁ ମୋର ସାମର୍ଥ୍ୟ ନଥିଲେ ହେଁ ମୁଁ ତାକୁ ବହୁତ ପସନ୍ଦ କରେ l ଏଠି ପୁଣି ବାହାଘର କୁଆଡୁ ଆସିଲା l ଘରେ କହିବି ପୁଣି କନ୍ଦଳ ଲାଗିବ ଆରେ ଭାଇ ଏତେ ପାଲା l ମୁଁ ସେଇଠୁ ତାକୁ କହିଲି, ଶୁଣୁ ମୋ ଦେଇ ଏସବୁ ହବନି l ମୁଁ ଏ ପାଲା ପାରିବିନି l ଚାଲ ଆମେ ଖାଲି ସାଙ୍ଗ ହେଇ ରହିବା l ଏ ଧନ୍ଦା ଏଥିରେ ପୁରାନା l

ସେ କିନ୍ତୁ ବୁଝିବାକୁ ନାରାଜ l ସବୁବେଳେ ସେଇ ଗୋଟେ ଟେପ ରେକର୍ଡ ବାଜେ l ତତେ ମୋ ସହ ବାହା ହବାକୁ ପଡ଼ିବ ନହେଲେ ମୁଁ ବଞ୍ଚିବିନି l ୟାଡେ ମୋ ଘରେ ବାହାଘର ଖୋଜା ଚାଲିଥାଏ l ମୁଁ ସେଇଠୁ ଏକଥା ଘରେ କହିଲି l ବାସ ଘରେ ଚାଲିଲା କାନ୍ଦ ବୋବା l ଆରେ ଭାଇ ଭଲ ଧନ୍ଦା l ମୋ ଜୀଵନ ପୁରା ନର୍କ ହେଇଗଲା l ମୁଁ ସେଇଠୁ ମୟଙ୍କ କୁ କହିଲି ମତେ କ୍ଷମା କର ମୋ ଦେଇ ଏ କମ୍ପ୍ଲିକେଟେଡ଼ ଜିନିଷ ହେବନି l ଏହା ଶୁଣିକି ହେଲା ପ୍ରଳୟ l ହଠାତ ଘରେ ମୋର କଲେଜ ବନ୍ଦ କରି ମୋ ବାହାଘର କରିଦେଲେ l ମୁଁ ଵି ଏତେ ସନ୍ଦେହ ରେ ରହିଲି ଯେ କଣ କରୁଛି ଭଲ ପାଉଛି ନାଁ ନାହିଁ କିଛି ବୁଝି ପାରିଲିନି l ଆସିଲି ଶାଶୂଘର l ସ୍ୱାମୀ ମୋର ଭାରି ଚୁପ ଚାପ ଲୋକ l ଦଶ ପଦ କଥା ପଚାରିଲେ ପଦେ କହନ୍ତି l କିନ୍ତୁ ତାଙ୍କର ଦୃଢ ଚରିତ୍ର ସମ୍ପନ୍ନ ବ୍ୟକ୍ତିତ୍ୱ ମତେ ଆକର୍ଷିତ କଲା l ଧୀରେ ଧୀରେ ସେ ମତେ ଖୁଵ ନିଜର ଲାଗିଲେ l ମୁଁ ଯେଉଁଦିନ ମୋ ସ୍ୱାମୀଙ୍କି ନେଇ ମୟଙ୍କ ସହ ଦେଖା କରେଇଲି ସେ ମୁହଁ ତଳକୁ ପୋତି ହ୍ୟାଣ୍ଡ ସେକ କଲା ଓ ଯିବାକୁ ବାହାରିଲା l ମୋ ସ୍ୱାମୀ ଠିଆ ହବା ଅବସ୍ଥା ରେ ମୁଁ ତାକୁ କହିଲି ମୋ ଉପରେ ରାଗେନା l ଏସବୁ ଏତେ ଶୀଘ୍ର ହେଲା ଯେ ତତେ ଜଣେଇବାକୁ ସମୟ ପାଇଲିନି l ସେ ଲୁହ ଛଳ ଛଳ ଆଖିରେ ମୋ ମୁହଁକୁ ଚାହିଁ କହିଲା, ସବୁ ମିଛ... ତତେ କାହା ହୃଦୟ ସହ ଖେଳିବାର ଭଲ କଳା ଆସେ l ମନେ ରଖ ମୁଁ ସାରା ଜୀବନ ତୋ ପାଇଁ ଏକୁଟିଆ ହେଇଗଲି l ଏତକ କହି ସେ ଚାଲିଗଲା l ମୁଁ ଯେତେ ଡାକିଲେ ଵି ମୋ କଥା ଶୁଣିଲନି l

ଘରକୁ ଫେରିବା ପରେ ମୁଁ କିଛି ଦିନ ମନ ଦୁଃଖ ରେ ଓ ଅନ୍ୟମନସ୍କ ରହିଲି l ଦିନେ ମୋ ସ୍ୱାମୀ ମତେ ଡାକି କହିଲେ, ତୁ ମୟଙ୍କ କୁ ଭଲ ପାଉଥିଲୁ କି l ମୁଁ ଏଭଳି ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହୋଇଗଲି l କିନ୍ତୁ ନିର୍ଭିକ ଭାବରେ ଉତ୍ତର ଦେଲି, ଲାଗୁଛି ତ.... ବୋଧେ ହେଇଥିବ... ମୁଁ ନିଜେ ଵି ଜାଣିନି l ମୋ ସ୍ୱାମୀ ସିଧା ସଳଖ ମୋ ମୁହଁକୁ ଚାହିଁ କହିଲେ, ତୁ ଯଦି ଯିବାକୁ ଚାହୁଁଛୁ ତା ପାଖକୁ ଯା... କିନ୍ତୁ ସେ ମତେ ପ୍ରମିଜ କରିବ ସେ ତତେ ଭଲରେ ରଖିବ ଆଉ ଘର ଲୋକଙ୍କ ଟେନସନ ତୁ ନେ ନା l ମୁଁ ପଚାରିଲି ଆଉ ତମେ.. l ସେ ଲୁହ ଛଳ ଛଳ ଆଖିରେ ମତେ କହିଲେ ମତେ ମନ ଦୁଃଖ ତ ଲାଗିବ କିନ୍ତୁ ମୁଁ ନିଜକୁ ସମ୍ଭାଳି ନେବି l ତୋ ଖୁସି ମୋ ପାଇଁ ଆଗ l ଏକଥା ଶୁଣି ସେଦିନ ରାତିରେ ମତେ ନିଦ ହେଲାନି l ରାତି ସାରା କାନ୍ଦିଲି ଓ ସକାଳୁ ସ୍ୱାମୀ ଙ୍କି କହିଲି ତମେ ମତେ ଛାଡି ରହିଯିବ କିନ୍ତୁ ସରି ମୁଁ ତମକୁ ଛାଡି ରହି ପାରିବିନି l ସେଦିନ ମୋ ସ୍ୱାମୀଙ୍କ ମୁହଁରେ ଯେଉଁ ଖୁସି ଦେଖିଥିଲି ତା ମୁଁ ଜୀବନରେ ଭୁଲି ପlରିବିନି l

କିଛି ବର୍ଷ ପରେ ପୁଣି ସୋସିଆଲ ମିଡ଼ିଆ ମାଧ୍ୟମ ରେ ମୁଁ ମୟଙ୍କ ସମ୍ପର୍କ ରେ ଆସିଲି l ଜାଣିଲି ସେ ବିବାହିତ କିନ୍ତୁ ମୋ ପାଇଁ ନିଜ ସ୍ତ୍ରୀ ଛୁଆଙ୍କୁ ଛାଡି ଦେଇଛି ଏବଂ ସେ ବାରମ୍ବାର ତା ଜୀବନରେ ମୋର ପୁନଃ ପ୍ରବେଶ ଚାହିଁଲା l ମତେ ଧୋକେବାଜ ଆଉ କେତେ କଣ କହିଲା l ମୁଁ ନୀରବ ରହିଲି କାରଣ ମତେ ଲାଗିଲା ସବୁ ଦୋଷ ମୋର ମୁଁ ତା ପ୍ରତି ଅନ୍ୟାୟ କରିଛି l ଦିନେ ମୋର ସାଙ୍ଗ ହରିଶ ସହ ଦେଖା ହେଲା l ସେ କହିଲା ମୟଙ୍କ ନିଜ ସ୍ତ୍ରୀ ଛୁଆଙ୍କୁ ପାଖରେ ଆଣି ରଖିଲାଣି l ସେଦିନ ମୋ ଖୁସି କହିଲେ ନସରେ l ତଥାପି ତାର ଏ ମନୋଭାବ ଆଉ ଇଚ୍ଛା ମତେ କଷ୍ଟ ଦେଲା l ଦିନେ ସିଧା ସାଲଖ ତାକୁ ଫୋନ କରି କହିଲି, ଶୁଣୁ ବହୁତ ହେଇଗଲା ଭଲପାଇବା ର ଖେଳ l ଏ ଯେଉଁ ଭଲପାଇବା ର ସମୁଦ୍ର ଏଥିରେ ଡିଆଁ ମାରିଲେ ଦେହରେ ପାଣି ନଲାଗି ଲାଗିବ ନିଆଁ ଯାହା ସବୁ ଜାଳି ପୋଡି ଛାରଖାର କରିଦେବ l ପୁଣି ପୁରୁଣା ଟେପ ରେକର୍ଡ ବାଜିଲା l ସେଦିନ ପ୍ରଥମ ଓ ଶେଷ ଥର ଚିତ୍କାର କରି ମୁଁ କହିଲି, ତୋର ଭଲପାଇବା ର କଳା ହେଉଛି ନିଆରା l ୟାଡେ ସ୍ତ୍ରୀ ପାଖରେ ରହିବ ପୁଣି ପୁରୁଣା ସମ୍ପର୍କ ଵି ଦର୍କାର l କିନ୍ତୁ ମୋର କଳା ମୁଁ ବୁଝିଗଲିଣି l ମୁଁ ସବୁ ସମ୍ପର୍କ କୁ ନ୍ୟାୟ ଦେଇଛି l ଯାହାକୁ ବାହା ହେଇଛି ମଲା ଯାଏଁ ତାକୁ ଛଡିବିନି ଆଉ ଅନ୍ୟ କାହା ସହ ସମ୍ପର୍କ ମୁଁ ଚାହେଁନା l ମୋ ଜୀବନର ପ୍ରଥମ ଓ ଶେଷ ଡିଆଁ ମୁଁ ମୋ ବିବାହ ଅଗ୍ନିରେ ଦେଇଥିଲି l ମୋ ଭଲପାଇବା ର କଳା ତୋ ଭଲପାଇବା ର କଳାଠାରୁ ପୃଥକ ଅଟେ l ତାର ଲୁହ ଭରା ଥର ଥର କଣ୍ଠ ମୋ କାନରେ କିଛି ସମୟ ପ୍ରତିଧ୍ୱନିତ ହେଲା l ତୁ ଯେଉଁଠି ଥା ଭଲରେ ଥା ଏବଂ ଫୋନ ସହ ଜୀବନ ର ସମ୍ପର୍କ ସବୁଦିନ ପାଇଁ କଟିଗଲା l



Rate this content
Log in

Similar oriya story from Abstract