Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

4  

Panchanan Jena

Romance

ଷଡ଼ଋତୁ

ଷଡ଼ଋତୁ

1 min
411



କଳ୍ପନା ନେତ୍ରରେ ଚିତ୍ର କ୍ୟାମେରାରେ

  ମୁଖପଦ୍ମ ଯେବେ ଉଠେ ଭାସି

ଫଗୁଣ ଫଗୁଣ ଲାଗେ ରାତି ଦିନ

  ମଧୁବାସ-ରାସ ମନେ ଆସି ।


ରାଗ ଅଭିମାନେ ବିରହ ଜ୍ୱଳନେ 

  ଦୂରେଇ ଶୋଇଲେ ପ୍ରୀୟ।

ଶ୍ରାବଣ ଶ୍ରାବଣ ଝରନ୍ତି କାରୁଣ୍ୟ

  କ୍ଷତାକ୍ତ ରକ୍ତାକ୍ତ ହିୟା ।


କଟୁକ୍ତି ବକ୍ରୋକ୍ତି କଳି ମାଡ଼ ଯୁକ୍ତି

 ଅକାଳେ ସକାଳେ ହେଲେ

ନିଦାଘ ନିଦାଘ ତତଲା ସଂଭାଗ

  ନିରାଶା ରାଜୁତି ଚାଲେ ।


ପୁନେଇ ପରବେ ଭୋଜି ମହୁତ୍ସବେ

  ନୂଆ ବେଶ ପରିପାଟୀ

ଶରତ ଶରତ ନିର୍ମଳ ପଣତ ନେତ

  ଖୁସିଫୁଲ ନେସି ଲଲାଟି ।


ଭୋଜନ ବ୍ୟଞ୍ଜନ ପ୍ରସ୍ତୁତ ସେବନ

ସୁସ୍ଵାଦୁର ମୃଦୁ ଗୁଞ୍ଜରଣ

ହେମନ୍ତ ହେମନ୍ତ ଶ୍ଵେଦ ବିନ୍ଦୁ ଯେମନ୍ତ୍ର

 ଚୂର୍ଣ୍ଣ କୁନ୍ତଳ କରେ ସମ୍ବରଣ ।


ନିରୋଳା ପ୍ରହର ବାହୁରେ ଆଦର

ଚୁମ୍ବନ ଚର୍ଚ୍ଚିତା ବିଭାବରୀ

ଶୀତୁଆ ଶୀତୁଆ କାମନା କିମିଆଁ

  ପ୍ରଦୋଷେ ରମଣ ସୁଖାମ୍ବରୀ ।


ଷଡ଼ଋତୁ ଗୋରୀ ମହମ ବଲ୍ଲରୀ

ସ୍ଵାଦ ଦେଇ ଭିନ୍ନ ଭିନ୍ନ

ଜୀବନ ଯୌବନ ତାରୁଣ୍ୟ ଉଚ୍ଛନ୍ନ

  ଆମ ପ୍ରେମ ଅତୁଲ୍ୟ ଅଭିନ୍ନ ।



Rate this content
Log in

Similar oriya poem from Romance