Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Fantasy

4  

subrat kumar jena

Fantasy

ପ୍ରେମ - ଏକ ଆତ୍ମୀୟ ପ୍ରତିଶ୍ରୁତି

ପ୍ରେମ - ଏକ ଆତ୍ମୀୟ ପ୍ରତିଶ୍ରୁତି

1 min
384



ପ୍ରେମ ଏକ ଆତ୍ମୀୟ ପ୍ରତିଶ୍ରୁତି,

ଅନେକ ବାଧା ବାଧକତାରେ,

ପଡ଼ିବାକୁ ଦିଏନି ସମ୍ପର୍କରେ ଇତି ।


ପ୍ରେମ ଦୁଃଖ ସହି,

ସୁଖ ଦେବାର ଆନନ୍ଦରେ ଆତ୍ମହରା,

ବେଳେ ବେଳେ ନିରବେ ପାରେନା ରହି ।


ପ୍ରେମ ଝରା ସେଫାଳିର ବାସ,

ଧାର୍ଯ୍ୟ ସମୟ ପୂର୍ବରୁ ପଡିଲେବି ଝଡି,

ବାସୁଥାଏ ବର୍ଷ ବାର ମାସ ।


ପ୍ରେମ କେତେ ଅପାସୋରା କାହାଣୀ,

ସ୍ପର୍ଶରେ ତାହାର ଖୋଲିଦିଏ ଏକ ନୂଆ ମୁଁହାଣି,

କିଏ କେତେବେଳେ ଭାଙ୍ଗିଦିଏ ଜାଣି ।


ପ୍ରେମ ଭୁରୁ ଭୁରୁ ହୃଦୟର ଗୀତ,

ରାତି ହେଲେ ଅଧିକ ଫୁଟଇ,

ତା ଲାଗି କଟିଯାଏ କେତେ ବର୍ଷା ପୁଣି ଶୀତ ।



Rate this content
Log in

Similar oriya poem from Fantasy