Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ଡବା

ଡବା

5 mins
24


କିଏ କହିଲା ତତେ ଏଥିରେ ହାତ ମରିବାକୁ କହ ଶୀଘ୍ର କହ ନହେଲେ ତତେ ମାରି ମାରି ଚୁନା କରିଦେବି ଚୋର କୋଉଠିକାର,

ଚିତ୍କାର ଛାଡୁ ଥାଆନ୍ତି ଶୋଭା ଆଉ ଚୁପ ହେଇ ଠିଆ ହୋଇଥାଏ ଡବା l ଚୁନୁ ମୁନୁ ପାଖରେ ଠିଆ ହେଇ ଥାଆନ୍ତି l ସେପଡ଼ୁ ଶୁଭମଙ୍କର ଚିତ୍କାର ଶୁଭିଲା, ଆଛା ଆରମ୍ଭ ହେଇଗଲା ସକାଳୁ ସକାଳୁ ମହାଭାରତ ଯୁଦ୍ଧ l ଗୋଟିଏ ଛୁଟିଦିନ ସପ୍ତାହକୁ ମିଳୁଛି ସେଦିନ ମଣିଷକୁ ତିଳେ ଶାନ୍ତି ନାହିଁ l ୟା ଠାରୁ ତ ଭଲ ଅଫିସ ଯିବ lଆଛା ମୋ ଯୋଗୁଁ ଅଶାନ୍ତି ହେଉଛି l ହଁ ପରା ଏ ଘରେ ଯାହା ହେଉଛି ସବୁରି ମୂଳରେ ପରା ମୁଁ ଅଛି l କହି ଦେଇ ସକ ସକ ହେଇ ରୋଷେଇ ଘରେ ପଶିଗଲେ ଶୋଭା l

ଶୋଭା, ଶୁଭମ ଓ ତାଙ୍କର ଦୁଇ ଛୁଆ ଚୁନୁ ଓ ମୁନୁ କୁ ନେଇ ଶୁଖି ପରିବାର l ଡବା ଦଶ ବର୍ଷର ପିଲା l ଏଇ ପାଞ୍ଚ ମାସ ହେବ ତାଙ୍କ ଘରେ ଆସି ରହୁଛି ବୋଲ ହାକ କରିବା ପାଇଁ l ନାଁ ଟା ଯେମିତି ଡବା ଗୁଣ ବି ସେମିତି ଡବା ଭଳିଆ l ଖାଲି ଆଁ କରି ଚାହିଁଥିବ କିଛି ବୁଝୁ ନଥିବ l ଚୁନୁ ଆଉ ମୁନୁଙ୍କର ଛୋଟ ଛୋଟ କଥାରେ ତା ସହ ଲାଗିବl ସତେ ଯେପରି ଗୋଟେ ଅଭ୍ୟାସ ରେ ପରିଣତ ହୋଇ ଯାଇଥିଲା l ପ୍ରତିଦିନ ଘରେ ଡବା କୁ ନେଇ ଦୁଇ ଚାରି ଥର ଝଡ଼ ଆସିବା ଭଳି କଳହ ଲାଗିବl ସତେ ଯେପରି ସେମାନଙ୍କର ଏକ ଅଭ୍ୟାସ ରେ ପରିଣତ ହୋଇ ଯାଇଥିଲା l

ଦୁଇ ଦିନ ତଳେ ଶୋଭା ବୁନ୍ଦି ଲଡ଼ୁ ତିଆରି କରି ଲୁଚେଇ ରଖିଥିଲେ ତାଙ୍କ ଭାଇ ଭାଉଜ ଆସିଲେ ଖାଇବେ ବୋଲି l ଆଜି ସକାଳୁ ଉଠି ସବୁ କାମ ସଅଳ ସଅଳ ସାରି ରୋଷେଇ ଘରେ କବୋର୍ଡ ଖୋଲି ଦେଖନ୍ତି ତ ଡବାରେ ଲଡ଼ୁ ନାହିଁ ଡବା ଖାଲି ଏତେ ଲଡ଼ୁ ଗଲା କୁଆଡ଼େ l ରାଗ କୁ ସମ୍ବରଣ କରି ନପାରି ଚିତ୍କାର ଛାଡିଲେ ଶୋଭା l ବାସ ତା ପରେ ତ ଘରେ ଚାଲିଲା ତାଣ୍ଡବ ଲୀଳା l

ଶୁଭମ ଦେଖିଲେ କୁଆଡ଼େ କିଛି ପାଟି ତୁଣ୍ଡ ଶୁଭୁନି l ଚାରିଆଡେ ନିସ୍ତବ୍ଧତା ବିଦ୍ୟମାନ l ସେ ଆସି ଦେଖନ୍ତି ତ ଡବା ବସି ଘୁମେଇ ଘୁମେଇ ବାସନ ମାଜୁଛି l ପିଲା ଦୁଇଜଣ ପାଠ ପଢୁଛନ୍ତି ଆଉ ଶୋଭା ଶୋଇବା ଘରେ ଶେଯରେ ମୁହଁ ମାଡ଼ି ପଡିଛନ୍ତି l

ଶୁଭମ ଧୀରେକିନା ଯାଇ ଶୋଭାଙ୍କ ପାଖରେ ବସିଲେ ଆଉ କହିଲେ, ଶୋଭା କାଇଁ ମନ ଖରାପ କରୁଛ କାଲି ପରା ତମର ଭାଇ ଭାଉଜ ଆସିବେ ଆଉ ତମର ଏଭଳି ହତାସ ଅବସ୍ଥା ଦେଖିଲେ କଣ କହିବେ କହିଲ ଭାବିବେ ଭିଣେଇ ଭଉଣୀର ଯତ୍ନ ନେଉନି lଠିକ ଭାବିବେ l ତମ କୁ ସେଇଆ ଦର୍କାର l ହୁଁହ କିଛି ଗୋଟେ କହିଲା ବେଳକୁ ତମ ମୁଣ୍ଡ କଣ ହେଇ ଯାଉଛି ଏ ଘରେ ଯାହା ଘଟିଯିବ ମୁଁ ଖାଲି ଚୁପ ହୋଇ ବସି ଦେଖିବି ପାଟି ଖୋଲିଲେ ଅସୁବିଧା । ଆରେ ଲଡ଼ୁ ଯିଏ ବି ନେଇଛି ଖାଇବାକୁ ତ ନେଇଛି ନା ସେଇଟା ତ ଖାଦ୍ୟ ଥିଲା

ଯିଏ ନେଲା ଚୋରି କରି ନେଲା ମୁଁ ଚାହେଁନି ମୋ ଘରେ କିଏ ଚୋରି କରୁ ହଉ ଛାଡ଼ ସେ କଥା ଚା କପେ କର ନାଁ ମତେ ପ୍ରଥମେ ସମାଧାନ ଦରକାର

ଶୁଭମ ଦେଖିଲେ ଶୋଭାକୁ ଆଉ ବୁଝାଇ ହେବନି l ସେ ଚିତ୍କାର କରି କହିଲେ, ଚୁନୁ ମୁନୁ ଏଠିକୁ ଆସ ଶୀଘ୍ର ଆସ ଚୁନୁ ମୁନୁ ଦଉଡ଼ିକି ଆସି ପହଞ୍ଚିଲେ l ଦେଖିଲେ ମାଆ ନୀରବ ହୋଇ ବସିଛି l ବାପାଙ୍କ ମୁହଁ ଗମ୍ଭୀର ଜଣା ପଡୁଛି l ଦୁହେଁ ଯାକ ପରିସ୍ଥିତି ର ଗୁରୁତ୍ୱ ବୁଝି ଗଲେ l ଶୁଭମ ଗଳା ସଫା କରି କହିଲେ,

ଲଡ଼ୁ କିଏ ଖାଇଛି

କୋଉ ଲଡ଼ୁ ବାପା

ଯୋଉ ଲଡ଼ୁ ମାଆ ତିଆରି କରି ରଖିଥିଲା

ଚୁନୁ ମୁହଁ ଖୁଵ ଜୋରେ ହଲେଇ କହିଲା ମୁଁ ଜାଣିନି ଭାଇ କୁ ପଚାର

ମୁନୁ ଲଡ଼ୁ କୁଆଡ଼େ ଗଲା

ମୁଁ କେମିତି ଜାଣିବି ଯେ ମତେ ତ ମିଠା ଜିନିଷ ଖାଇବାକୁ ଭଲ ଲାଗେନି

ଆଛା କଥା ଲଡ଼ୁ ତାହେଲେ ଗଲା କୁଆଡ଼େ

ଚୁନୁ ପାଖକୁ ଘୁଞ୍ଚି ଆସି କହିଲା, ବାପା ମୁଁ କାଲି ଦେଖିଥିଲି ଡବା ପାଟି ଭିତରେ କଣ ଗୋଟେ ରଖି ଚୋବାଉ ଥିଲା ମୁଁ ତାକୁ ଆଁ କରିବାକୁ କହିବାରୁ ଆଁ କଲା କିନ୍ତୁ ବହୁତ କଷ୍ଟରେ ଆଉ ତା ପାଟି ଭିତରେ ମତେ ଲଡ଼ୁ ଦିଶୁଥିଲା

ଦେଖିଲ ତ ଏ ମଉନ ମୁହାଁ କୁ ଚୋରେଇକି ଲଡ଼ୁ ଖାଇ ଚୁପ ହେଇ ରହିଛି ମୁଁ ଜାଣେ ପରା ତାର ଚୋର ପ୍ରକୃତି ନାଁ ଯେମିତି ଗୁଣ ବି ସେମିତି ଡବା ଏ ଡବା ଗଲୁ କୁଆଡ଼େ ଶୀଘ୍ର ଏଠିକୁ ଅl

ଶୋଭାର ଚିତ୍କାର ଶୁଣି ଡବା ଆସି ପହଞ୍ଚିଲା l ପାଦ ଘୋଷାରି ଘୋଷାରି ଆସୁଥାଏ l ମୁହଁ ସାରା ଧଳା ଫେଣ ଭଳି କିଛି ଲାଗିଥାଏ

ଡବା ଆସି ଆଁ ମେଲା କରି ଚାହିଁଥାଏ l ତା ମୁହଁ ଦେଖିଲେ ଯେ କେହି ବି ସେ ଗୋଟେ ନିପଟ ମୂର୍ଖ ବୋଲି ଜାଣି ଯିବ l

ଶୋଭା ଚିତ୍କାର କରି କହିଲେ,

ହଇରେ ହେ ତୋ ମୁହଁ ସାରା କଣ ଧଳା ଧଳା ସାବୁନ ଫେଣ ଲାଗିଛି ଆରେ ଏଡ଼େ କାଙ୍ଗାଳିଆ ଟାରେ ତୁ କଣ ସାବୁନ ଫେଣ ବି ଚୋରେଇ ଖାଉଚୁନାଇଁ ମାଆ କଥା କଣକି ବାସନ ମାଜୁ ମାଜୁ ଶୋଇ ପଡ଼ିଥିଲିହଇରେ ହେ କେଡେ ବଦମାସ ଟେ ତୁ କେତୁଟା ବାସନ ଥିଲା ଯେ ତୁ ମାଜୁ ମାଜୁ ଶୋଇ ପଡ଼ିଲୁ । ଓଃ ଶୋଭା କୋଉ କଥାରୁ ତମେ କୋଉ କଥାକୁ ଯାଉଛ ଡବା ତୁ ଦେଖିଚୁ କି ଲଡ଼ୁ କୁଆଡ଼େ ଗଲା । ନାଇଁ ବାବୁ ମୁଁ ଜାଣିନି ତାକୁ ତ ମାଆଏଁ କଣ କହିଲୁ ମାଆ ମlନେ ତୁ କହିବାକୁ ଚାହୁଁଛୁ ମୁଁ ନିଜେ ତିଆରି କରି ଚୋରେଇ ଖାଇ ଦେଲି ନାଇଁ ମାଆ ମୁଁ କହୁଥିଲି କି ତମେ ତ ରଖିଥିଲ ମୁଁ କେମିତି ଜାଣିବି ତାହେଲେ କଣ ଅଦୃଶ୍ୟ ହେଇ ଗଲାଚୁନୁ ଦଉଡ଼ି ଆସି କହିଲା, ଏ ମିଛ କହୁଛି ଏଇ ଡବା ହିଁ ଲଡ଼ୁ ସବୁ ଖାଇ ଦେଇଛି ମୁନୁ କହୁଥିଲା ତା ନୂଆ ଖେଳଣା ଭାଙ୍ଗି ଯାଇଛିଏ ଡବା ହି ତା ଖେଳଣା ଭାଙ୍ଗିଥିବ ହଇରେ ତୁ ଚୋରେଇ ତ ଖାଉଚୁ ତା ସଂଗେ ଖେଳଣା ବି ଭାଙ୍ଗୁଚୁ ଛିଃ ଛିଃ କି ବେଳାରେ ଏ ପିଲା ଘରକୁ ଆସିଥିଲା ।ଡବା ଥଙ୍ଗେଇ ଥଙ୍ଗେଇ ମନା କରୁଥାଏ ଆଉ ଶୋଭା ଚୁନୁ ମୁନୁ ସେ କଥାରୁ ଅକଥା ବାହାର କରୁ ଥାଆନ୍ତି l ଘରର ପରିବେଶ ପୁରା ସରଗରମ ଥାଏ lହଠାତ ବାହାର କବାଟ ରେ କିଏ ଗୋଟେ ଠକ ଠକ ଶବ୍ଦ କଲା l ଶୁଭମ ଦେଖିଲେ ଏଠି କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି l ତେଣୁ ସେ ଯାଇ କବାଟ ଖୋଲି ଦେଖନ୍ତି ତ କ୍ଷୀର ଵାଲା ଦବାଟିଏ ହାତରେ ଧରି ଠିଆ ହୋଇଛି ଏବଂ ଶୋଭାଙ୍କୁ ଡାକୁଥାଏ l ଶୁଭମ ଚିତ୍କାର କରି ଶୋଭାକୁ ଡାକିଲେ lଶୋଭା କ୍ଷୀର ଵାଲା ପାଖରେ ଆସି ଠିଆ ହେଲେ ଆଉ ସାଙ୍ଗରେ ଚୁନୁ ମୁନୁ ଆଉ ଡବା ମଧ୍ୟ ଆସିଲେ l ତମେ ଦୁଇ ଦିନ ହେଲାଣି କ୍ଷୀର ଦେବାକୁ କାହିଁକି ଆସି ନଥିଲ, ଶୋଭା ବିରକ୍ତି ଭାବ ମୁହଁ ରେ ପ୍ରକାଶ କରି ପଚାରିଲେ l

ମାଆ ଦେହ ଭଲ ନଥିଲା ହଁ ମାଆ ତମେ ମତେ ଗଲାବେଳେ ସେଦିନ କ୍ଷୀର ଆଣିବାକୁ ଖାଲି ଡବା ବଦଳରେ ଭୁଲ ରେ ବୋଧେ ଏ ଲଡ଼ୁ ଡବା ଦେଇ ଦେଇଥିଲ l ମାଆ ଯେମିତି ଦେଇଥିଲ ମୁଁ ସେମିତି ଆଣିଛି l ମୋ ଘର ବୋତଲ ରେ ମୁଁ ଆଜି କ୍ଷୀର ଆଣିକି ଅସିଛି lଏତକ କହିଦେଇ କ୍ଷୀରବାଲା ବୋତଲ ଆଉ ଲଡ଼ୁ ଡବା ଶୋଭାଙ୍କ ହାତକୁ ବଢ଼େଇ ଦେଲା l ଚୁନୁ ମୁନୁ କିଛି ନକହି ପରସ୍ପର ର ମୁହଁ ଚହାଁ ଚହିଁ ହେଲେ l ଶୋଭା କଣ କହିବେ କିଛି ବୁଝି ପାରିଲେନି l ଶୁଭମ ଦେଖିଲେ ଡବା କିଛି ନକହି ବୋକlଙ୍କ ଭଳି ଚାହିଁଛି l ଶୁଭମ କିଛି ନକହି ପ୍ରଶ୍ନ କଲା ଭଙ୍ଗୀରେ ଶୋଭାକୁ ଚାହିଁ କହିଲେ, ଏଥର ଚୋର ଧରା ପଡିଗଲା ଏବେ ମନ ଶାନ୍ତିତ କିଛି କ୍ଷଣ ର ନୀରବତା ପରେ ଡବା କହିଲା, ମାଆ ବାସନ ମାଜିବାକୁ ଯିବି କି

ଉଁ ହଁ ଯା କହି ଦେଇ ଶୋଭା ପାଖରେ ପଡ଼ିଥିବା ଚ୍ୟାର ଉପରେ ବସି ପଡିଲେ l ଆଖି ତାଙ୍କର ଲୁହ ଛଳ ଛଳ ହୋଇ ଯାଇଥାଏ l ସତେକି ଏକ ଅଜଣା ଅଦେଖା ଝଡ଼ ଆସି ଜୀବନ ର ସତ୍ୟତା ଦେଖାଇ ଚାଲିଗଲା l ଝଡ଼ ପରର ନୀରବତା ସତେ ଯେପରି କୁହାଟ ମାରି କହୁଥିଲା, ସତ୍ୟ କଣ ସବୁବେଳେ ପ୍ରମାଣ ଦେଇ ପlରେ!!



Rate this content
Log in

Similar oriya story from Abstract