ବାତ୍ସଲ୍ଯ ପ୍ରେମ
ବାତ୍ସଲ୍ଯ ପ୍ରେମ
ଏ ଭବ ପୃଷ୍ଠରେ ପ୍ରଭୁଙ୍କ ଅବତାର
ଅଟେ ଅନନ୍ତ ଅପାର
ପାପ ବଢିଗଲେ ଏ ଧରା ଧାମରେ
ହୁଏ ତାଙ୍କ ଅବତାର ।
ଦ୍ୱାପର ଯୁଗରେ କୃଷ୍ଣ ଅବତାରେ
କଂସର ବନ୍ଦୀଶାଳରେ
ଅର୍ଦ୍ଧରାତ୍ରିରେ ଯେ ଜନମ ହୋଇଲେ
ମାତା ଦେବକୀ କୋଳରେ ।
କଂସର ଭୟରେ ପିତା ବସୁଦେବ
ପଭୁ ଙ୍କୁ ଦେଲେ ସୁରକ୍ଷା
ସେ ଅର୍ଦ୍ଧରାତ୍ରିରେ ଯମୁନା ପାରିରୁ
କଲେ ପିତା ଧର୍ମ ରକ୍ଷା ।
ପହଞ୍ଚି ଥିଲେ ଯେ ନନ୍ଦଙ୍କ ପୁରରେ
ଦେଇଥିଲେ ତାଙ୍କ କୋଳେ
ତା ପ୍ରତି ବଦଳେ ନନ୍ଦରାଜା ଝିଅ
ମାତାଙ୍କ ଦେବକି ଙ୍କ କୋଳେ ।
ପୁତ୍ର ଜନ୍ମ କଥା ଶୁଣି କଂସା ସୁର
ଆସିଥିଲା ବନ୍ଦୀଶାଳା
ଦେବକୀ କୋଳରୁ ଛଡାଇ ଦେଇଣ
ସେହିଠାର ହତ୍ୟା କଲା ।
ସେହି ସମୟରେ ସେ ଶିଶୁ କନ୍ୟାଟି
ଦେଇଣ ଆକାଶ ବାଣୀ
ବିଜୁଳି କନ୍ଯାଟି ନାମଟି ଅଟଇ
ଭାଙ୍ଗିଲେ କଂସର ଠାଣୀ ।
ଗୋପପୁରେ କୃଷ୍ଣ ବଢୁଛନ୍ତି ବୋଲି
ହୋଇଲେ ଅନ୍ତର ଧ୍ଯାନ
ଭୟଭିତେ କଂସ ପାରିଲା ନି କିଛି
ହେଲା ତାର ଅନୁ କ୍ଷଣ ।
ସେହି ଦିନଠାରୁ ଚିନ୍ତାର କାରଣ
ବଢିଥିଲା ତ କଂସ ଠାରେ
ଅନେକ ଅସୁର ପଭୁ ଙ୍କ ନିଧନେ
ପେଶିଥିଲା ଗୋପପୁରରେ ।
ଅସଫଳେ କଂସ ହତାସ ହୋଇଲା
ଫଳତ ବିଫଳ ହେଲା
କିଭଳି ଭାବରେ କୃଷ୍ଣକୁ ବଧିବ
ତା' ଦୁରବୃଦ୍ଧି ଭାଙ୍ଗିଲା ।
ମନର ଚିନ୍ତନା ଶେଷ ହୋଇଗଲା
ଅକୃର କୁ ସେ ପେଶିଲା
ବାଧ୍ଯହୋଇ ଶେଷେ ଅଡୁଆରେ ପଡି
ଗୋପ ପୁରକୁ ଅଇଲା ।
କିଭଳି କହିବ ପାପି କଂସ ବାର୍ତ୍ତା
ନିଜ ମନରେ ଭାବିଲା
ନନ୍ଦ ଯଶୋଦା ପଚାରନ୍ତି ପୁଣି
ଶଂଙ୍କଟ ରେ ପଡିଗଲା ।
ବାସଲ୍ଯ ପ୍ରେମର ପୁରା ପରିଣତି
ପଡିଥିଲା ଗୋପପୁରେ
ତେଣୁ ଯଶୋଦା ପୁତ୍ର ପ୍ରେମେ ଅନ୍ଧ
କୃଷ୍ଣ ଙ୍କୁ ଛାଡୁନ ଥିଲେ ।
ମାତା ପୁତ୍ର ପ୍ରେମ ଅଧୁରା ରହିଲା
ଅକୃର ଘେନି ଅଇଲା
ଯଶୋଦା ମାତାଙ୍କ କୋଳ ଶୂନ୍ୟ ହେଲା
ବାତ୍ସଲ୍ଯ ପ୍ରେମ ସରିଲା ।