Aparajita Sarangi

Abstract Tragedy Classics

3  

Aparajita Sarangi

Abstract Tragedy Classics

କ୍ଷମାହୀନ ମୃତ୍ୟୁ

କ୍ଷମାହୀନ ମୃତ୍ୟୁ

3 mins
173


ମୃତ୍ୟୁ ବିଷୟରେ ଭାବିଲେ ଲୋକେ ଭୟ କରନ୍ତି l ଦେହ ଶୀତେଇ ଉଠେ l ଯାହାର ପରିଭାଷା ବର୍ଣ୍ଣନାତୀତ l


ମୃତ୍ୟୁ କୁ କେବେ ଦେଖିଚ

ନାଯଦି ଦେଖିନ ତେବେ ତୁମେ କିଛି ଦେଖିନ ବେଳେ ବେଳେ ମୃତ୍ୟୁ କୁ କ୍ଷମା କରି ହୁଏନି ଲାଗେ କ୍ଷମାହୀନ ମୃତ୍ୟୁ, କହିଦେଇ ମାନସ ବହି ପଢିବାରେ ଲାଗିଲା l ଆଦ୍ୟା ଆଶ୍ଚର୍ଯ୍ୟ ହୋଇଗଲା l ଇଏ କି କଥା, ମୃତ୍ୟୁ କୁ ଦେଖିନି ମାନେ କଣ ମୁଁ କିଛି ଦେଖିନି l ଆଦ୍ୟା ଓ ମାନସ ଦୁହେଁ ଗୋଟିଏ ବିଲଡିଂ ରେ ରହନ୍ତି l ଆଦ୍ୟା ପେଶାରେ ଶିକ୍ଷୟିତ୍ରୀ l ସ୍କୁଲ ଓ ଘର କାମ ଭିତରେ ତା ଦିନ ସରିଯାଏ l ତାର ସାମ୍ନା ଘରେ ରହେ ମାନସ, ଯିଏ କି ଏକ ବେସରକାରୀ ଅନୁଷ୍ଠାନ ରେ କାମ କରେ l ସେ ଅଫିସ କୁ ଯାଏ ଓ ସନ୍ଧ୍ୟା ରେ ଘରକୁ ଫେରେ l ଦିନକୁ ତାର ଦୁଇ ଥର ଦ୍ୱାର ଖୋଲେ ଓ ବନ୍ଦ ହୁଏ l ସକାଳେ ଅଫିସ ଗଲାବେଳେ ଓ ସନ୍ଧ୍ୟା ବେଳେ ଅଫିସରୁ ଫେରିବା ବେଳେ l ଲୋକମାନେ କହନ୍ତି ସେ ଲୋକଟି ଖୁଵ ଅହଙ୍କାରୀ, ସେଥିପାଇଁ ସେ କାହା ସହ ମିଶିବାକୁ ଚାହେଁନି l ଏସବୁ କଥା ଆଦ୍ୟା କାନରେ ଵି ପଡ଼ିଛି l ସେ ଶୁଣିକି ଭାବେ, ଏପରି ଘର, ପରିବାର ଠାରୁ ଦୂରେଇ ରହି, ଅହଂ ର ବଶବର୍ତ୍ତୀ ହୋଇ ଲୋକଟିକୁ ମିଳୁଛି କଣ? ଆଦ୍ୟା କେବେ ମଧ୍ୟ ଏପରି ଲୋକ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହେଁ ନାହିଁ l


ଆଜି ବହୁତ ଦିନ ପରେ ଶନି ବାରିଆ ଦେଖି ଆଦ୍ୟା ଟିକେ ବଜାର ଆଡେ ଆସିଛି l କେଶୁ ମହାରଣା ହୋଟେଲ ତାର ଅତି ପ୍ରିୟ l ସେଠାରେ ବସି ଚା ପିଇବାକୁ ସେ ବହୁତ ଭଲ ପାଏ l ତେଣୁ ଆଜି ସେ ଛୁଟି ଦିନ ଦେଖି ଆସିଛି କେଶୁ ମହାରଣା ହୋଟେଲରୁ ଚା ପିଇବାକୁ l ଥଣ୍ଡା ପାଗ l କୋହଲା ପବନର ମଜା ନେବା ସହ ଆଦ୍ୟା ଚା ପିଉଚି l ହଠାତ ସେ ଦେଖିଲା ମାନସ ଏକ କୋଣ ରେ ପଡ଼ିଥିବା ଟେବୁଲ ପାଖରେ ବସି ଚା ପିଉଚି ଓ ବହି ପଢୁଛି l ଆଦ୍ୟା ଠିକ କଲା ଯାଇ ମାନସ ସହ ଟିକେ କଥା ହେବ ଓ ପଚାରିବ ସେ ଏତେ ଗର୍ବ କରିବାର କାରଣ କଣ?

ଆଦ୍ୟା ଯାଇ ମାନସ ପାଖେ ଠିଆ ହେଲା l

- ମୁଁ ଏଠି ବସି ପାରେକି?

- ହଁ... ବସନ୍ତୁ


ଆଦ୍ୟା ଦେଖିଲା ମାନସ ସେମିତି ବହି ପଢିବାରେ ବ୍ୟସ୍ତ l ଆଦ୍ୟା ନିଜ ଆଡୁ ଆରମ୍ଭl କଲା, ଆପଣ ବୋଧହୁଏ ବହୁତ ଜ୍ଞାନୀ... ବହି ପଢ଼ାରେ ପୁରା ବ୍ୟସ୍ତ l ଲୋକମାନେ ଆପଣଙ୍କୁ ଗନ୍ଧ ହୁଅନ୍ତି ବୋଧେ l ନହେଲେ ମୁଁ ଏଠି ଆପଣଙ୍କ ସହ କଥା ହେଉଛି, ଆଉ ଆପଣ ଏଠି ବସି ବହି ପଢୁଛନ୍ତି l କେଉଁଠୁ ଏ ଅହଙ୍କାର ଶିଖିଲେ, ଟିକେ କହିବେକି? ଶିଖିଛନ୍ତି ନା ଅପଣଂକର ବ୍ୟକ୍ତିତ୍ୱ ଏଇଭଳି l ଏସବୁ କଥା କହିଦେଇ ଆଦ୍ୟା ଯିବାକୁ ବାହାରିଲା l ମାନସ ତାକୁ ଇଙ୍ଗିତ ରେ ବସିବାକୁ କହିଲେ l

- ଆପଣ ଲୋକଙ୍କ କଥା ବହୁତ ବିଶ୍ୱାସ କରନ୍ତି ବୋଧହୁଏ l ତା ଅର୍ଥ ବହି ଭିତରେ କଣ ଅଛି ତାର ଖୋଳ ଦେଖି ଠଉରେଇ ନିଅନ୍ତି l ଆପଣ ଦୁନିଆକୁ କେତେ ଦେଖିଛନ୍ତି ତ ମୁଁ ଜାଣେନି, କିନ୍ତୁ ମୃତ୍ୟୁ କୁ କେବେ ଦେଖିଛନ୍ତି କି l ଆଦ୍ୟା ଯେତେବେଳେ ମନା କରିଛି ସେତେବେଳେ ସେ କହିଛନ୍ତି, ତାହେଲେ ତମେ କିଛି ଦେଖିନ l ମୃତ୍ୟୁ କୁ ଅନୁଭବ କରି ଆଗକୁ ବଢ଼ିବା ର ଅନୁଭୂତି ଭଗବାନ ଶତ୍ରୁକୁ ନ ଦିଅନ୍ତୁ l କି ପାଗଳ ଲୋକ ଭାବି, ଆଦ୍ୟା ସେ ସ୍ଥାନ ଛାଡି ପଳେଇଛି l


ଯେହେତୁ ରବିବାର, ଆଦ୍ୟା ସକାଳେ ଟିକେ ଡେରିରେ ଉଠିଛି l ଚା ର ମଜା ନେଇସାରି ଯେତେବେଳେ ବାହାରକୁ ଆସିଛି ଦେଖିଛି ମାନସ ର ଘର ଆଗରେ ଲୋକ ଗଦା ଓ ଜଣେ ଡାକ୍ତର ମଧ୍ୟ ଠିଆ ହୋଇଛନ୍ତି l ଆଦ୍ୟl କିଛି ବୁଝି ପାରିନି, ଭାବିଛି ପାଗଳ ଲୋକଟା କିଛି କାଣ୍ଡ କଲାକି? ସେ ସେଠାକୁ ଯାଇ ଏ ବିଷୟରେ ପଚାରିଛି l ଜଣେ ପଡୋଶୀ କହିଛନ୍ତି ରାତିରେ ମାନସ ର ମୃତ୍ୟୁ ହୋଇଛି l ସକାଳେ କ୍ଷୀର ଵାଲା ଡାକିବାରୁ କେହି କବାଟ ଖୋଲିଲେନି, ତେଣୁ କବାଟ ତଡା ଗଲାରୁ ଏଥି ସମ୍ପର୍କ ରେ ସମସ୍ତେ ଜାଣିଲେ l ଆଦ୍ୟା ଆଶ୍ଚର୍ଯ୍ୟ ହେଇଚି, କାଲି ଯାହା ସହ ସେ କଥା ହେଲା ଆଜି ସେ ମୃତ୍ୟୁ ବରଣ କଲା l ସେ ଡାକ୍ତର ଜଣଙ୍କୁ କାହାକୁ କହୁଥିବାର ଶୁଣିଚି, ମାନସ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ଥିଲେ l ଡାକ୍ତର ତାଙ୍କୁ ଯେ କୌଣସି ସମୟରେ ତାଙ୍କର ମୃତ୍ୟୁ ହେବ ବୋଲି କହି ସାରିଥିଲେ l ମାତ୍ର ସେ ବ୍ୟସ୍ତ ବିବ୍ରତ ନହୋଇ ମୃତ୍ୟୁ ସହ ଧୈର୍ଯ୍ୟ ସହକାରେ ସଂଗ୍ରାମ କରି ଆସୁଥିଲେ l

ହଠାତ ଜଣେ ଲୋକ ଆଦ୍ୟାକୁ ଆଣି ଚିଠିଟିଏ ଦେଇଛି, ଯାହା ମାନସଙ୍କ ତରଫରୁ ଆଦ୍ୟl ଉଦ୍ଦେଶ୍ୟ ରେ ଥିଲା l ଚିଠିଟି ଏହିପରି,


ମାଇଁ ଡ଼ିଅର ପଡୋଶୀ,

ତମେ ଏହି ଚିଠିଟି ମୋ ମୃତ୍ୟୁ ପରେ ପାଇବ l ଯେତେବେଳେ ମୁଁ ଏ ଯନ୍ତ୍ରଣାକ୍ତ ମରଣ ଯନ୍ତାରୁ ଉଦ୍ଧାର ପାଇଥିବି l ମୁଁ ଶୁଣିଥିଲି ମୃତ୍ୟୁ ବୋଲି କିଛି ଗୋଟେ ଅଛି, କିନ୍ତୁ ଯେତେବେଳେ ତାକୁ ରାତି ଦିନ ଅନୁଭବ କଲି ସେତେବେଳେ ଲୋକଙ୍କ ସହ କଥା ବନ୍ଦ କରି ମୃତ୍ୟୁ କୁ ମୋ ମିତ୍ର କରିଦେଇ ରାତି ଦିନ ତା ସହ ଆଳାପ କଲି l ତେଣୁ ମତେ ତୁମେ ଭୁଲ ଭାବିବନି l ଏତିକି ଵି କହିପାରିବିନି ତୁମକୁ ମୋ ଆୟୁଷ ଲାଗିଯାଉ l

ମାନସ


ସେ ଚିଠି ଦେଇଥିବା ଲୋକଟି ଆଦ୍ୟା କୁ କହିଛି ବାବୁ କହିଥିଲେ ତାଙ୍କ ମୃତ୍ୟୁ ପରେ ଏଇଟା ଆପଣଙ୍କୁ ଦେବାକୁ l ଆଦ୍ୟା ଚିଠିଟି ପଢ଼ି ଭୋ ଭୋ ହୋଇ କାନ୍ଦିବାରେ ଲାଗିଛି ଓ ବିଳାପ କରି କହିଛି, ମୃତ୍ୟୁ ତତେ ମୁଁ କେବେ କ୍ଷମା କରି ପାରିବିନି l ହେ ଈଶ୍ୱର କାହିଁକି ଏହା କଲ l 



Rate this content
Log in

Similar oriya story from Abstract